Categories
ଆଜିର ଖବର ଜାତୀୟ ଖବର

ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ର ଦୂରାବସ୍ଥା ନେଇ ସରକାରଙ୍କୁ ପ୍ରିୟଙ୍କାଙ୍କ ସମାଲୋଚନା

ନୂଆଦିଲ୍ଲୀ : ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଶ୍ରମିକଙ୍କ ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦେଶରେ ଚାଲୁଥିବା ବିଭିନ୍ନ ଶ୍ରମିକ ଟ୍ରେନ୍‌ ମଧ୍ୟରୁ 40 ପ୍ରତିଶତ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ଏପରି ଅବ୍ୟବସ୍ଥା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ 80 ଜଣ ଶ୍ରମିକ ପ୍ରାଣ ହରାଇଲେଣି । ଅସୁସ୍ଥ ଲୋକ ଯାତ୍ର ନକରିବା ପାଇଁ ସରକାରଙ୍କ ତରଫରୁ କୁହାଯାଉଛି ଯାହାକି ନିତାନ୍ତ ହାସ୍ୟାସ୍ପଦ ବୋଲି ପ୍ରିୟଙ୍କା କହିଛନ୍ତି । ଯେତେବେଳେ ଶ୍ରମିକଙ୍କ ପାଇଁ ସରକାର ଏବଂ ଭାରତୀୟ ରେଳବାଇ ସମ୍ବେଦନଶୀଳ ହେବା ଉଚିତ୍‌ ସେ ସମୟରେ ଏଭଳି ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି ।

ତେବେ ପ୍ରିୟଙ୍କାଙ୍କ ଏଭଳି ମନ୍ତବ୍ୟକୁ ରେଳବାଇ ପକ୍ଷରୁ ଖଣ୍ଡନ କରାଯାଇଛି । ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ କହିଛନ୍ତି, ବର୍ତ୍ତମାନର ଘଡିସନ୍ଧି ମୂହୂର୍ତ୍ତରେ ଉତ୍ତମ ସେବା ଯୋଗାଇବା ପାଇଁ ଭାରତୀୟ ରେଳବାଇର 12 ଲକ୍ଷ କର୍ମଚାରୀ ଅହୋରାତ୍ର ନିୟୋଜିତ ଅଛନ୍ତି । ସେହିପରି ସମସ୍ତ ମୃତ୍ୟୁର ତଦନ୍ତ ଜାରି ରହିଛି । ତେଣୁ ଏପରି ସମୟରେ ପ୍ରିୟଙ୍କା ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରୁହନ୍ତୁ ବୋଲି ଯାଦବ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ହାର୍ଦ୍ଦିକଙ୍କୁ ବିଜେପି ହଇରାଣ କରୁଛି : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍‌ଙ୍କ ଗିରଫଦାରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧି ରବିବାର ଦିନ କହିଛନ୍ତି ଯେ, ଯୁବକଙ୍କ ରୋଜଗାର ପାଇଁ ଓ ଚାଷୀର ଅଧିକାର ପାଇଁ ଲଢେଇ କରୁଥିବା ଯୁବ ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ବିଜେପି ବାରମ୍ବାର ହଇରାଣ କରୁଛି। ହାର୍ଦ୍ଦିକ ନିଜ ସମାଜର ଲୋକଙ୍କ ପାଇଁ ସ୍ବର ଉଠାଉଛନ୍ତି, ସେମାନଙ୍କ ପାଇଁ ଚାକିରି ମାଗୁଛନ୍ତି, ଛାତ୍ରବୃତ୍ତି ମାଗୁଛନ୍ତି, ଚାଷୀ ଆନ୍ଦୋଳନ କରୁଛନ୍ତି, ବିଜେପି ଏହାକୁ ଦେଶଦ୍ରୋହ ବୋଲି କହୁଛି ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଶନିବାର ଦିନ ହାସଲପୁରଠାରୁ ଗିରଫ କରାଯାଇଛି । ହାର୍ଦ୍ଦିକଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି । ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ମଧ୍ୟ କରିଥିଲେ ତାଙ୍କୁ 24 ଜାନୁଆରୀକୁ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ତାଙ୍କୁ ଏହା ପୂର୍ବରୁ ଗିରଫ କରାଯାଇଛି ।

