Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା: ଖୋର୍ଦ୍ଧା ଜିଲ୍ଲାରେ ମଡେଲ ସୂର୍ଯ୍ୟ ଗ୍ରାମ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ
ଆଜିର ଖବର

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା: ଖୋର୍ଦ୍ଧା ଜିଲ୍ଲାରେ ମଡେଲ ସୂର୍ଯ୍ୟ ଗ୍ରାମ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ

July 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପି ଏମ ସୁର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟଘର ଗ୍ରାମ ଚୟନ ନିମନ୍ତେ ବିଭିନ୍ନ ବିଭାଗର କାର୍ଯ୍ୟନ୍ଵୟନ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟା ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଜିଲ୍ଲାପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଟି ପି ସି ଓ ଡି ଏଲ, ଆରଇ ମୁଖ୍ୟ ଅଶୋକ ଚୌଧୁରୀ ଯୋଗଦେଇ ଯୋଜନାର ବିସ୍ତୃତ ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ।

ଭାରତ ସରକାରଙ୍କ ଏହା ଏକ ଅଗ୍ରଣୀ ଯୋଜନା ହୋଇ ଥିବାରୁ ସ୍ୱଳ୍ପ ଖର୍ଚ୍ଚରେ ଗ୍ରାମ, ପଂଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ କିଭଳି ସଫଳତାର ସହ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା କାର୍ଯ୍ୟ କାରୀ ହୋଇ ପାରିବ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ସଭାପତି ଜିଲ୍ଲା ପରିଷଦ ରୂପଶ୍ରୀ ରାଣୀ ଗୁମାନ ସିଂହ କହିଲେ ଯେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପ୍ରଥମେ ହେବା ଦରକାର। ଲୋକମାନେ ଯୋଜନା ସମ୍ଵନ୍ଧରେ ସମସ୍ତ ତଥ୍ୟ ଜାଣିଲେ ଯୋଜନା କାର୍ଯ୍ୟକାରିତା ପ୍ରକ୍ରିୟା ସହଜ ହୋଇ ପାରିବ।

ସେହିପରି ଉପସଭାପତି, ଜିଲ୍ଲା ପରିଷଦ ଗୋପୀନାଥ ମହାରଣା ଯୋଗଦେଇ କହିଲେ ଯେ, ଜନସାଧାରଣଙ୍କୁ ସଚେତନ କରିବାକୁ ହେଲେ ଘର ଘର ବୁଲି ଯୋଜନା ସମ୍ପର୍କରେ ଅବଗତ କରାଇବା, ପ୍ରଚାର ପତ୍ର ବାଣ୍ଟିବା ଅତି ଜରୁରୀ ଅଟେ। ଏହିକ୍ରମେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ କହିଥିଲେ ଯେ ପ୍ରତ୍ୟେକ କାର୍ଯ୍ୟ ନ୍ଵୟନ ବିଭାଗ ଯଥା ସ୍ୱାସ୍ଥ୍ୟ,ସମାଜ ମଙ୍ଗଳ ବିଭାଗ, କୃଷି ବିଭାଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କର୍ମୀ, ସ୍ଵାସ୍ଥ୍ୟ କର୍ମୀ, କୃଷକ ସାଥୀ ମାନେ ପ୍ରଧାନମନ୍ତ୍ରୀ ସୁର୍ଯ୍ୟଘର ଯୋଜନାର ହିତାଧିକାରୀ ତଥ୍ୟ ଜନିତ ପ୍ରଚାର ପତ୍ର ତୃଣ ମୂଳ ସ୍ତରରେ ବାଣ୍ଟିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବି ଡି ଓ ମାନେ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବା ସହ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସମସ୍ତ ବ୍ୟାଙ୍କ ମାନଙ୍କୁ ଏହି ଯୋଜନାରେ ଥିବା ଋଣ ପ୍ରଦାନ ଦିଗରେ ଅବଗତ କରାଇବା ପାଇଁ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପଂଚାୟତ ସ୍ତରୀୟ ଜନ ପ୍ରତିନିଧି ମାନେ ମଧ୍ୟ ଯୋଜନାକୁ ସଫଳ ରୂପାୟନ ନିମନ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ଅନ ଲାଇନ୍ ଆବେଦନ ସମ୍ପର୍କରେ ବିସ୍ତୃତ ତଥ୍ୟ ପାୱାର ପଏଣ୍ଟ ଉପକରଣରେ ଟି ପି ସି ଓ ଡି ଏଲ ନିର୍ବାହୀ ଯନ୍ତ୍ରୀ ଇଂ ପି କେ ଦାସ ଉପସ୍ଥାପନ କରିଥିଲେ l ଏହି ଯୋଜନାକୁ ନିର୍ଦ୍ଧାରିତ ସମୟ ୬୦ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ସମସ୍ତ କମିଟି ସଦସ୍ୟ ସଦସ୍ୟା ଏବଂ ଟି ପି ସି ଓ ଡି ଏଲ ମୁଖ୍ୟ , ରିନୀୟେବୁଲ ଶ୍ରୀ ଅଶୋକ ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିର୍ଦେଶକ, ଓରୀଡା ମହେଶ୍ୱର ବଡ଼ଜେନା, ଅଧିକ୍ଷଣ ଯନ୍ତ୍ରୀ,ଟି ପି ସି ଓ ଡି ଏଲ, ଭୁବନେଶ୍ୱର ମନୋଜ କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଚେୟାର ପର୍ସନ, ଖୋର୍ଦ୍ଧା, ଶ୍ରିମୟୀ ପ୍ରିୟଦର୍ଶିନୀ,ଡି ପି ସି ,ମିଶନ ଶକ୍ତି ନିରଞ୍ଜନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଅଜୟ କୁମାର ବେହେରା ଙ୍କ ସମେତ ବିଭିନ୍ନ ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟା ଯୋଗଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ପ୍ରସ୍ତୁତି ବୈଠକ ସାଫଲ୍ୟ ମଣ୍ଡିତ ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025
Latest News

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.