Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନାତିଙ୍କ ଠେଙ୍ଗା ମାଡରେ ଆଇ ମୃତ, ଦୁଇ ଅଭିଯୁକ୍ତ ଅଟକ
ଅପରାଧ

ନାତିଙ୍କ ଠେଙ୍ଗା ମାଡରେ ଆଇ ମୃତ, ଦୁଇ ଅଭିଯୁକ୍ତ ଅଟକ

June 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ନାତିଙ୍କ ଠେଙ୍ଗା ମାଡରେ ଆଈର ମୃତ୍ୟୁ ହୋଇଛି। ମୃତ ଆଈ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାର ସୁକାନ୍ତି ମୁଣ୍ଡା(୭୦)।

ପୋଲିସ ସୂତ୍ରରୁ ଜଣା ଯାଇଛି ଯେ ମୃତ ସୁକାନ୍ତିଙ୍କ ୨ ନାତି ପରମେଶ୍ବର ମୁଣ୍ଡା (୨୪) ଓ ପଦ୍ମଚରଣ ମୁଣ୍ଡା (୨୬)। ହେଲେ ପରମେଶ୍ବର ମୁଣ୍ଡା ଘରେ ମାଖନ ଗଛ ଲଗାଇ ଥିଲେ। ସେହି ମାଖନ ଗଛର ଅଗ୍ର ଭାଗ ସବୁ ଗାଈ ଛେଳି ଖାଇ ଦେଇ ଥିଲେ। ପରେ ଆଈ ସୁକାନ୍ତି ଏହାକୁ ରକ୍ଷଣା ବେକ୍ଷଣ କରିଥିଲେ। ଏହାକୁ ନେଇ ଆଈ ଓ ନାତିଙ୍କ ମଧ୍ୟରେ ଗୁରୁବାର ରାତିରେ ପାଟି ତୁଣ୍ଡ ହୋଇ ଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାତି ଦ୍ବୟ ଠେଙ୍ଗାରେ ପିଟି ପିଟି ଗୁରୁତର ଆହତ କରି ପକାଇ ଥିଲେ। ଘଟଣା ସ୍ଥଳରେ ମୁର୍ମୁସୁ ଅବସ୍ଥାରେ ପଡା ବାସୀ ଏକ ଅଟୋରେ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାକୁ ଆଣି ଥିଲେ। ହେଲେ ସୁକାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁଣି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇ ଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ କିସିଣ୍ଡା ପୋଲିସ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ। ଏ ସଂକ୍ରାନ୍ତରେ କିସିଣ୍ଡା ଥାନା କେସ ନମ୍ବର ୫୬/୨୦୨୨ ରେ ତା୨୪/୦୬/୨୨ ରେ ଏକ ମାମଲା ରୁଜୁ କରାଯାଇ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ହେଲେ ପିତାଳୁଖମନ ପଡ଼ାରେ ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ନାନା ଆଲୋଚନା ହେଉ ଥିବା ଜଣା ଯାଇଛି। କେହି କେହି ଏହି ଘଟଣାକୁ ପରିବାର ମଧ୍ୟରେ ପୂର୍ବ ଶତ୍ରତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇ ଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ପୋଲିସ ଅଧିକ ତଦନ୍ତ କଲେ ଘଟଣା ସମ୍ପର୍କରେ ଅଧିକ କିଛି ଜଣା ପଡିବ ବୋଲି ଦାବି ହେଉଛି।

ଅଭିଯୁକ୍ତ ଅଟକ କିସିଣ୍ଡା ଥାନା ଠେଙ୍ଗା ମାଡ ନାକଟିଦେଉଳ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.