ଅଗଷ୍ଟ 2015ରେ ଅହମ୍ମଦାବାଦସ୍ଥିତ ଜିଏମଡିସି ପ୍ରାଙ୍ଗଣରେ ପାଟିଦାର୍‌ ସଂରକ୍ଷଣ ସମର୍ଥକ ରାଲିରେ ହୋଇଥିବା ଭଙ୍ଗାରୁଜା ତଥା ହିଂସାକାଣ୍ଡ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ହାର୍ଦ୍ଦିକଙ୍କୁ ପୂର୍ବରୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ଦୀର୍ଘ ଦିନ ଜେଲରେ ରହିବା ପରେ 2016 ଜୁଲାଇରେ ହାର୍ଦ୍ଦିକ ଜେଲରୁ ମୁକୁଳିଥିଲେ। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ମୁଜାଫରପୁରନଗରରେ ଦଙ୍ଗା ପୀଡିତଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ, 04/01: ଉତ୍ତରପ୍ରଦେଶର ମୁଜାଫରପୁରରେ ଦଙ୍ଗା ପୀଡିତଙ୍କୁ ଭେଟିବା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ମୌଲାନା ଅସଦ ରାଜା ହୁସେନୀଙ୍କୁ ଭେଟିଥିଲେ । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ୍‌ ମୌଲାନାଙ୍କ ସମେତ ଛାତ୍ରଛାତ୍ରୀ ଏପରିକି ନାବାଳକ/ନାବାଳିକାଙ୍କୁ ମାଡ ମାରିବା ସହ ଉଠାଇ ନେଇଥିଲା ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରିୟଙ୍କାଙ୍କ ସହିତ ଶାହରନ୍‌ପୁରର କଂଗ୍ରେସ ନେତା ଇମ୍ରାନ୍‌ ମାସୁଦ୍‌ ଉପସ୍ଥିତ ଥିଲେ । ମୁଜାଫରପୁରରେ ପୀଡିତଙ୍କୁ ଭେଟିବା ପରେ ମିରଟର ପୀଡିତଙ୍କୁ ଭେଟିବା ପାଇଁ ଯାଇଥିଲେ ପ୍ରିୟଙ୍କା । ମାତ୍ର ମୀରଟ ପୋଲିସ୍‌ ପକ୍ଷରୁ ଅନୁମତି ନମିଳିବା କାରଣରୁ ପ୍ରିୟଙ୍କା ପ୍ରତ୍ୟାବର୍ତ୍ତନ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନିଜ ନାମକୁ ଫିରୋଜ ପ୍ରିୟଙ୍କା କରନ୍ତୁ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,31/12 : ଗେରୁଆ ପୋଷାକକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ତାଙ୍କୁ ସମାଲୋଚନା କରିଛନ୍ତି । ଗେରୁଆ ରଙ୍ଗକୁ ସମାଲୋଚନା କରୁଥିବା ପ୍ରିୟଙ୍କା ନିଜ ସାଙ୍ଗିଆରୁ ଗାନ୍ଧୀ ହଟାଇ ଫିରୋଜ ଲେଖିବା ଉଚିତ୍‌ ବୋଲି ସାଧ୍ବୀ ମତ ଦେଇଛନ୍ତି । ସାଧ୍ବୀ କହିଛନ୍ତି ଯେ ପ୍ରିୟଙ୍କା ନକଲି ଗାନ୍ଧୀ ଏବଂ ତାଙ୍କୁ ନିଜ ନାଁ ସହ ନିଜର ଜେଜେ ବାପା ଫିରୋଜ ଗାନ୍ଧୀଙ୍କ ନାଁ ଯୋଡିବା ଦରକାର । ପ୍ରିୟଙ୍କା ଗେରୁଆ ରଙ୍ଗର ମହତ୍ତ୍ବ ନବୁଝି ଏପରି ମନ୍ତବ୍ୟ ଦେଇଥିବାରୁ ସେ ଗାନ୍ଧୀ ସାଙ୍ଗିଆର ହକ୍‌ଦାର ନୁହନ୍ତି ବୋଲି ସାଧ୍ବୀ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ଅଧିନିୟମ ଭଙ୍ଗ କରିଛନ୍ତି ପ୍ରିୟଙ୍କା : ସିଆରପିଏଫ୍‌

