Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ ଲାଗି ଏନଟିପିସି ଲିମିଟେଡ୍‌କୁ ଅଧିକ କ୍ଷମତା ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍
ଆଜିର ଖବର

ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ ଲାଗି ଏନଟିପିସି ଲିମିଟେଡ୍‌କୁ ଅଧିକ କ୍ଷମତା ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍

July 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଏନଟିପିସି ଲିମିଟେଡକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କ୍ଷମତା ପ୍ରଦାନ ଲାଗି ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ, ଏହି କ୍ଷମତା ପ୍ରଦାନ କରାଯାଇଛି। ଏନଟିପିସି ଲିମିଟେଡ୍‌ ଏହି କ୍ଷମତା ବଳରେ ନିଜର ସହାୟକ କମ୍ପାନୀ ଏନଟିପିସି ସବୁଜ ଶକ୍ତି ଲିମିଟେଡ୍‌ (ଏନଜିଇଏଲ)ରେ ନିବେଶ କରିପାରିବ। ଏହା ପରେ ଏନଜିଇଏଲ ଦ୍ୱାରା ଏନଟିପିସି ଅକ୍ଷୟ ଶକ୍ତି ଲିମିଟେଡ୍‌ (ଏନଆରଇଏଲ) ଓ ଏହାର ଯୌଥ/ସହାୟକ ଉଦ୍ୟୋଗରେ ନିବେଶ କରାଯାଇ ପାରିବ। ଏହି ନିବେଶ କ୍ଷମତା ୭,୫୦୦ କୋଟି ଟଙ୍କାରୁ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୂର୍ବ ଅନୁମୋଦିତ ସୀମା ଠାରୁ ଅଧିକ ହେବ। ଫଳରେ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲାଗି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ସମ୍ଭବ ହେବ।

ଏନଟିପିସି ଏବଂ ଏନଜିଇଏଲକୁ ଦିଆଯାଇଥିବା ବର୍ଦ୍ଧିତ କ୍ଷମତା ଦେଶରେ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ତ୍ୱରିତ ବିକାଶକୁ ସହଜ କରିବ। ଏହି ପଦକ୍ଷେପ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ। ଏହାସହିତ ସାରା ଦେଶରେ ଭରସାଯୋଗ୍ୟ ତଥା ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ଲାଗି ନିବେଶ ସୁନିଶ୍ଚିତ କରିବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ନିର୍ମାଣ, କାର୍ଯ୍ୟ ଓ ମରାମତି ପର୍ଯ୍ୟାୟରେ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସ୍ଥାନୀୟ ଯୋଗାଣକାରୀ, ସ୍ଥାନୀୟ ଉଦ୍ୟୋଗ / ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରିବ। ଏହାଛଡ଼ା ଦେଶର ନିଯୁକ୍ତି ଏବଂ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ଦେଶ ଭିତରେ ଉଦ୍ୟୋଗ ସୁଯୋଗକୁ ପ୍ରୋତ୍ସାହିତ କରିବ।

ଭାରତ ଏହାର ସବୁଜ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଯାତ୍ରାରେ ଏକ ଐତିହାସିକ ସଫଳତା ହାସଲ କରିଛି। ଏହା ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦% ଲକ୍ଷ୍ୟ ହାସଲ କରିଛି। ପ୍ୟାରିସ ଚୁକ୍ତିନାମାରେ ଜାତୀୟସ୍ତରରେ ନିର୍ଦ୍ଧାରିତ ଯୋଗାଦାନ ଅନୁଯାୟୀ ଧାର୍ଯ୍ୟ ସମୟସୀମାଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତ ଏହି ଲକ୍ଷ୍ୟ ହାସଲ କରିଛି । ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ ଏବଂ ଦେଶର ଅଗ୍ରଣୀ ବିଦ୍ୟୁତ୍ ଉପଯୋଗୀତା ସଂସ୍ଥା ଭାବରେ, ଏନଟିପିସି ୨୦୩୨ ସୁଦ୍ଧା ୬୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଯୋଡିବାକୁ ଲକ୍ଷ୍ୟ ରଖିଛି। ଏହା ଦେଶକୁ ଉପରୋକ୍ତ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନର ବୃହତ ଲକ୍ଷ୍ୟ ଆଡକୁ ଅଗ୍ରସର ହେବ।

ସଂଗଠିତ ଏବଂ ଅସଂଗଠିତ ଅଭିବୃଦ୍ଧି ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ପାଇଁ ଏନଜିଇଏଲ ହେଉଛି ଏନଟିପିସି ଗ୍ରୁପର ଅଗ୍ରଣୀ ତାଲିକାଭୁକ୍ତ ସହାୟକ କମ୍ପାନୀ। ମୁଖ୍ୟତଃ ଏନଜିଇଏଲର ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଏନଆରଇଏଲ ମାଧ୍ୟମରେ ଜୈବିକ ଅଭିବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏନଜିଇଏଲ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ପାଇଁ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ସ୍ୱତନ୍ତ୍ର ସହଭାଗୀତା ମଧ୍ୟ ଗଠନ କରିଛି। ଏନଜିଇଏଲର ~୩୨ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଏକ ପୋର୍ଟଫୋଲିଓ ରହିଛି। ଏଥିରେ ~୬ ଗିଗାୱାଟ କାର୍ଯ୍ୟକ୍ଷମ କ୍ଷମତା, ~୧୭ ଗିଗାୱାଟ ଚୁକ୍ତିଭିତ୍ତିକ/ହସ୍ତାନ୍ତର କ୍ଷମତା ଏବଂ ~9 ଗିଗାୱାଟ ପାଇପଲାଇନ୍ କ୍ଷମତା ଅନ୍ତର୍ଭୁକ୍ତ।

*****

PS

କେନ୍ଦ୍ର କ୍ୟାବିନେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025

୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

August 21, 2025

ଆଜି ଉଦଘାଟନ ହେବ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ: ଫୋକସରେ ରହିବ ଓଡିଶା ଦଳ

August 21, 2025

ରାଶିଫଳ: ଅଗଷ୍ଟ ୨୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2025
Latest News

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025

୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

August 21, 2025

ଆଜି ଉଦଘାଟନ ହେବ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ: ଫୋକସରେ ରହିବ ଓଡିଶା ଦଳ

August 21, 2025

ରାଶିଫଳ: ଅଗଷ୍ଟ ୨୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2025

ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.