Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରୀ ଆତ୍ମହୁତି ଘଟଣା ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ ଓ ଛାତ୍ର କଂଗ୍ରେସ
ଆଜିର ଖବର

ଛାତ୍ରୀ ଆତ୍ମହୁତି ଘଟଣା ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ ଓ ଛାତ୍ର କଂଗ୍ରେସ

July 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
studentcongress
ଛାତ୍ରୀ ଆତ୍ମହୁତି ଘଟଣା ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ ଓ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ପ୍ରାୟ ଘଣ୍ଚାଏ କାଳ ଧସ୍ତାଧସ୍ତି ହେବାପରେ ପୋଲିସ ବ୍ୟାରିକେଡକୁ ଆନ୍ଦୋଳନକାରୀ ମାନେ ଭାଙ୍ଗିଦେଇଥିଲେ।

ପୋଲିସ ସେଠାରୁ ଭ୍ୟାନ ଯୋଗେ ଆନ୍ଦୋଳନକାରୀ ମାନଙ୍କୁ ଉଠାଇ ନେଇଥିଲା। ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଥିଲେ ଯେ ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗକୁ ପରିଚାଳନା କରିବାରେ ବିଫଳ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏ ସମଗ୍ର ଘଟଣାପାଇଁ ଦାୟୀ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ।

ଓଡ଼ିଶାରେ ସରକାରୀ ଓ ବେସରକାରୀ ଶିକ୍ଷାବିଭାଗର କ୍ୟାମ୍ପସରେ ମହିଳା ଅସୁରକ୍ଷିତ। ସୁତରାଂ କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷା ଦେଇପାରୁନଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଯୁବ କଂଗ୍ରେସ ଦାବି କରୁଛି। ସେହିଭଳି ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ କହିଲେ ଯେ ମୋହନ ସରକାର ଏକ ଛାତ୍ରବିରୋଧି ସରକାର। ପୀଡ଼ିତାଙ୍କ ନ୍ୟାୟ ପାଇବା ପାଇଁ କଲେଜର ଅଧ୍ୟକ୍ଷ, ଥାନା, ବାଲେଶ୍ୱର ସାଂସଦ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଯୋଗାଯୋଗ କରିଛନ୍ତି। କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ। ଶେଷରେ ହତାସ ହୋଇ ସେ ଆତ୍ମଦାହ କରିବାପାଇଁ ନିଷ୍ପତ୍ତି ନେଲେ।

ଏବିଭିପି ଛାତ୍ର ସଂଗଠନଙ୍କର ସେ ଜଣେ ସଭ୍ୟା ଥାଇ ମଧ୍ୟ ତାଙ୍କ ନିଜ ସଂଗଠନ ଓ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ତେଣୁ ଓଡ଼ିଶାର ସମସ୍ତ କ୍ୟାମ୍ପସରେ ଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ଏହି ଘଟଣାରେ ଏବିଭିପି ଛାତ୍ର ସଂଗଠନର ଅସଲ ମୁଖା ଖୋଲିଯାଇଛି। ଏହି ସଂଗଠନର ଜଣେ ସଭ୍ୟାଙ୍କୁ ନ୍ୟାୟ ଦେବାପାଇଁ ଏବିଭିପି ସରକାରର ବିଫଳତା ଉପରେ ମୁହଁ ଖୋଲୁ ନାହିଁ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ତୁଷାରକାନ୍ତି ତସ୍ୱସୀ, ମହମ୍ମଦ ଗୁଲଫାମ, ବଳରାମ ନନ୍ଦ, ବିରଞ୍ଚି ବାରିକ, ସାହାରୁଖ ଖାନ, ଆଶିଷ ମହାନ୍ତ, ସୁନିଲ ସାହୁ ଗାନ୍ଧୀ, ଲିପିକା ପାତ୍ର, ଲିପ୍ସା ନାୟକ, ସାଗର ପଟ୍ଟନାୟକ, ରଣଜିତ ସେନାପତି, ଆଦିତ୍ୟ ପାତ୍ର, ବାଦଲ ନାୟକ, ରାଜେଶ ଦାଶ, ସୁରଜ ରାଉତ, କାର୍ତ୍ତିକେଶ୍ୱର କାଣ୍ଡି, ଜଗଦିଶ ରାଉତ, ପବିତ୍ର ସେଠୀ, ପ୍ରଶାନ୍ତି ପରମାଣିକ, ବାବୁଲ ଲିପୁ, ତାପସ ଦେଓ, ଚଣ୍ଡି ପ୍ରସାଦ ମହାପାତ୍ର, ମହମ୍ମଦ ତାକ୍ୟୁଇନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଛାତ୍ରୀ ଆତ୍ମହତ୍ୟା ଯୁବ କଂଗ୍ରେସ ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.