ଭୁବନେଶ୍ଵର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପୁଣିଥରେ ଲାଗୁ ହୋଇଛି ପାସ-ଫେଲ ନିୟମ। ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଏହାଦ୍ବାରା ଗୁଣାତ୍ମକ ଶିକ୍ଷା ଗ୍ରହଣ ଅଧିକ ସହଜ ଓ ସୁଗମ ହୋଇପାରିବ। ଏଣିକି ପ୍ରତିବର୍ଷ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ହେଉଥିବା ଛାତ୍ରଛାତ୍ରୀମାନେ ପୁଣିଥରେ ପରୀକ୍ଷା ଦେବାପାଇଁ ସୁଯୋଗ ପାଇବେ। ଦ୍ବିତୀୟ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ସେମାନଙ୍କୁ ପୁନର୍ବାର ସେହି ଶ୍ରେଣୀରେ ପଢିବାକୁ ପଡିବ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ନିଜ ତ୍ରୁଟି ସୁଧାରିବା ସହ ପୁଣିଥରେ ନିଜକୁ ସଂଶୋଧନ କରିପାରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।