Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କନ୍ଧମାଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା: ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ
ଆଜିର ଖବର

କନ୍ଧମାଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା: ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ

June 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।

ମୃତ୍ୟବରଣ କରିଥିବା ଉଭୟ ମାଓବାଦୀ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗୃପର ମଙ୍କୁ ACM କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ପ୍ରାରମ୍ଭିକ ସୂଚନା ପାଇଛି। ସମ୍ପୂକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲ୍ଲା ପୋଲିସର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ, କନ୍ଧମାଳ ଏସପି ହରିଶ ବି. ସି.ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଡିଭିଏଫ ଯବାନ ଟିମ ସମ୍ପୂକ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ।

ଆଜି ପୂର୍ବାହ୍ନ ପ୍ରାୟ ୧୨ ଟା ସମୟରେ DVF ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଉଭୟଙ୍କ ମୃତ ଦେହ ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପେରସନ ଜୋରଦାର କରିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲା ଏସପି ହରିଶ ବି. ସି. ଏବଂ DVF ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

କନ୍ଧମାଳ ଜିଲ୍ଲା ପୋଲିସ ଦୁର୍ଦ୍ଦାନ୍ତ ମାଓବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025
Latest News

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.