ବର୍ଷାରେ ଭିଜିଭିଜି ରାଜ୍ୟପାଳଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ବିଧାୟକ, ସାଂସଦ ଓ ନେତାଗଣ

Published: Jul 4, 2025, 5:06 pm IST
BJD

ଭୁବନେଶ୍ବର: ଆଜି ଦିନ ତମାମ ଚାଲିଛି ବର୍ଷା। ତଥାପି ଏହି ବର୍ଷାରେ ଅଧା ଓଦା ହୋଇ ରାଜଭବନ ଯାଇଥିଲେ ବିଜେଡିର ବରିଷ୍ଠ ନେତା। ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କୁ ସାକ୍ଷାତ କରିବା ସହିତ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ରଙ୍କ ନେତୃତ୍ବରେ ଏହି ଦଳ ଯାଇଥିଲେ।

ତେବେ ସେମାନଙ୍କର ଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଚଳିତ ବର୍ଷ ରଥଯାତ୍ରା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ଓ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ ସମ୍ପର୍କିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।ଏଥିସହିତ ଆଗାମୀ ବାହୁଡା ଯାତ୍ରା, ସୁନାବେଶ, ନିଳାଦ୍ରୀବିଜେ କିପରି ଭଲରେ ହେବ ସେ ନେଇ ମଧ୍ୟ ଦାବୀ କରିଛନ୍ତି। ଏଥିରେ ବହୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଯୋଗଦେଇଥିଲେ।

Related posts