ଛୁରା ମାଡ଼ରେ ଯୁବକ ଗୁରୁତର: ଅଭିଯୁକ୍ତ ଅଟକ

Published: Jul 5, 2025, 11:50 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ବଜାର ଷ୍ଟେଟ ବ୍ୟାଙ୍କ ନିକଟ ଏକ ବିଦେଶୀ ମଦ ଦୋକାନ ପାଖରେ କିଛି ଯୁବକ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ହୋଇଥିଲା। ଝଗଡା ଏତେ ବଢିଯାଇଥିଲା ଯେ, ଶେଷରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିଲା। ଛୁରା ମାଡ଼ରେ ଉକ୍ତ ଯୁବକଜଣଙ୍କ ଗୁରୁତର ଆହତ ହୋଇଥିଲେ। ଆହତ ଯୁବକଜଣଙ୍କ ଆସ୍କା ନିକଟବର୍ତ୍ତୀ ବାବନପୁର ଗ୍ରାମର ହିମାଂଶୁ ଦାସ ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆସ୍କା ସହରରେ ପୁରା ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକ କାଳିଆ ନାହାକକୁ ଉଠାଇ ଆଣି ଥାନାରେ ଜେରା କରୁଛି। ଉଭୟେ ପୁରୁଣା ଅପରାଧୀ ଓ ଉଭୟଙ୍କ ନାମରେ ବହୁ ସଙ୍ଗୀନ ମାମଲା ରହିଥିବା ବେଳେ ଆହତ ହିମାଂଶୁ ଭୁବନେଶ୍ୱରରେ ରହୁଥିବା ବେଳେ କାଳିଆ ଫୁଲବାଣୀରେ ରହୁଥିବା ଜଣାପଡିଛି।

Related posts