ଭୁବନେଶ୍ବର: ନିକଟରେ ୱାକଫ ବିଲକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା। କାରଣ ବିଜେଡି ଏହି ବିଲକୁ ବିରୋଧ କରିବ ବୋଲି କହିଥିଲା। ହେଲେ ପରବର୍ତ୍ତି ସମୟରେ କଣ ହେଲା କେଜାଣି ଭୋଟ ପୂର୍ବରୁ ବିବେକାନୁମୋଦିତ ଭୋଟ ଦେବାକୁ କୁହାଗଲା। ଫଳରେ ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ବିଜେଡି ସାଂସଦ ମୁନ୍ନା ଖାନ।
ତେବେ ରାଜ୍ୟସଭାର ଅଫିସିଆଲ ଭର୍ସନ ଅଫ ଡିବେଟ ରିପୋର୍ଟ ପ୍ରକାଶ ପାଇବା ପରେ କଣ ସତ ତାହା ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁସାରେ ବିଜେଡିର ସାତ ସାଂସଦ ମଧ୍ୟରୁ ପାଞ୍ଚଜଣ ବିଲ ସପକ୍ଷରେ ଭୋଟ ଦେଇଛନ୍ତି। ସେମାନେ ହେଲେ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶି। ସେହିପରି ବିଲ ବିରୋଧରେ ଭୋଟ ଦେଇଛନ୍ତି ମୁନ୍ନା ଖାନ।
ଏହି ଭୋଟ ଦାନରୁ ବିରତ ରହିଥିଲେ ଅନ୍ୟତମ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।