ନାକଟିଦେଉଳ (କନ୍ଦର୍ପ ବେହେରା): ବନବିଭାଗ ଓ ଆର୍ଥ କ୍ରୁଷାଡର୍ଷ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ନାକଟିଦେଉଳ କଲେଜ ଖେଳ ପଡିଆଠାରେ ବୁଧବାର ହାତୀ ଓ ମଣିଷ ସହବସ୍ଥାନ ସମ୍ପର୍କରେ ବକ୍ର ତୁଣ୍ଡ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏସିଏଫ ମାଳତିଲତା ହାଁସଦା ଙ୍କ ପରିଚାଳନା କାର୍ଯ୍ୟକ୍ରମରେ ଆର୍ଥ କୃସା ଡର୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅରବିନ୍ଦ ସାମଲ ଓ ପ୍ରୋଗ୍ରାମ ଅଫିସର ଆକାଶ ପଧାନ କାର୍ଯ୍ୟକ୍ରମ ର ଉଦ୍ଦେଶ୍ଯ ସମ୍ପର୍କରେ ସୂଚନା ଦେଇଥିଲେ।
ନାକଟିଦେଉଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱରପା ରାଣୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ଡ଼.ଏଲିଭର୍ଶନ କେ, ଆରସିସିଏଫର ଡ଼ିଏଫଓ ଯଦୁମଣି କେର କେଟା,ଏସିଏଫ ଗଜେନ୍ଦ୍ର ଅନ୍ଦାଜ, ନାକଟିଦେଉଳ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଯୁକ୍ତ ଦୁଇ କଲେଜର ଅଧ୍ୟାପକ ସରୋଜ ଭୁଏ, ନାକଟିଦେଉଳ ରେଞ୍ଜ ଅଫିସର ତଥା ଏସିଏଫ ଅଶ୍ୱିନୀ କୁମାର ବେହେରା ନାକଟିଦେଉଳ ଥାନା ଅଧିକାରୀ ଅମୂନସେନ କିରୋ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ହାତୀ ଓ ମଣିଷର ସମ୍ପର୍କ ଏବଂ ହାତୀ ଏବଂ ବନ୍ୟ ପ୍ରାଣୀ କିଭଳି ସୁରକ୍ଷିତ ରହିବେ ଏହାଉପରେ ଆଲୋକପାତ କରିବା ସହିତ ଫସଲ ସୁରକ୍ଷିତ ପାଇଁ ଲୋକମାନେ ବିଦ୍ୟୁତତାର ନ ଟାଣିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ହାତୀଦ୍ୱାରା ଲୋକଙ୍କ କ୍ଷୟକ୍ଷତି ପାଇଁ ସରକାରଙ୍କ ସହାୟତା ରାଶି ଉପରେ ଅବଗତ କରାଇଥିଲେ। ଅତିଥି ମାନଙ୍କ ଦ୍ୱାରା ବକ୍ର ତୁଣ୍ଡ ଲୋଗ ଉନ୍ମୋଚନ କରାଯାଇଥିଲା।