ରଣପୁର: ରଣପୁର ତହସିଲ ଅନ୍ତର୍ଗତ ପିମ୍ପଲ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି. ପ୍ରାପ୍ତ ସୂଚନା ଅନୁଯାୟୀ ପିମ୍ପଲ ଗ୍ରାମର ଉଦ୍ୟନାଥ ରାଉତରାୟଙ୍କ ପୁଅ ଦାଶରଥି ରାଉତରାୟ (୫୫) ଚାଷ ଜମିକୁ ଶନିବାର ଅପରାହ୍ନରେ କାମ କରିବା ପାଇଁ ଯାଇଥିବା ବେଳେ ହଠାତ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଆମହନ୍ତ ଗହିରା ମଧ୍ୟରୁ ଦାଶରଥିଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ପରେ ତାଙ୍କୁ ରଣପୁର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଶନିବାର ଅପରାହ୍ନରେ ପ୍ରବଳମାତ୍ରାରେ ବଜ୍ରପାତ ହୋଇଥିବା ହେତୁ ଓ ତାଙ୍କ ଶରୀରରେ ସୃଷ୍ଟି ହୋଇଥିବା କ୍ଷତକୁ ନେଇ ସେ ବଜ୍ରପାତରେ ପ୍ରଣହରାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଦାଶରଥିଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।