Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ୍ସପୋଜର ଭିଜିଟ ଅନୁଦାନ ହଡପ: ଛାତ୍ରଛାତ୍ରୀଙ୍କ ଟଙ୍କା ଆତ୍ମସାତ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଆଜିର ଖବର

ଏକ୍ସପୋଜର ଭିଜିଟ ଅନୁଦାନ ହଡପ: ଛାତ୍ରଛାତ୍ରୀଙ୍କ ଟଙ୍କା ଆତ୍ମସାତ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

July 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ଅଧିନସ୍ଥ ନାକଟିଦେଉଳ ବ୍ଲକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ପରିଭ୍ରମଣ ଟଙ୍କା ହଡପ ହେବା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବିରୋଧରେ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି।
ସରକାର ଶିକ୍ଷା ବିଭାଗ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଶିକ୍ଷଣୀୟ ସ୍ଥାନକୁ ପରିଭ୍ରମଣ (ଏକ୍ସପୋଜର ଭିଜିଟ) କରାଇବା ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥାନ୍ତି।

ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଅନୁସାରେ ଏକ୍ସପୋଜର ଭିଜିଟ ପାଇଁ ନାକଟିଦେଉଳ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନିକଟକୁ ୨ ଲକ୍ଷ ୨୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଉକ୍ତ ଟଙ୍କା କାର୍ଯ୍ୟର ବିଲ୍ ଭାଉଚର୍ ରେ ଅନେକ ଅନିୟମିତତା ହୋଇଥିବା ଜଣା ପଡିଥିଲା। ଅନିୟମିତତା ଗୁଡ଼ିକ ହେଲା ନାକଟିଦେଉଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏକ୍ସପୋଜର) ଭିଜିଟ କାର୍ଯ୍ୟରେ ୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ୮ ଗୋଟି ବସରେ ନେବା ଆଣିବା କରିଛନ୍ତି। ଦର୍ଶାଯାଇଥିବା ବସ୍ ମଧ୍ୟରୁ ତିନି ଗୋଟି ବସ୍ ଜାଲିଆତି ଅଟେ।

ଓଡି ୧୫ ସି ୨୧୦୫ ବସ୍ ନୁହେଁ ଏଚଏଫ ଡିଲକ୍ସ ବାଇକ୍ ଯାହା ନାଁ ସନ୍ତୋଷ ସିଂ ନାମରେ ଅଛି, ଦିତ୍ୱୀୟରେ ଓଡି ୧୫- ୯୩୦୪ ବସ୍ ନୁହେଁ ହିରୋ ହୁଣ୍ଡା ପାସନ ଏକ୍ସପ୍ରୋ ଯାହା ସୋମବାବୁ ସାହୁ ନାମରେ ଏବଂ ତୃତୀୟରେ ଓଡି ୨୧ବି ୫୩୫୮ ବସ୍ ନୁହେଁ ସ୍ପ୍ଲେଣ୍ଡର ପ୍ଲସ ଯାହା ବିକ୍ରମ ପ୍ରକାଶ ସାଇଙ୍କ ନାମରେ ଅଛି। ଗୋଟିଏ ବସରେ ୪୧ ଜଣ ଛାତ୍ରଛାତ୍ରୀ ହିସାବରେ ୩ ଟି ବସକୁ ମୋଟ ୧୨୩ ଜଣ ଛାତ୍ର (ଏକ୍ସପୋଜର ଭିଜିଟ) ରେ ସାମିଲ ହୋଇନାହାନ୍ତି। ଜଣ ଛାତ୍ରଛାତ୍ରୀ ପିଛା ୬୬୬ ଟଙ୍କା ହିସାବରେ ୮୧ ହଜାର ୯୧୮ ଟଙ୍କା ସୃଷ୍ଟ ଆତ୍ମସାତ କରାଯାଇଛି।

ଗାଡି ଭଡା ବାବଦକୁ ଓଡି ୧୫ ସି ୨୧୦୫ ରେ ୧୧,୬୯୦ ଟଙ୍କା ଦ୍ଵିତୀୟ ଗାଡି ଓଡି ୧୫- ୯୩୦୪ ରେ ୨୩, ୩୮୦ ଟଙ୍କା ଏବଂ ତୃତୀୟ ଗାଡି ଓଡି ୨୧ବି ୫୩୫୮ ରେ ୧୭,୧୫୦ ଟଙ୍କା ହିସାବରେ ମୋଟ ୫୨,୨୨୦ ଟଙ୍କା ଗାଡ଼ି ଭଡା ନାଁରେ ଆତ୍ମସାତ କରାଯାଇଛି। ୧୨୩ ଛାତ୍ରଛାତ୍ରୀଙ୍କ ସମସ୍ତ ଖର୍ଚ୍ଚ, ୩ ଗୋଟି ଗାଡ଼ିର ଆନୁମାନିକ ଖର୍ଚ୍ଚ ହାରାହାରି ୧ ଲକ୍ଷ ୩୪ ହଜାର ୧୩୮ ଟଙ୍କାରୁ ତଦନ୍ତ କରାଗଲେ ଅଧିକ ହୋଇପାରେ।

ଏଣୁ ନାକଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (ଏକ୍ସପ୍ଲୋଜର ଭିଜିଟ) ଖର୍ଚ୍ଚର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ସଞ୍ଜୟ କୁମାର ଛୁରିଆ ସମ୍ବଲପୁର ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।

ଶିକ୍ଷା ବିଭାଗ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025
Latest News

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.