Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକକାଳୀନ ଦୁଇବର୍ଷର ବାର୍ଷିକ ସ୍ୱୀକୃତି ରାଶି ପୈଠ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକୁ ଓଷ୍ଟାର ବିରୋଧ
ଆଜିର ଖବର

ଏକକାଳୀନ ଦୁଇବର୍ଷର ବାର୍ଷିକ ସ୍ୱୀକୃତି ରାଶି ପୈଠ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକୁ ଓଷ୍ଟାର ବିରୋଧ

July 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

ଭୁବନେଶ୍ଵର: ଏକକାଳୀନ ଦୁଇବର୍ଷର ରିନୁଆଲ୍ ରିକଗ୍‌ନିସନ୍ ଫି ପୈଠ କରିବା ପାଇଁ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ରାଶିକୁ ସୀମିତ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶନାମା ପ୍ରକାଶ କରାଯାଉ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ଗତ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ ବିଜ୍ଞାପନ ଜରିଆରେ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ  ୨୦୨୪-୨୫ ଓ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟମାନଙ୍କ ସ୍ୱୀକୃତି ନବୀକରଣ ନିମିତ୍ତ ବର୍ଷ ପ୍ରତି ଚାରି ହଜାର(୪୦୦୦/-) ଟଙ୍କା ଧାର୍ଯ୍ୟ କରାଯାଇଛି। ଚାରି ହଜାର କରି ଦୁଇ ବର୍ଷ ନିମିତ୍ତ ମୋଟ୍ ଆଠ ହଜାର(୮୦୦୦/-) ଟଙ୍କା ଜମା ସହିତ ସମସ୍ତ କାଗଜ ପତ୍ର, କମ୍ପ୍ୟୁଟର ଜରିଆରେ ମକ୍ଟକ୍ଟ୍ରଚ୍ଚ ପେଷ୍ଟ କରି ନବୀକରଣ ଫର୍ମ ବାହାର କରିବା ପାଇଁ ନିର୍ଦ୍ଦେଶ ରହିଛି। ଗତ କୋଭିଡ଼-୧୯ ମହାମାରୀ ପରେ ବୋର୍ଡ଼ର ଠିକ୍ ଏହିପରି ଦୁଇ ବର୍ଷର ଜମା ପାଇଁ ଗୋଟିଏ ବିଜ୍ଞାପନ ବାହାରି ଥିଲା।

ଓଷ୍ଟାର ପ୍ରତିବାଦ ଫଳରେ ବୋର୍ଡ଼ ଏହାକୁ ୧ ବର୍ଷ ପାଇଁ ବଳବତ୍ତର ରଖିଥିଲେ। କିନ୍ତୁ ଏଠି ଗୋଟିଏ କଥା ଉଠୁଛି ଯେ, ବିଦ୍ୟାଳୟ ଗୁଡ଼ିକ     ୫–ଞ ଅଧୀନ ହୋଇ ଗଲାପରେ ଏହି ବିଦ୍ୟାଳୟ ମାନଙ୍କରେ ଶ୍ରେଣୀଗୃହ ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ଶିକ୍ଷକ ନାହାଁନ୍ତି କିମ୍ବା ଆଦୌ କମ୍ପ୍ୟୁଟର ନାହିଁ। କେତେକ ସ୍ଥାନରେ କମ୍ପ୍ୟୁଟରର ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ଚଳାଇବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଭାବରୁ ଏହା ଅଚଳ ଅବସ୍ଥାରେ ପଡ଼ି ରହିଛି। ବହୁ ବିଦ୍ୟାଳୟରେ ଇଣ୍ଟରନେଟ୍ ଏବଂ ବିଦ୍ୟୁତ୍‌କରଣର ବ୍ୟବସ୍ଥା ମଧ୍ୟ ନାହିଁ। ଅନେକ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଅବସର ନେଇଯିବା ପରେ ନୂତନ ନିଯୁକ୍ତିର ବ୍ୟବସ୍ଥା ହୋଇନଥିବାରୁ ଜଣେ ଦୁଇଜଣ କର୍ମଚାରୀରେ ଏହି ବିଦ୍ୟାଳୟ ଗୁଡ଼ିକ ଚାଲୁଅଛି।

ଏଭଳି ସ୍ଥିତିରେ ଦିନ ୧୦ଟା ରୁ ୪ଟା ମଧ୍ୟରେ ବିଦ୍ୟାଳୟକୁ ଚାଲୁ ରଖିବା କଷ୍ଟକର ହେଉଥିବା ବେଳେ ବୋର୍ଡ଼ ତରଫରୁ ଯେଉଁ ବିଜ୍ଞାପନ ଦିଆଯାଇଛି, ସେଥିରେ ଫାୟାର ସାର୍ଟିଫିକେଟ୍‌, ପ୍ରତ୍ୟେକ କର୍ମଚାରୀ ଓ ପରିଚାଳନା କମିଟିର ଡାଟା ପେଷ୍ଟ କରା ନଗଲେ ସେ ଫର୍ମ ବାହାରି ପାରିବ ନାହିଁ। ଏଥିରେ କାର୍ଯ୍ୟ କରିବା ପାଇଁ ଦିନ ଦିନ ଧରି ସାଇବର ଫାର୍ମକୁ ଯିବାକୁ ପଡ଼ିବ।

ଏହାର ସରଳୀକରଣ ଅର୍ଥାତ୍ ପୂର୍ବ ବର୍ଷପରି ଫର୍ମ ଯୋଗାଇବା ବ୍ୟବସ୍ଥା କରାଯିବା ସହିତ ଏହି ଅର୍ଥରାଶିକୁ ମୁକ୍ତ କିମ୍ବା ସୀମିତ କରାଯିବାର ବ୍ୟବସ୍ଥା କରାଗଲେ ବିଦ୍ୟାଳୟ ଗୁଡ଼ିକ ୨୦ ତାରିଖ ମଧ୍ୟରେ ଏହା କରିପାରିବେ। ନଚେତ୍ ସରକାରୀ ବିଦ୍ୟାଳୟମାନଙ୍କ ପରି ଏହି ସ୍ୱୀକୃତିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥିର ରଖାଯାଉ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନିଳମଣୀ ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) କର୍ତ୍ତୃପକ୍ଷ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଓଷ୍ଟା ମାଧ୍ୟମିକ ଶିକ୍ଷା ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026

ଟ୍ରମ୍ଫଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କଲା ଇରାନ ସମର୍ଥିତ ଇରାକୀ ଆତଙ୍କବାଦୀ ସଂଗଠନ

July 17, 2026

ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ATS: ଚାଞ୍ଚଲ୍ୟକର ଖୁଲାସା

July 17, 2026
Latest News

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026

ଟ୍ରମ୍ଫଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କଲା ଇରାନ ସମର୍ଥିତ ଇରାକୀ ଆତଙ୍କବାଦୀ ସଂଗଠନ

July 17, 2026

ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ATS: ଚାଞ୍ଚଲ୍ୟକର ଖୁଲାସା

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.