Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍‌ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ
ଆଜିର ଖବର

ସମ୍ ହସ୍ପିଟାଲ୍‌ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ

July 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ୱିଟାଲ୍‌ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍‌ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ ହୋଇଛି।

ସମ୍ ହସ୍ପିଟାଲ୍‌ରେ ଶୁକ୍ରବାର ଏ ସମ୍ପର୍କିତ ଏକ ସିଏମ୍‌ଇ ଆୟୋଜନ କରାଯାଇଥିବା ବେଳେ ଏ ବିଷୟରେ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ରେସ୍ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା। ଏହି ସିୱାଇ ଟିବି ଇନ୍‌ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଏକ ସ୍ୱଦେଶୀ କିଟ୍‌ରେ ଉପଲବ୍ଧ ଯାହାକି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି କିଟ୍ ସାହାଯ୍ୟରେ କରାଯାଉଥିବା ପରୀକ୍ଷଣରେ ମଣିଷ ଶରୀରରେ କେତେ ପ୍ରତିଶତ ଯକ୍ଷ୍ମା ଜୀବାଣୁ ରହିଛି ତାହା ଜଣାପଡ଼ିବ ବୋଲି ପ୍ରଫେସର ଜେନା କହିଛନ୍ତି।
ସମ୍ ହସ୍ପିଟାଲ୍‌ର ସେଂଟ୍ରାଲ ଲାବୋରେଟୋରୀରେ ଏହି ପରୀକ୍ଷା ଉପଲବ୍ଧ ଥିବା ବେଳେ ଜନସାଧାରଣ ମାଗଣାରେ ଏହି ପରୀକ୍ଷା କରାଇପାରିବେ ବୋଲି ପ୍ରଫେସର ଜେନା କହିଛନ୍ତି।

ଏହି ପରୀକ୍ଷଣ ସମ୍ପର୍କରେ ଆୟୋଜିତ ସିଏମଇରେ ପଲମୋନାରୀ ମେଡିସିନ୍ ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) କ୍ଷୀରୋଦ ଚନ୍ଦ୍ର ସାହୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଯକ୍ଷ୍ମା ନିରାକରଣ ଚିକିତ୍ସା ନିମନ୍ତେ ଏହି ସିୱାଇ ଟିବି ପରୀକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେର। ଯେକୌଣସି ସୁସ୍ଥ ଲୋକ ମଧ୍ୟ ଏହି ପରୀକ୍ଷା କରାଇପାରିବା ସହ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କର ମଧ୍ୟ ଏହି ପରୀକ୍ଷା କରାଯାଇପାରିବ ବୋଲି ପ୍ରଫେସର ମେହେର କହିଛନ୍ତି।

ବିଶେଷ କରି ଏଚ୍‌ଆଇଭି, ଯକୃତ, ବୃକକ୍ ଓ ଫୁସ୍‌ଫୁସ୍‌ରେ ସମସ୍ୟା ଥିବା ବ୍ୟକ୍ତିଙ୍କ ସମେତ କୌଣସି ପରିବାରର ସଦସ୍ୟ ଶ୍ୱାସ କିମ୍ବା ଯକ୍ଷ୍ମା ରୋଗୀ ହୋଇଥିଲେ ସେହି ପରିବାରର ଅନ୍ୟ ସଦସ୍ୟ ତଥା ତମାଖୁ ସେବନ ଓ ମଦ୍ୟପାନ କରୁଥିବା ବ୍ୟକ୍ତି ଏବଂ ମଧୁମେହ ରୋଗୀଙ୍କ ସମେତ ଜେଲ୍‌୍‌ର ଅନ୍ତେବାସୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନେ ଏହି ଟେଷ୍ଟ କରାଇ ନେବା ଉଚିତ୍ ବୋଲି ପ୍ରଫେସର ଜେନା କହିଛନ୍ତି।

ଆୟୋଜିତ ସିଏମ୍‌ଇରେ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ।

ଯକ୍ଷ୍ମା ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.