Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ: ଧର୍ମେନ୍ଦ୍ର ପ୍ରଧାନ

July 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ସଂସ୍କୃତି, ପରମ୍ପରା ଏବଂ ସ୍ପନ୍ଦନ ସଦୃଶ । ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ -୨୦୨୫ରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜିର ଭବ୍ୟ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଓଡ଼ିଶାର ବହୁ ଐତିହାସିକ ଘଟଣାର ବହୁ ଉତ୍‌ଥାନ ପତନର ଜୀବନ୍ତ ସାକ୍ଷୀ ଭାବରେ ବିଦ୍ୟମାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆସିବା ମୋ ପାଇଁ ବହୁତ ଆନନ୍ଦର ମୁହୂର୍ତ୍ତ । ବିଶ୍ୱରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯୋଗଦାନ ରଖିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ବଡ ଜନଆନ୍ଦୋଳନ ହୋଇଥିଲା ଏହି ଅନୁଷ୍ଠାନରେ । ତତ୍କାଳୀନ ମହାପୁରୁଷଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଭାଷାଭିତ୍ତିକ ଆନ୍ଦୋଳନ ସହ ଓଡ଼ିଶାରେ ନବସୃଜନର କଳ୍ପନା କରିଛି ।  ମହାପ୍ରଭୁଙ୍କ ତୀର୍ଥକ୍ଷେତ୍ର ଯେତେ ପବିତ୍ର ରେଭେନ୍ସା ବି ସେତେ ପବିତ୍ର । ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମସାମୟିକ ଜୀବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ଚାହିଦା ବଢିଛି, ଯେଉଁ ଏଆଇକୁ ରେଭେନ୍ସା ଏବଂ ଜାତୀୟତାବାଦର ସମ୍ପର୍କ ଉପରେ ପ୍ରଶ୍ନ କଲେ ଉତ୍ତର ଆସୁଛି, ଓଡ଼ିଆ ଜାତୀୟତାବାଦ ଓ ରେଭେନ୍ସାର ଅନନ୍ୟ ସମ୍ପର୍କ ରହିଛି । ଓଡ଼ିଆ ଜାତୀୟତାବାଦୀ ଆନ୍ଦୋଳନର ମୁଖ୍ୟ ମଞ୍ଚ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ।

୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ ମସିହାରେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଏକ ଉତପ୍ରେରକ ଭଳି କାର୍ଯ୍ୟ କରିବ। ଏଥିପାଇଁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ସ୍ୱପ୍ନ ଦେଖିବା ପାଇଁ ସେ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି, ଆମର ଯୁବପିଢି ଚାକିରି ଅନ୍ୱେଷଣରେ ନରହି ଚାକିରି ଦେବାର ଅଭିମୁଖ୍ୟ ଆପଣାଇବାକୁ ହେବ । ଓଡ଼ିଶାରେ ବୌଦ୍ଧ ଧର୍ମ ଏବଂ କଳିଙ୍ଗ ଯୁଦ୍ଧର ଇତିହାସ ଓ ବାସ୍ତବ ଯଥାର୍ଥତାକୁ ଏଆଇ ମାଧ୍ୟମରେ ପ୍ରତିପାଦିତ କରିପାରିଲେ ହିଁ ଏକବିଂଶ ଶତାବ୍ଦୀରେ ଓଡ଼ିଶା ବୈଶ୍ୱିକ ନେତୃତ୍ୱର ପ୍ରୟୋଗଶାଳା ହେବ । ଆଜିର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ।

ଏକବିଂଶ ଶତାବ୍ଦୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

February 5, 2026

PCB ପାଇଁ ବଢିଲା ସମସ୍ୟା!: ପାକିସ୍ତାନର ଅଭ୍ୟାସ ମ୍ୟାଚ୍ ବାତିଲ କଲା ICC, ଜାଣନ୍ତୁ କାରଣ

February 5, 2026

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026
Latest News

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

February 5, 2026

PCB ପାଇଁ ବଢିଲା ସମସ୍ୟା!: ପାକିସ୍ତାନର ଅଭ୍ୟାସ ମ୍ୟାଚ୍ ବାତିଲ କଲା ICC, ଜାଣନ୍ତୁ କାରଣ

February 5, 2026

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.