ଭୁବନେଶ୍ବର: ସୁସ୍ଥ ହୋଇ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ହଜାର ହଜାର ସମର୍ଥକ ତାଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ନବୀନ ପଟ୍ଟନାୟକ ସ୍ବାଗତଂ କରି ବିଜେଡି କର୍ମି ଓ ନେତା ପାଛୋଟି ନେଇଥିଲେ।
ନବୀନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର 22 ତାରିଖରେ ଛୋଟିଆ ଅପରେସନ କରାଯାଇଥିଲା। ଏହାପରେ ସେ ସେଠାରେ ରହି ଫିଜିଓଥେରାପି କରୁଥିଲେ। ଆଜି ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଓଡିଶା ଫେରି ଆସିଛନ୍ତି। ଏହାପରେ ସେ କିଛି ଦିନ ଘରେ ବିଶ୍ରାମ କରିବେ ବୋଲି ଜଣାପଡିଛି।