ଭୁବନେଶ୍ଵର: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ବିଧାନ ବଞ୍ଚାଅ ସମାବେଶ ନୁହେଁ, କଂଗ୍ରେସ ବଞ୍ଚାଅ ସମାବେଶ ବୋଲି ବିଜେପି କହିଛି। ବିଜେପି ପକ୍ଷରୁ ଭୁବନେଶ୍ବରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ସମ୍ବିଧାନର ହତ୍ୟାକାରୀ ଏବେ ସମ୍ବିଧାନ କଥା କହୁଛନ୍ତି। କଂଗ୍ରେସ ଦିନକୁ ଦିନ ସାଧାରଣ ଲୋକଙ୍କଠାରୁ ଦୂରେଇ ଚାଲିଛି। କଂଗ୍ରେସ ଯୋଗୁ କାଶ୍ମୀରରେ ଅଚଳାବସ୍ଥା ଲାଗି ରହିଥିଲା। ଏବେ ଦଳକୁ ବଞ୍ଚାଇବା ଲାଗି କଂଗ୍ରେସ ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି। ଓଡ଼ିଶା ମାଟିରେ ସମ୍ବିଧାନକୁ ଅପମାନିତ କରିଥିବାରୁ କଂଗ୍ରେସ କ୍ଷମା ମାଗୁ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି।