Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାର ଗୁଣବତ୍ତା ସୁନିଶ୍ଚିତ କରିବାକୁ ଏକ ଅଭିଯାନ ଚଳାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ
ଆଜିର ଖବର

ସାର ଗୁଣବତ୍ତା ସୁନିଶ୍ଚିତ କରିବାକୁ ଏକ ଅଭିଯାନ ଚଳାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

July 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
shivraj
ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନକଲି ଏବଂ ନିମ୍ନମାନର ସାର ସମସ୍ୟାକୁ ଗମ୍ଭୀରତାର ସହ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଏହା ଉପରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାରା ଦେଶରେ ନକଲି ସାର ବିକ୍ରୟ ଏବଂ ସବସିଡିଯୁକ୍ତ ସାରର କଳାବଜାରୀ ଏବଂ ବାଧ୍ୟତାମୂଳକ ଟ୍ୟାଗିଂ ଭଳି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବା ଲକ୍ଷ୍ୟରେ ଏହି ଚିଠି ଲେଖାଯାଇଛି।

କେନ୍ଦ୍ରମନ୍ତ୍ରୀ ଚିଠିରେ କହିଛନ୍ତି ଯେ କୃଷି ହେଉଛି ଭାରତର ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକଙ୍କ ଆୟରେ ସ୍ଥିରତା ବଜାୟ ରଖିବା ପାଇଁ, ସେମାନଙ୍କୁ ସଠିକ ସମୟରେ, ସୁଲଭ ମୂଲ୍ୟରେ ଏବଂ ମାନକ ଗୁଣବତ୍ତା ସହିତ ଗୁଣାତ୍ମକ ସାର ଯୋଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ଆସୁଥିବା ସାର ନିୟନ୍ତ୍ରଣ ଆଦେଶ, ୧୯୮୫ ଅନୁଯାୟୀ ନକଲି କିମ୍ବା ନିମ୍ନମାନର ସାର ବିକ୍ରୟ ନିଷିଦ୍ଧ।

କେନ୍ଦ୍ରମନ୍ତ୍ରୀ ରାଜ୍ୟଗୁଡ଼ିକୁ ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରିଛନ୍ତି:

କୃଷକମାନଙ୍କୁ ଉଚିତ ଅଂଚଳ ଓ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବା ରାଜ୍ୟଗୁଡ଼ିକର ଦାୟିତ୍ୱ। ତେଣୁ, ରାଜ୍ୟଗୁଡ଼ିକ କଳାବଜାରୀ, ଅଧିକ ମୂଲ୍ୟରେ ବିକ୍ରୟ ଏବଂ ସବସିଡିଯୁକ୍ତ ସାରର ବିକ୍ରୟ ଭଳି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।

ନିୟମିତ ଭାବେ ସାର ଉତ୍ପାଦନ ଓ ବିକ୍ରୟର ତଦାରଖ କରାଯିବା ଆବଶ୍ୟକ, ତାସହିତ ନକଲି ଓ ନିମ୍ନମାନର ଉତ୍ପାଦଗୁଡ଼ିକର ନମୁନା ଯାଞ୍ଚ ଓ ପରୀକ୍ଷଣ ମାଧ୍ୟମରେ କଡ଼ା ନିୟନ୍ତ୍ରଣ କରାଯିବା ଉଚିତ।

ପାରମ୍ପରିକ ସାର ସହିତ ନାନୋ-ସାର କିମ୍ବା  ବାୟୋ-ଷ୍ଟିମୁଲାଣ୍ଟ ଉତ୍ପାଦଗୁଡ଼ିକର ବାଧ୍ୟତାମୂଳକ ଟ୍ୟାଗିଂ ତୁରନ୍ତ ବନ୍ଦ କରାଯିବା ଉଚିତ।

ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯେପରିକି ଲାଇସେନ୍ସ ବାତିଲ, ଏଫଆଇଆର ରୁଜ୍ଜୁ ଏବଂ ମାମଲାଗୁଡ଼ିକର ପ୍ରଭାବଶାଳୀ ଭାବରେ ଅନୁସରଣ କରି ଦଣ୍ଡ ସୁନିଶ୍ଚିତ କରାଯିବା ଉଚିତ।

ଏକ ମତାମତ ଏବଂ ସୂଚନା ବ୍ୟବସ୍ଥା ବିକଶିତ କରିବା, ଚାଷୀ / ଚାଷୀ ଗୋଷ୍ଠୀମାନଙ୍କୁ ତଦାରଖ ପ୍ରକ୍ରିୟାରେ ସାମିଲ କରିବା ଏବଂ ପ୍ରକୃତ ଏବଂ ନକଲି ଉତ୍ପାଦ ଚିହ୍ନଟ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା ପାଇଁ ବିଶେଷ ପ୍ରୟାସ କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ନକଲି ଏବଂ ନିମ୍ନମାନର କୃଷି ସାମଗ୍ରୀ ସମସ୍ୟାର ମୂଳୋତ୍ପାଟନ କରିବା ପାଇଁ ଉପରୋକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀ ସମସ୍ତ ରାଜ୍ୟକୁ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଏସବୁ କାର୍ଯ୍ୟକୁ ରାଜ୍ୟ ସ୍ତରରେ ନିୟମିତ ଭାବରେ ତଦାରଖ କରାଯାଏ, ତେବେ ଏହା ଚାଷୀଙ୍କ ସ୍ୱାର୍ଥ ପାଇଁ ଏକ ପ୍ରଭାବଶାଳୀ ଏବଂ ସ୍ଥାୟୀ ସମାଧାନ ପ୍ରମାଣିତ ହେବ।

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରର ନିର୍ଦ୍ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026
Latest News

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.