ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିବା ପରେ ମଙ୍ଗଳବାର ପାଳିତ ହେଇଛି ହେରା ପଞ୍ଚମୀ ନୀତି। ରଥଯାତ୍ରାର ପଞ୍ଚମ ଦିବସରେ ଏହି ନୀତି ପାଳନ କରାଯାଇଥାଏ। ଲକ୍ଷ୍ମୀଠାକୁରାଣୀଙ୍କୁ ଶ୍ରୀମନ୍ଦିରରେ ଛାଡି ଭାଇ ଓ ଭଉଣୀଙ୍କ ସହ ନବଦିନାତ୍ମକ ଯାତ୍ରାରେ ଆସିଥିବାରୁ ଅଭିମାନୀ ମହାଲକ୍ଷ୍ମୀ କାଳିଆ ଠାକୁରଙ୍କୁ ଫେରାଇ ନେବାଲାଗି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। କିନ୍ତୁ ୯ ଦିନର ଯାତ୍ରା ଶେଷ ହେବା ପୂର୍ବରୁ ଶ୍ରୀମନ୍ଦିର ଫେରିବାକୁ ମହାପ୍ରଭୁ ଜଗନ୍ନାଥ ରାଜି ନ ହେବାରୁ କ୍ରୋଧରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥକୁ ଭାଙ୍ଗି ଫେରିଯାଆନ୍ତି।
ଦାମ୍ପତ୍ୟ ଜୀବନର ଏହି କଳହକୁ ଗୁଣ୍ଡିଚା ମନ୍ଦିରରେ ବେଶ ଉପଭୋଗ୍ୟ ଭାବେ ପାଳନ କରାଯାଇଥାଏ। ଏହା ହେରାପଞ୍ଚମୀ ନୀତି ଭାବେ ସୁପରିଚିତ। ରାତିରେ ଏହି ନୀତି ପାଳନ କରାଯାଇଛି।