ନୂଆଦିଲ୍ଲୀ, 30/12 : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୁରକ୍ଷା ଅଧିନିୟମ ଭଙ୍ଗ କରିଥିବା ନେଇ ସିଆରପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ବିନା କୌଣସି ସୂଚନାରେ ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସିଆରପିଏଫ୍‌ ନିୟମ ଭଙ୍ଗ କରିଛନ୍ତି ବୋଲି ସିଆରପିଏଫ୍‌ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ରବିବାର ପ୍ରିୟଙ୍କା କଂଗ୍ରେସ ପ୍ରତିଷ୍ଠା ଦିବସରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରିୟଙ୍କା ସୁରକ୍ଷା ଦାୟିତ୍ବରେ ରହିଥିବା ଅଧିକାରୀଙ୍କୁ ନ ଜଣାଇ ଲକ୍ଷ୍ନୌ ଯାଇଥିଲେ । ପରବର୍ତ୍ତୀ ସମୟରେ ପୋଲିସ ପ୍ରିୟଙ୍କାଙ୍କ ଗଳା ଦବାଇବା ନେଇ କଂଗ୍ରେସ ମହାସଚିବ ଅଭିଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ପ୍ରିୟଙ୍କାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ମିଳୁଥିବା ବେଳେ ସିଆରପିଏଫ୍‌ ସୁରକ୍ଷା ଦାୟିତ୍ବରେ ରହିଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ପ୍ରିୟଙ୍କାଙ୍କୁ ପୋଲିସ୍‌ କର୍ମୀଙ୍କ ଆକ୍ରମଣ ଘଟଣାକୁ ଶତ୍ରୁଘ୍ନଙ୍କ ନିନ୍ଦା

ନୂଆଦିଲ୍ଲୀ,29/12 : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ୍‌ ଆକ୍ରମଣକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ପ୍ରିୟଙ୍କା ଗାନ୍ଧୀ-ନେହେରୁ ପରିବାରର ସଦସ୍ୟ ହୋଇଥିବା ବେଳେ ଯଦି ତାଙ୍କ ସହିତ ଏପରି ହୋଇ ପାରୁଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ଶତ୍ରୁଘ୍ନ କହିଛନ୍ତି । ପୋଲିସର ଗୁଣ୍ଡାରାଜକୁ ଶତ୍ରୁଘ୍ନ ନାପସନ୍ଦ କରିବା ସହିତ ସମାଲୋଚନା କରିଥିଲେ । ସିଏଏ ଆନ୍ଦୋଳନ ସମୟରେ ଜେଲରେ ଅଟକ ଥିବା ଉତ୍ତର ପ୍ରଦେଶର ଜଣେ ଆଇପିଏସ୍‌ ଅଫିସରଙ୍କୁ ଭେଟିବାକୁ ଯାଇଥିବା ବେଳେ ପୋଲିସ୍‌ ପକ୍ଷରୁ ତାଙ୍କୁ ରୋକା ଯାଇଥିଲା । ଏହି ଘଟଣା ପରେ ପୋଲିସ୍‌ ପକ୍ଷରୁ ତାଙ୍କ ତଣ୍ଟି ଚିପିବାର ଉଦ୍ୟମ କରାଯାଇଥିଲା ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଏକ୍ସିଟ୍‌ ପୋଲ୍‌ ଫଳାଫଳରେ ଭ୍ରମିତ ନହେବା ପାଇଁ କର୍ମୀଙ୍କୁ ପ୍ରିୟଙ୍କାଙ୍କ ଆହ୍ବାନ

ଦେଶବ୍ୟାପୀ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟକୁ ବହୁମତ ମିଳିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ଭ୍ରମିତ ନହୋଇ ନିର୍ବାଚନୀ ଫଳାଫଳକୁ ଅପେକ୍ଷା କରିବା ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ବରେ ରହିଥିବା ପ୍ରିୟଙ୍କା। ଏପରି ସର୍ବେକ୍ଷଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏହା ଦ୍ବାରା ପ୍ରଭାବିତ ନହେବା ପାଇଁ ପ୍ରିୟଙ୍କା କହିଛନ୍ତି। କର୍ମୀ ମାନେ ଏପରି ଗୁଜବରେ ପ୍ରଭାବିତ ନହୋଇ ନିଜ ବୁଥ୍‌ ପାଇଁ ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି। ନିଜ ନିଜ ବୁଥର ଷ୍ଟ୍ରଙ୍ଗ ରୁମ୍‌ ଏବଂ ଭୋଟ ଗଣତି କେନ୍ଦ୍ରରେ ଆପଣ ମାନେ ଜାଗ୍ରତ ରହିବା ଫଳରେ ଇଭିଏମ୍‌ରେ କୌଣସି ପ୍ରକାରର ତ୍ରୁଟି ହୋଇ ପାରିବ ନାହିଁ ବୋଲି ନିଜ ବାର୍ତ୍ତାରେ କହିଛନ୍ତି ପ୍ରିୟଙ୍କା । ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ସର୍ବକ୍ଷଣରେ ଏନ୍‌ଡିଏକୁ ୩୦୦ରୁ ଅଧିକ ଆସନ ପ୍ରଦାନ କରାଯାଇଥିବା ବେଳେ କେବଳ ଏବିପି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ୨୮୨ ଆସନ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର

ବାରାଣାସୀରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା !

ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ପାଞ୍ଚୋଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ନିର୍ବାଚନକୁ ଆଖି ଆଗରେ ରଖି ପ୍ରମଖ ରାଜେନୖତିକ ଦଳମାନେ କସରତ ଆରମ୍ଭ କରିଦେଇଛନ୍ତି। ତେବେ ଜାତୀୟ ରାଜନୀତିରେ ଦୁଇ ପ୍ରମୁଖ ରାଜନୈତିକ ଦଳ ୟୁପିଏ ଓ ଏନ୍‌ଡିଏ  ମଧ୍ୟରେ ବେଶ ଟକ୍କର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରଣାସୀରୁ କଂଗ୍ରେସର ପ୍ରାର୍ଥୀ କିଏ ହେବେ  ସେନେଇ ଏବେ ରାଜନୀତି ବେଶ୍‌ ସରଗରମ ରହିଛି। ଏହି ନିର୍ବାଚନ ମଣ୍ଡଳୀ ବାରଣାସୀ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିନାହିଁ। ତେବେ ନିକଟରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧି ଏହି ଆସନରୁ ପ୍ରତିଦ୍ବନ୍ଦିତା କରିବା ନେଇ ସଂଶୟ ଲାଗି ରହିଛି। ତେବେ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଉତ୍ତର ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ସେ କହିଛନ୍ତି ଯେ, ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ତାଙ୍କୁ ବାରଣାସୀ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଅନୁମତି ପ୍ରଦାନ କରିବେ, ତେବେ ସେ ବହୁତ ଖୁସି ହେବେ। ତେବେ ଦେଖାଯାଉ କଂଗ୍ରେସ ଏହି ଆସନରୁ କାହାକୁ ପ୍ରାର୍ଥୀ କରୁଛି।

