Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା
ଆଜିର ଖବର

ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

July 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ସୋମବାରଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା। ସୋମବାରଠାରୁ ୧୦ ତାରିଖ ପର୍ଯନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଏନେଇ ୯୩୮ ଜଣ ରୋଗୀ ଚିକିତ୍ସା ପାଇଁ ଅନଲାଇନ ନାମ ପଞ୍ଜି କରଣ କରିଛିନ୍ତି।

ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ସେବା ଯୋଗାଇ ଦିଆଯାଇଛି। ଡାକ୍ତର ମାନେ ବିମାନଯୋଗେ ଜୟପୁର ରେ ପହଂଚିବା ପରେ ନବରଙ୍ଗପୁର କୁ ଆସିଥିଲେ।

ଏହି ଶିବିରରେ ମୂତ୍ରନଳିଜନିତ ରୋଗ (ୟୁରୋଲୋଜି), କିଡନୀ ଜନିତ ରୋଗ, ହୃଦରୋଗ, ପେଟ ଜନିତ ଜଟିଳ ରୋଗ,  ଥାଏରୋଇଡ଼, ମଧୁମେହ, ଗଳଗଣ୍ଡ, ଜଟିଳ ଅନ୍ତନଳୀ ରୋଗ, ସ୍ନାୟୁ ଜନିତ ରୋଗର  ଆଦିର ଚିକିତ୍ସା  କରାଯାଉଥିବା ବେଳେ ଓଡିଶା ର ବିଭିନ୍ନ ବଡ଼ ବଡ଼ ମେଡିକାଲ ର   ସୁପର ସ୍ପେସିଆଲିଷ୍ଟ  ଡକ୍ଟର ଆସି ଚିକିତ୍ସା ସେବା ଯୋଗାଉଛନ୍ତି। ସିଟି ସ୍କାନ, ଆଲଟ୍ରା ସାଉଣ୍ଡ, ଇସିଜି, ଲେପ୍ରୋଷ୍କପି, ରଞ୍ଜନ ରଶ୍ମୀ, ଆଇକ ମାଧ୍ୟମରେ ଦ୍ୱାରା ରୋଗ ନିରୂପଣ କରି ଆବଶ୍ୟକ ଅସ୍ତ୍ରୋପଚାର କରାଯିବ।

ଉପାନ୍ତ ଅଞ୍ଚଳର ରୋଗୀ ମାନେ ବଡ଼ ମେଡ଼ିକାଲ ର ସୁପର ସ୍ପେସିଆଲିଷ୍ଟ ଡକ୍ଟର ଙ୍କ ନିକଟରେ ନିଜ ଚିକିତ୍ସା ସୁବିଧା ପାଇପାରୁନଥିଲେ ବର୍ତ୍ତମାନ ଏହି ବାୟୁ ସ୍ବାସ୍ଥ୍ୟ ସେବା ମାଧ୍ଯମରେ  ସୁପର ସୁପର ସ୍ପେସିଆଲିଷ୍ଟ ଡକ୍ଟରଙ୍କୁ ହାତ ପାଆନ୍ତାରେ ପାଇ ଖୁସି ବ୍ୟକ୍ତ କରିଛନ୍ତି।

ଅପରପକ୍ଷରେ ଚାରି ଦିନ ଚାଲିବାକୁ  ଥିବା ଏହି ଶିବିରର ପ୍ରଥମ ଦିନରେ ସ୍ପେସିଆଲିଷ୍ଟ ଡକ୍ଟରମାନେ ରୋଗୀ ମାନଙ୍କ ର ସ୍କ୍ରିନିଂ କରିବା ପରେ ପ୍ରାଥମିକ ଚିକିତ୍ସା କରି ବିଭିନ୍ନ ପରୀକ୍ଷା କରାଯିବା ସହିତ ରୋଗୀ ଙ୍କୁ ଚିକତ୍ସା ଓ ପରାମର୍ଶ ଯୋଗାଇ ଦେଇଛନ୍ତି।

ଆବଶ୍ୟକ ସ୍ଥଳେ ରୋଗୀଙ୍କ ଅସ୍ତ୍ରୋପଚାର କରିବା ସହିତ ଜରୁରୀ ରୋଗୀ ଙ୍କୁ ମେଡ଼ିକାଲ ରେ ଏଡ଼ମିଟ କରି ଚିକିତ୍ସା କରାଯିବ।

ଏହି  ଶିବିର ଅଧିକୃତ ମେଡ଼ିକାଲ ଛାଡି ଉପାନ୍ତ ଅଞ୍ଚଳର ଏହି ଶିବିର ରେ ଯୋଗଦେଇ  ଡକ୍ଟର ମାନେ ଖୁସି ବ୍ୟକ୍ତ କରି ଏହା ଏକ ନୂତନ ଅନୁଭୂତି ବୋଲି କହିଛନ୍ତି।

ନବରଙ୍ଗପୁର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026
Latest News

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.