ଭୁବନେଶ୍ବର: ବହୁଦିନ ନିରବତା ପରେ ଆଜି ମୁହଁ ଖୋଲିଛନ୍ତି ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗ। ଆଜି ସାମ୍ବାଦିକ ସମ୍ମିଳନୀ କରେ ସେ ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି। ବିଜେଡିର ବଡବଡ ନେତା କୁଆଡେ ତାଙ୍କୁ ଫସାଇ ଦେଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିରେ ସେ ନାଁ ନେଇ ବବି ଦାସ, ମାନସ ମଙ୍ଗରାଜ ଏବଂ କରର୍ପୋରେଟର ଅମରେଶ ଜେନା ଫସାଇଦେଲେ ବୋଲି କହିଛନ୍ତି।
କେବଳ ନେତା ନୁହଁନ୍ତି ତାଙ୍କ ଇସାରାରେ ପୋଲିସ ଅଧିକାରୀ ମଧ୍ୟ ମୋତେ ଫସଇବା କାମରେ ଲାଗିଥିଲେ। ଏପରିକି ମୋର ସ୍ଥିତି କଣ ତାହା ଦେଖିବା ପାଇଁ ସେହି ପୋଲିସ ଅଧିକାରୀ ଜେଲ ଭିତରକୁ ନିୟମିତ ଯାଉଥିଲେ ବୋଲି ଅର୍ଚ୍ଚନା ଅଭିଯୋଗ କରିଛନ୍ତି। ସେମାନେ ମୋତେ ବିଷ ଇଂଜେକସନ ଦେଇ ହତ୍ୟା ଉଦ୍ୟମ କରୁଥିଲେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ତେବେ ଏହି ଅଭିଯୋଗ ପରେ ବିଜେଡି ନେତା କିମ୍ବା ପୋଲିସ ଅଫିସରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।