Categories
ଆଜିର ଖବର

ମୋଦି କେବଳ ବିଜେପିର ବିକାଶ ପାଇଁ କାର୍ଯ୍ୟରତ : ପ୍ରିୟଙ୍କା

ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ପୂର୍ବ ଉତ୍ତର ପ୍ରଦେଶରେ ଦଳର ସାଧାରଣ ସମ୍ପାଦକ ରହିଥିବା ପ୍ରିୟଙ୍କା ମୋଦିଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଅଭିହିତ କରିବା ସହିତ ସେ କେବଳ ବିଜେପିର ବିକାଶ ପାଇଁ କାର୍ଯ୍ୟରତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫୬ ଇଞ୍ଚର ଛାତି ଉପରେ ମତ ରଖି ପ୍ରିୟଙ୍କା କହିଥିଲେ, ମୋଦି ୫୬ ଇଞ୍ଚର ଛାତି କଥା କାହିଁକି କୁହନ୍ତି? କାରଣ ସେ ଜଣେ ଭୀରୁ ଏବଂ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଚାହୁଁଛନ୍ତି। କାନପୁରରେ ଏହି ରାଲି ସମୟରେ ମୋଦି ଏବଂ ରାହୁଲଙ୍କ ତୁଳନା କରି କହିଥିଲେ, ମୋଦି ସାଧାରଣ ସମାଲୋଚନା ସହ୍ୟ କରନ୍ତି ନାହିଁ ଯେତେବେଳେ କି ରାହୁଲ ଗାଳିକୁ ମଧ୍ୟ ହସି ଏଡେଇ ଯାଆନ୍ତି। ମୋଦି ଜଣେ ଅସହିଷ୍ଣୁ ରାଜନେତା ମାତ୍ର ରାହୁଲ ବୁତ ଧୈର୍ଯ୍ୟବାନ ବୋଲି ପ୍ରିୟଙ୍କା କହିଥିଲେ। ମୋଦି ସରକାରକୁ ପ୍ରଚାରମୁଖୀ ସରକାର ବୋଲି କହିଥିଲେ ପ୍ରିୟଙ୍କା। ବିଜେପି ସେନାକୁ ବ୍ୟବହାର କରୁଥିବା ନେଇ ଅଭିଯୋଗ କରିବା ସହିତ ପ୍ରିୟଙ୍କା କହିଥିଲେ ‘ଓ୍ବାନ୍‌ ରାଙ୍କ ଓ୍ବାନ୍‌ ପେନ୍‌ସନ୍‌’ ସେନାର ଅଧିକାର ହୋଇଥିବା ବେଳେ ଏହାକୁ ଲାଗୁ କରି ନିଜେ ବାହାବା ନେବାକୁ ଚେଷ୍ଟା କରିଛନ୍ତି ମୋଦି। ଯୁବକ ବେକାର ବସିଛନ୍ତି ଏବଂ ଚାଷୀ ଆତ୍ମହତ୍ୟା କରୁଛନ୍ତି ମାତ୍ର ସରକାର ଏନେଇ ଆଦୌ ଚିନ୍ତିତ ନୁହନ୍ତି ବୋଲି ପ୍ରିୟଙ୍କା ସମାଲୋଚନା କରିଛନ୍ତି।

Categories
ଆଜିର ଖବର

ଶାସ୍ତ୍ରୀଙ୍କୁ ଅପମାନିତ କରିଛନ୍ତି ପ୍ରିୟଙ୍କା : ସ୍ମୃତି ଇରାନୀ

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଉତ୍ତର ପ୍ରଦେଶ ଗସ୍ତ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ଗସ୍ତ ସମୟରେ ପ୍ରିୟଙ୍କା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଅବମାନନା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ଅଭିଯୋଗ ଆଣିଛନ୍ତି ଯେ, ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଚଢାଯାଇଥିବା ମାଳ ପ୍ରଥମେ ପ୍ରିୟଙ୍କାଙ୍କୁ ପିନ୍ଧା ଯାଇଥିଲା। ନିଜେ ବ୍ୟବହାର କରିଥିବା ମାଳ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀରେ ପିନ୍ଧାଇବା ଶାସ୍ତ୍ରୀଙ୍କୁ ଅବମାନନା ବୋଲି ସେ କହିଛନ୍ତି। ଇରାନୀଙ୍କ ଏହି ମନ୍ତବ୍ୟକୁ ସମଥର୍ନ କରିଛନ୍ତି ଶାସ୍ତ୍ରୀଙ୍କ ଅଣନାତି ସିଦ୍ଧାର୍ଥ ନାଥ ସିଂ। ଗାନ୍ଧୀ-ଭଦ୍ରା ପରିବାର କେବେବି ଶାସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିନାହିଁ। ମାତ୍ର ଏପରି ବ୍ୟବହାର କେବଳ ଆମକୁ ଦୁଃଖ ଦେଉନାହିଁ ବରଂ ଏହା ସେମାନଙ୍କ ଖରାପ ସଂସ୍କୃତିର ପରିଚୟ ପ୍ରଦାନ କରୁଛି ବୋଲି ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ରହିଥିବା ଶ୍ରୀ ସିଂ ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ପ୍ରିୟଙ୍କାଙ୍କ ପ୍ରତି ଅପମାନ ସୂଚକ ଶବ୍ଦ ପ୍ରୟୋଗ କଲେ ମହେଶ

ସର୍ବଦା କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅପମାନ ଦେଲାଭଳି ଶବ୍ଦ ବ୍ୟବହାର କରିଛନ୍ତି। ଗତ ଜାନୁଆରୀ ମାସରେ ଶ୍ରୀ ଶର୍ମା ନିଜେ କହିଥିଲେ ବିଜେପି କମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୌଣସି ମହିଳା କିମ୍ବା ଝିଅଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ପ୍ରୟୋଗକୁ ସହ୍ୟ କରିବେ ନାହିଁ। କିନ୍ତୁ ଏବେ ନିଜେ ମହେଶ ଶର୍ମା ପ୍ରିୟଙ୍କା ଗାନ୍ଧିଙ୍କୁ ‘ପପୁଙ୍କ ପପ୍ପି’ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମହେଶ ଶର୍ମା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପପୁ ବୋଲି କହିଛନ୍ତି। ସେ କହିଛନ୍ତି, “ପପୁ କହୁଛନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ତେବେ ବିରୋଧୀରେ ମାୟାବତୀ, ଅଖିଲେଶ ଯାଦବ ରହିଛନ୍ତି। ଏବେ ପୁଣି ପପୁଙ୍କ ପପ୍ପି ଆସିଗଲେଣି।

