Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ: ଅଭିଯୁକ୍ତ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଅଙ୍କୋରଡା ଗ୍ରାମର ଶତୃଘ୍ନ ନାୟକ ନାମକ ଜଣେ ଯୁବକଙ୍କ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ହିଞ୍ଜିଳି ପୋଲିସ ତାଙ୍କୁ ଥାନାରେ ଅଟକ ରଖି ଜେରା କରୁଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଶତୃଘ୍ନ ପୁର୍ବରୁ ଏକ ମାମଲାରେ ଛନ୍ଦି ହୋଇ ନିକଟସ୍ଥ ରାମଚନ୍ଦ୍ର ପୁର ଗ୍ରାମରେ ରହୁଥିବା ସମ୍ପର୍କୀୟ ଭାଇ ମିଟୁ ନାୟକ ଘରେ ମାତ୍ର ୪ ଦିନ ରହିବା ପାଇଁ ଅନୁରୋଧ କରିଥିଲା। କିନ୍ତୁ ସେ ଦୁଇ ମାସ ପର୍ଯ୍ୟନ୍ତ ମିଟୁ ଘରେ ରହି ତା’ର ସ୍ତ୍ରୀକୁ ଫସାଇ ଦୁଷ୍କର୍ମ କରିଥିଲା। ଯାହା ଫଳରେ ମିଟୁ ଏହି ବିଦ୍ୟାଳୟରେ ଜାଣିବା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଅଶାନ୍ତ ପରିବେଶ ସୃଷ୍ଟି ହେଲା। ଏତିକି ବେଳେ ମିଟୁ ର ସ୍ତ୍ରୀ ନିଜ ଭାଇ ଘର କେରଳ ଚାଲିଯାଇ ପୁଣି ଦୁଇ ମାସ ପରେ ଘରକୁ ଫେରି ଦେଖିଲା ବେଳେକୁ ସ୍ବାମୀ ମିଟୁ ଦୁଇଟି ପିଲାକୁ ଘରେ ଛାଡ଼ି ଦାଦନ ଖଟିବାକୁ କେରଳ ଚାଲିଯାଇଛି।

ଏହି ଭଳି ପରିସ୍ଥିତି ରେ ପୁଣି ଶତୃଘ୍ନ ବିବାହିତା ମହିଳାଙ୍କ ନିକଟକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିବାବେଳେ ସେ ଆପତ୍ତି କରିବାରୁ ତାକୁ ହତ୍ୟା ଉଦ୍ୟମ କରିଥିଲା ଓ ତାର ପରିବର୍ଦ୍ଧିତ ହତ୍ୟା କରିବା ପାଇଁ ଧମକ ଦେଇଥଲା। ପରବର୍ତ୍ତୀ ସମୟରେ ପୀଡ଼ିତା ମହିଳା ଜଣକ ଅନ୍ୟ ଉପାୟ ନପାଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ପାଇ ତତ୍ କ୍ଷଣାତ ଅଭିଯୁକ୍ତ ଶତୃଘ୍ନକୁ ଉଠାଇ ଆଣି ଥାନାରେ ରଖି ଜେରା କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛୁରାମାଡ଼ରେ ବିଜେପି ନେତା ମୃତ: ଚାରି ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ

ଧରୱାଡ: କର୍ଣ୍ଣାଟକର ଧରୱାଡରେ ଜଣେ ବିଜେପି ପଞ୍ଚାୟତ ନେତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ପରେ ରାଜ୍ୟରେ ମାହୋଲ ଗରମ ହୋଇଛି। ମଙ୍ଗଳବାର ରାତିରେ ଏକ ଧାର୍ମିକ ଶୋଭାଯାତ୍ରାରେ ଘଟିଥିବା ଗଣ୍ଡଗୋଳରେ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି। ଏହି ଘଟଣା ପରଠାରୁ ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।

କୁହାଯାଉଛି ଯେ, ଗତକାଲି ରାତିରେ ଧରୱାଡରେ ଏକ ଧାର୍ମିକ ଶୋଭାଯାତ୍ରା କରାଯାଇଥିଲା, ଯେଉଁଥିରେ ଦୁଇଜଣ ଲୋକ ମଦ୍ୟପାନ କରିଥିଲେ। ଯେତେବେଳେ ଏହି ଶୋଭାଯାତ୍ରାରେ ଜଡିତ ଲୋକମାନେ ଆପତ୍ତି କରିଥିଲେ, ସେତେବେଳେ ଉଭୟ ଯୁବକ ନିଜ ଦଳର ଲୋକମାନଙ୍କୁ ଆଣି ମାରପିଟ ଆରମ୍ଭ କରିଥିଲେ। ଏହି ସମୟରେ କେହି ଜଣେ ପଞ୍ଚାୟତ ନେତା ପ୍ରଶାନ୍ତଙ୍କୁ ଛୁରାମାଡ଼ କରିଥିଲେ, ଯିଏ ଏଥିରେ ହସ୍ତକ୍ଷେପ କରି ଏହି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାତିଙ୍କ ଠେଙ୍ଗା ମାଡରେ ଆଇ ମୃତ, ଦୁଇ ଅଭିଯୁକ୍ତ ଅଟକ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ନାତିଙ୍କ ଠେଙ୍ଗା ମାଡରେ ଆଈର ମୃତ୍ୟୁ ହୋଇଛି। ମୃତ ଆଈ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାର ସୁକାନ୍ତି ମୁଣ୍ଡା(୭୦)।

