Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ ହବ୍ ଲୋକାର୍ପିତ
ଆଜିର ଖବର

ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ ହବ୍ ଲୋକାର୍ପିତ

July 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମିରଟ: ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଆଜିର ସମୟର ଆବଶ୍ୟକତା। ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ୍ ହବ୍ ନିଶ୍ଚିତ ଭାବରେ ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଏବଂ ଗତି ପ୍ରଦାନ କରିବ ବୋଲି ମଙ୍ଗଳବାର ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ମଙ୍ଗଳବାର ମିରଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ ହବର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ବିକଶିତ ଗ୍ରାମ ଏବଂ ଚାଷୀଙ୍କ ସମୃଦ୍ଧି ବିନା ବିକଶିତ ଭାରତର କଳ୍ପନା କରିହେବ ନାହିଁ। ଆଜିର କାର୍ଯ୍ୟକ୍ରମ ସେହି ଦିଗରେ ଏକ ଐତିହାସିକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ପ୍ରଯୁକ୍ତିବିଦ୍ୟା ଆଧାରିତ କୃଷି ଉଦ୍ଭାବନକୁ ପ୍ରୋତ୍ସାହିତ କରାଯାଉଛି। ଏହି କ୍ରମରେ ଗତ କେନ୍ଦ୍ର ବଜେଟରେ ‘ସେଣ୍ଟର ଫର ଏକ୍ସଲେନ୍ସ’ ଘୋଷଣା କରାଯାଇଥିଲା। ଏଆଇ, ମେସିନ୍ ଲର୍ଣ୍ଣିଂ ଏବଂ ଡାଟା ଆନାଲିଟିକ୍ସ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ଲାଭ ଭାରତର ଚାଷଜମି ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା। ସେହି ଆଧାରରେ ଆଇଆଇଟି ରୋପାରକୁ “କୃଷିରେ ଏଆଇ” ଉପରେ କାମ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା, ଆଜି ଲୋକାର୍ପିତ ଏଗ୍ରିଟେକ୍ ଇନୋଭେସନ୍ ହବ୍ ତାହାର ପ୍ରତିଫଳନ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି  ଭାରତର ଚାଷ ଅର୍ଥନୀତିର ମେରୁଦଣ୍ଡ। ଆମର ସେବା କ୍ଷେତ୍ର ହୁଏତ ବିଶ୍ୱ ମାନଦଣ୍ଡ ଛୁଇଁଛି, କିନ୍ତୁ ଭାରତର ସମୃଦ୍ଧିର ମୂଳ ଭିତ୍ତିଭୂମି ହେଉଛି ଏହାର କୃଷି ଭୂମି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ କୃଷକମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାକୁ ବାସ୍ତବରେ ପରିଣତ କରାଯାଉଛି। ଗଙ୍ଗା, ସରସ୍ୱତୀ ଏବଂ ତ୍ରିବେଣୀର ଜଳସ୍ରୋତ ଗୁଞ୍ଜରିତ ହେଉଥିବା ଗୌତମ ବୁଦ୍ଧ ନଗରରୁ ବାଲିଆ ପର୍ଯ୍ୟନ୍ତ ସ୍ଥାନ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନର ସଙ୍ଗମ ସହିତ ନୂଆ ପରିଚୟ ତିଆରି କରୁଛି। କୃଷକମାନଙ୍କ ପାଇଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଚୌଧୁରୀ ଚରଣ ସିଂହଙ୍କ ଅବଦାନକୁ ମନେ ପକାଇ ସେ କହିଛନ୍ତି ଏହି ଦୁଇ ମହାପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ସେତେବେଳେ ହେବ ଯେତେବେଳେ ଆମେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସମୃଦ୍ଧ କରିବା। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ , ଉତ୍ତର ପ୍ରଦେଶ ସରକାରଙ୍କ କୃଷି ମନ୍ତ୍ରୀ, ଅନେକ ବିଶିଷ୍ଟ ଜନପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ବିଜନୌରସ୍ଥିତ ଉତ୍ତର ପ୍ରଦେଶର ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ଧର୍ମପାଲ ସିଂହଙ୍କ ବାସଭବନରେ ପହଞ୍ଚି ତାଙ୍କ ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ ମିରଟ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ନିର୍ବାଚିତ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?: ପ୍ରକାଶ ପାଇଲା ତାରିଖ, ବିଜ୍ଞପ୍ତି ଜାରି

January 16, 2026

ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

January 16, 2026

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026
Latest News

କେବେ ନିର୍ବାଚିତ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?: ପ୍ରକାଶ ପାଇଲା ତାରିଖ, ବିଜ୍ଞପ୍ତି ଜାରି

January 16, 2026

ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

January 16, 2026

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.