ନାତିଙ୍କ ଠେଙ୍ଗା ମାଡରେ ଆଇ ମୃତ, ଦୁଇ ଅଭିଯୁକ୍ତ ଅଟକ

Published: Jun 25, 2022, 8:20 am IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ନାତିଙ୍କ ଠେଙ୍ଗା ମାଡରେ ଆଈର ମୃତ୍ୟୁ ହୋଇଛି। ମୃତ ଆଈ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାର ସୁକାନ୍ତି ମୁଣ୍ଡା(୭୦)।

ପୋଲିସ ସୂତ୍ରରୁ ଜଣା ଯାଇଛି ଯେ ମୃତ ସୁକାନ୍ତିଙ୍କ ୨ ନାତି ପରମେଶ୍ବର ମୁଣ୍ଡା (୨୪) ଓ ପଦ୍ମଚରଣ ମୁଣ୍ଡା (୨୬)। ହେଲେ ପରମେଶ୍ବର ମୁଣ୍ଡା ଘରେ ମାଖନ ଗଛ ଲଗାଇ ଥିଲେ। ସେହି ମାଖନ ଗଛର ଅଗ୍ର ଭାଗ ସବୁ ଗାଈ ଛେଳି ଖାଇ ଦେଇ ଥିଲେ। ପରେ ଆଈ ସୁକାନ୍ତି ଏହାକୁ ରକ୍ଷଣା ବେକ୍ଷଣ କରିଥିଲେ। ଏହାକୁ ନେଇ ଆଈ ଓ ନାତିଙ୍କ ମଧ୍ୟରେ ଗୁରୁବାର ରାତିରେ ପାଟି ତୁଣ୍ଡ ହୋଇ ଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାତି ଦ୍ବୟ ଠେଙ୍ଗାରେ ପିଟି ପିଟି ଗୁରୁତର ଆହତ କରି ପକାଇ ଥିଲେ। ଘଟଣା ସ୍ଥଳରେ ମୁର୍ମୁସୁ ଅବସ୍ଥାରେ ପଡା ବାସୀ ଏକ ଅଟୋରେ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାକୁ ଆଣି ଥିଲେ। ହେଲେ ସୁକାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁଣି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇ ଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ କିସିଣ୍ଡା ପୋଲିସ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ। ଏ ସଂକ୍ରାନ୍ତରେ କିସିଣ୍ଡା ଥାନା କେସ ନମ୍ବର ୫୬/୨୦୨୨ ରେ ତା୨୪/୦୬/୨୨ ରେ ଏକ ମାମଲା ରୁଜୁ କରାଯାଇ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ହେଲେ ପିତାଳୁଖମନ ପଡ଼ାରେ ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ନାନା ଆଲୋଚନା ହେଉ ଥିବା ଜଣା ଯାଇଛି। କେହି କେହି ଏହି ଘଟଣାକୁ ପରିବାର ମଧ୍ୟରେ ପୂର୍ବ ଶତ୍ରତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇ ଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ପୋଲିସ ଅଧିକ ତଦନ୍ତ କଲେ ଘଟଣା ସମ୍ପର୍କରେ ଅଧିକ କିଛି ଜଣା ପଡିବ ବୋଲି ଦାବି ହେଉଛି।

Related posts