ଭୁବନେଶ୍ଵର: ଯାଜପୁର ରୋଡ- ଧାମରା ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ତୁରନ୍ତ ମଞ୍ଜୁର କରିବା ଲାଗି ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର କର୍ମକର୍ତ୍ତାମାନେ ଏହି ପ୍ରକଳ୍ପର ମଞ୍ଜୁରି ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଦାବି କରିଛନ୍ତି।
ସେମାନେ କହଛନ୍ତି ଯେ, ଏହି ରେଳପ୍ରକଳ୍ପ ନିର୍ମାଣ ଦ୍ବାରା ଯାଜପୁର ଜିଲ୍ଲାର ସଦର ମହକୁମାକୁ ରେଳ ସଂଯୋଗ ସମ୍ଭବ ହେବ। ଏହାସହିତ ବିରଜା କ୍ଷେତ୍ର, ଭଦ୍ରକର ଆଖଣ୍ଡଳମଣୀ ଶୈବପୀଠ ଏବଂ ଭିତରକନିକା ଅଭୟାରଣ୍ୟକୁ ଯୋଗାଯୋଗ ସମ୍ଭବ ହୋଇପାରିବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ତ୍ବରାନ୍ବିତ ହେବ ବୋଲି ପରିଷଦର କର୍ମକର୍ତ୍ତାମାନେ କହିଛନ୍ତି।