ପୋଲିସ ସୂତ୍ରରୁ ଜଣା ଯାଇଛି ଯେ ମୃତ ସୁକାନ୍ତିଙ୍କ ୨ ନାତି ପରମେଶ୍ବର ମୁଣ୍ଡା (୨୪) ଓ ପଦ୍ମଚରଣ ମୁଣ୍ଡା (୨୬)। ହେଲେ ପରମେଶ୍ବର ମୁଣ୍ଡା ଘରେ ମାଖନ ଗଛ ଲଗାଇ ଥିଲେ। ସେହି ମାଖନ ଗଛର ଅଗ୍ର ଭାଗ ସବୁ ଗାଈ ଛେଳି ଖାଇ ଦେଇ ଥିଲେ। ପରେ ଆଈ ସୁକାନ୍ତି ଏହାକୁ ରକ୍ଷଣା ବେକ୍ଷଣ କରିଥିଲେ। ଏହାକୁ ନେଇ ଆଈ ଓ ନାତିଙ୍କ ମଧ୍ୟରେ ଗୁରୁବାର ରାତିରେ ପାଟି ତୁଣ୍ଡ ହୋଇ ଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାତି ଦ୍ବୟ ଠେଙ୍ଗାରେ ପିଟି ପିଟି ଗୁରୁତର ଆହତ କରି ପକାଇ ଥିଲେ। ଘଟଣା ସ୍ଥଳରେ ମୁର୍ମୁସୁ ଅବସ୍ଥାରେ ପଡା ବାସୀ ଏକ ଅଟୋରେ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାକୁ ଆଣି ଥିଲେ। ହେଲେ ସୁକାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁଣି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇ ଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ କିସିଣ୍ଡା ପୋଲିସ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ। ଏ ସଂକ୍ରାନ୍ତରେ କିସିଣ୍ଡା ଥାନା କେସ ନମ୍ବର ୫୬/୨୦୨୨ ରେ ତା୨୪/୦୬/୨୨ ରେ ଏକ ମାମଲା ରୁଜୁ କରାଯାଇ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ହେଲେ ପିତାଳୁଖମନ ପଡ଼ାରେ ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ନାନା ଆଲୋଚନା ହେଉ ଥିବା ଜଣା ଯାଇଛି। କେହି କେହି ଏହି ଘଟଣାକୁ ପରିବାର ମଧ୍ୟରେ ପୂର୍ବ ଶତ୍ରତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇ ଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ପୋଲିସ ଅଧିକ ତଦନ୍ତ କଲେ ଘଟଣା ସମ୍ପର୍କରେ ଅଧିକ କିଛି ଜଣା ପଡିବ ବୋଲି ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ

ସୀତାରମ ଅଗ୍ରୱାଲ

ବାଲୁଗାଁ: ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ମିଶି  ବୋହୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ମୃତକ ମହିଳାଙ୍କ ପିତା ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବବି ରାଉତ ୭ ବର୍ଷ ପୂର୍ବେ ବେଲପଡା ଗ୍ରାମର କୃଷ୍ଣ ରାଉତଙ୍କୁ ବିବାହ କରିଥିଲେ। ବବିଙ୍କ ଦୁଇ ପୁଅ ଝିଅ ଥିବାବେଳେ ସଦାବେଳେ ତାଙ୍କୁ ତାଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ମାରଧାର କରୁଥିଲେ। ଏପରିକି ବବିଙ୍କ ଶାଶୁ ଏଵଂ ଶ୍ୱଶୁର ତାଙ୍କୁ ଜୀବନରୁ ମାରିଦେଇ ସ୍ୱାମୀ କୃଷ୍ଣଙ୍କୁ ଅନ୍ୟତ୍ର ବିବାହ କରାଇବାକୁ ମଧ୍ୟ ଧମକ ଦେଉଥିଲେ।

ଏ କଥା ଶୁଣି ନିକଟରେ ବବିଙ୍କ ପିତା ପ୍ରମୋଦ ଗ୍ରାମର କେତେଜଣ ଭଦ୍ର ବ୍ୟକ୍ତିଙ୍କୁ ନେଇ ବବିଙ୍କ ଶ୍ୱଶୁର ଘରକୁ ଯାଇ ବୁଝାସୁଝା କରି ଘଟଣାର ସମାଧାନ କରି ଆସିଥିଲେ।

ତେବେ ଗତକାଲି ରାତିରେ ବବିଙ୍କ ଶାଶୁ, ଶ୍ୱଶୁର, ସ୍ୱାମୀ ଏବଂ ତାଙ୍କ ଧରମ ପୁଅ ମିଶିକରି ବବିଙ୍କ ଦେହରେ କିରୋସିନି ଢାଳି ଜାଳିଦେଇଥିବାର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରମୋଦ। ପରବର୍ତ୍ତୀ ସମୟରେ କିଏ କାଳେ ସନ୍ଦେହ କରିବ ସେ ଭୟରେ ଉଭୟ ଶାଶୁ ଶ୍ୱଶୁର ବବିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଇଥିବାବେଳେ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରିଥିଲେ।

ତେବେ ଆଜି ସକାଳେ ବବିଙ୍କ କଟକରେ ମୃତ୍ୟୁ ଘଟିଥିଲା। ଅଭିଯୋଗ ପାଇ ବାଲୁଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବାବେଳେ ବର୍ତ୍ତମାନ ଖବର ଲେଖାହେଲା ପର୍ଯ୍ୟନ୍ତ ବବିଙ୍କ ମୃତଦେହ ଗ୍ରାମରେ ପଡିରହିଥିବାର ସୂଚନା ମିଳିଛି।