ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟରେ ଆଇ ଜି ନୀତି ଶେଖରଙ୍କ ଦ୍ଵାରା ୧୫ ଟି ମୋଟରସାଇକେଲ ପେଟ୍ରୋଲିଂ ଗାଡ଼ିର ଶୁଭାରମ୍ଭ ହୋଇଛି। ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ବ୍ୟବହାର ହେବାକୁ ଥିବା ଉକ୍ତ ମୋଟରସାଇକେଲରେ ସାଇରନ୍, ଆଲୋକିତ ପତାକା ଓ ବୃତ୍ତାକାର ଫୋନ ସଂଯୁକ୍ତ ହୋଇଛି।
୧୫ ଟି ମୋଟରସାଇକେଲ ମଧ୍ୟରୁ ୫ ଟି ବ୍ରହ୍ମପୁର ଟ୍ରାଫିକ ଥାନାକୁ ମିଳିଥିଲା ବେଳେ ଟାଉନ ଥାନା, ବଡ଼ବଜାର ଥାନା, ଗୋଷାଣୀ ନୁଆଁଗାଁ ଥାନା, ବୈଦ୍ୟନାଥପୁର ଥାନା ଓ ନିମଖଣ୍ଡି ଥାନାକୁ ୨ଟି ଲେଖାଏଁ ଗାଡ଼ି ମିଳିଥିବା ଜଣାପଡିଛି।