ଦୁର୍ଘଟଣାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ

Published: Feb 13, 2021, 9:46 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଛତ୍ରପୁର ଥାନା ବଡ଼ମାଧପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋବା ଗ୍ରାମର ସୋମନାଥ ସ୍ୱାଇଁ। ସେ ମାଧପୁର ଛକରେ ପନିପରିବା ବିକ୍ରି କରିବା ନିଜ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ଗ୍ରାମରେ ପ୍ରସାରିତ ହେବା ପରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳର ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ଏହିରାସ୍ତା ଦେଇ ପ୍ରତିଦିନ ଏଭଳି ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବାରୁ ରାସ୍ତାରେ ହମ୍ପସ୍ ଏବଂ ଟ୍ରାଫିକ୍ ପୋଷ୍ଟ ପାଇଁ ଲୋକେ ଦାବି ମଧ୍ୟ କରିଛନ୍ତି।

Related posts