ନୂଆଦିଲ୍ଲୀ: ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ରବର୍ଟ ବାଡ୍ରାଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ ବାଡ୍ରାଙ୍କ ସମେତ ୧୧ ଜଣ ଅଭିଯୁକ୍ତଙ୍କ ନାମ ରହିଛି। ଏହି ମାମଲା ୨୦୦୮ ମସିହାରେ କିଣାଯାଇଥିବା ଜମି ସହିତ ଜଡିତ। ଏହି ମାମଲାରେ ଇଡି ଏବଂ ତାଙ୍କ କମ୍ପାନୀଗୁଡ଼ିକର ୪୩ଟି ସମ୍ପତ୍ତି ଆଟାଚ୍ କରିଛି। ରବର୍ଟ ବାଡ୍ରାଙ୍କ ବିରୋଧରେ କମ୍ପାନୀରେ ମାତ୍ର ୧ ଲକ୍ଷ ଟଙ୍କା ଥିବା ସତ୍ତ୍ୱେ ୫୮ କୋଟି ଟଙ୍କାର ଜମି ଡିଲ୍ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଇଡି ବାଡ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହା ପ୍ରଥମ ଥର ଯେ, କୌଣସି ତଦନ୍ତକାରୀ ସଂସ୍ଥା ଫୌଜଦାରୀ ମାମଲାରେ ରବର୍ଟ ବାଡ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ କରାଯାଇଛି। ଇଡି ବାଡ୍ରାଙ୍କୁ ମନି ଲଣ୍ଡରିଂର ଅଭିଯୁକ୍ତ କରିଛି।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ବାଡ୍ରା ଏବଂ ଅନ୍ୟ ୧୦ ଜଣ ବ୍ୟକ୍ତି ଏବଂ କମ୍ପାନୀଙ୍କ ବିରୁଦ୍ଧରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଯଦିଓ କୋର୍ଟ ଏପର୍ଯ୍ୟନ୍ତ ଏହି ଚାର୍ଜସିଟ୍ ଉପରେ କୌଣସି ନିଷ୍ପତ୍ତି ନେଇନାହିଁନାହାନ୍ତି, କିନ୍ତୁ ଇଡିର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ବାଡ୍ରା ଏବଂ ତାଙ୍କ ନିକଟତମଙ୍କ ସମସ୍ୟା ନିଶ୍ଚିତ ଭାବରେ ବଢ଼ିଯାଇଛି।