Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଥେୟା ମୁରଲୀଧରନ୍‌ଙ୍କ ବାୟୋପିକ୍‌ରେ ସାଉଥ୍‌ଷ୍ଟାର ବିଜୟ ସେଥୁପତି
ଆଜିର ଖବର

ମୁଥେୟା ମୁରଲୀଧରନ୍‌ଙ୍କ ବାୟୋପିକ୍‌ରେ ସାଉଥ୍‌ଷ୍ଟାର ବିଜୟ ସେଥୁପତି

July 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖେଳାଳୀମାନଙ୍କ ଜୀବନୀକୁ ନେଇ ଅନେକଗୁଡ଼ିଏ ଭାରତୀୟ ସିନେମା ତିଆରି ହୋଇଛି । କ୍ରିକେଟର୍‌ ସଚିନ୍‌ ତେନ୍ଦୁଲ୍‌କର, ମେରିକମ୍‌, ଏମ୍‌ଏସ୍‌,ଧୋନୀଙ୍କୁ ନେଇ ଫିଲ୍ମ ରିଲିଜ୍‌ ହୋଇସାରିଥିବାବେଳେ ଭାରତର ପ୍ରଥମ ଓ୍ବାର୍ଲ୍ଡକପ୍‌ ବିଜୟକୁ ନେଇ ‘୮୩’ ନିର୍ମାଣ ଚାଲିଛି । ଏବେ ମିଳିଥିବା ସୂଚନା ଅନୁସାରେ ଶ୍ରୀଲଙ୍କାର ବରିଷ୍ଠ ସ୍ପିନ୍‌ ବୋଲର ମୁଥେୟା ମୁରଲିଧରନଙ୍କ ଉପରେ ତାମିଲରେ ଏକ ଫିଲ୍ମ କରାଯାଉଥିବା ଶୁଣିବାକୁ ମିଳିଛି। ତାଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମର ନାଁ ହେଉଛି ‘୮୦୦’। ଏହି ଲୋକପ୍ରିୟ ଖେଳାଳି ଜଣକ ତାଙ୍କ କ୍ରିକେଟ୍‌ କ୍ୟାରିଅର୍‌ରେ ୮୦୦ଟି ଓ୍ବିକେଟ୍‌ ନେଇଥିଲେ । ଏମ୍‌.ଏସ୍‌. ଶ୍ରୀପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ୍‌ର ସୁପରଷ୍ଟାର ବିଜୟ ସେଥୁପତି ମୁରଲୀଧରନଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମଟି ଭାରତ, ଶ୍ରୀଲଙ୍କା, ଇଂଲଣ୍ଡ ଭଳି ସ୍ଥାନଗୁଡ଼ିକରେ ଶୁଟିଂ କରାଯିବ ବୋଲି ସୂଚନା ରହିଛି । ଫିଲ୍ମଟି ତାମିଲ୍‌ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ । ବିଗ୍‌ବଜେଟ୍‌ରେ ପ୍ରସ୍ତୁତ କରାଯାଉଥିବା ଫିଲ୍ମଟିର ଶୁଟିଂ ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.