Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କନ୍ଧମାଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା: ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ
ଆଜିର ଖବର

କନ୍ଧମାଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା: ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ

June 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନକ୍ସଲ ମୁକ୍ତ ଭାରତ
ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

ଭୁବନେଶ୍ବର: ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।

ମୃତ୍ୟବରଣ କରିଥିବା ଉଭୟ ମାଓବାଦୀ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗୃପର ମଙ୍କୁ ACM କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ପ୍ରାରମ୍ଭିକ ସୂଚନା ପାଇଛି। ସମ୍ପୂକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲ୍ଲା ପୋଲିସର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ, କନ୍ଧମାଳ ଏସପି ହରିଶ ବି. ସି.ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଡିଭିଏଫ ଯବାନ ଟିମ ସମ୍ପୂକ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ।

ଆଜି ପୂର୍ବାହ୍ନ ପ୍ରାୟ ୧୨ ଟା ସମୟରେ DVF ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଉଭୟଙ୍କ ମୃତ ଦେହ ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପେରସନ ଜୋରଦାର କରିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲା ଏସପି ହରିଶ ବି. ସି. ଏବଂ DVF ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

କନ୍ଧମାଳ ଜିଲ୍ଲା ପୋଲିସ ଦୁର୍ଦ୍ଦାନ୍ତ ମାଓବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

April 6, 2026
Latest News

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.