Categories
ଆଜିର ଖବର

ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କଲେ ପ୍ରିୟଙ୍କା

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ପାଇଁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା। ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ। ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ କରି ଶିକ୍ଷା, ବେକାରି ସମସ୍ୟା ଓ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ପୂର୍ବରୁ ରାଜନୀତିରେ ରୁଚି ନ ଥିବା ପ୍ରିୟଙ୍କା କିନ୍ତୁ ଏବେ କଂଗ୍ରେସର ମଙ୍ଗ ଧରିଛନ୍ତି। ୧୯ ମାର୍ଚରେ ମିର୍ଜାପୁରରେ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି। ରୋଡ୍ ସୋ ପାଇଁ ପ୍ରିୟଙ୍କାଙ୍କୁ ପ୍ରଶାସନର ଅନୁମତି ମିଳିଛି। ଅନ୍ୟପଟେ ପ୍ରିୟଙ୍କାଙ୍କ ଗସ୍ତ ଉତ୍ତର ପ୍ରଦେଶର ବିଜେପି ଶାସିତ ସରକାରଙ୍କ ଉପରେ ପଡିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Categories
ଆଜିର ଖବର

ସଚେତନତାଠାରୁ ବଡ଼ ଦେଶଭକ୍ତି ଆଉ କିଛି ନାହିଁ :  ପ୍ରିୟଙ୍କା ଗାନ୍ଧି

ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରଥମଥର ପାଇଁ ଜାତୀୟସ୍ତରରେ ଭାଷଣ ଦେଇଛନ୍ତି। ଗୁଜୁରାଟର ଗାନ୍ଧିନଗରର କଂଗ୍ରେସ କାର୍ଯ୍ୟ ସମିତି ପରେ ଆୟୋଜିତ ରାଲିରେ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି।  ପ୍ରିୟଙ୍କା ମୋଦି ସରକାରଙ୍କୁ କଟାକ୍ଷ କରି କାଠଗଡ଼ାରେ ଠିଆ କରାଇଦେଇଛନ୍ତି। ଦେଶର ଯୁବକଙ୍କୁ ଦେଇଥିବା ୨ କୋଟି ରୋଜଗାରର ପ୍ରତିଶ୍ରୁତିକୁ ମୋଦି ସରକାର ପାଳନ କରିନାହାନ୍ତି ବୋଲି ସମାଲୋଚନା କରିଥିଲେ ପ୍ରିୟଙ୍କା। ସେ ତାଙ୍କ ଭାଷଣରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସଚେତନତାଠାରୁ ବଡ଼ ଦେଶଭକ୍ତି ଆଉ କିଛି ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି। ଆଉ ସଚେତନତା ହିଁ ଜନତାଙ୍କର ଅସ୍ତ୍ର। ଏବଂ ଭୋଟ ହେଉଛି ଅମୋଘ ଅସ୍ତ୍ର। ତେଣୁ ଜନସାଧାରଣ ସଚେତନ ସହକାରେ ଭୋଟ୍‌ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଭାଷଣ ଆରମ୍ଭ ପୂର୍ବରୁ ପ୍ରିୟଙ୍କା କହିଥିଲେ ଯେ, ମୁଁ ଭାଷଣ ଦେବି ନାହିଁ କେବଳ ଦୁଇ ଶବ୍ଦ ହିଁ କହିବି। ଦେଶର ବର୍ତ୍ତମାନର ଅବସ୍ଥା ଦେଖି ତାଙ୍କୁ ଦୁଃଖ ଲାଗୁଛି। ଠିକ୍‌ ସମୟରେ ଠିକ୍‌ ନିର୍ଣ୍ଣୟ ନେବାକୁ ସେ ସାଧାରଣ ଜନତାଙ୍କୁ କହିଛନ୍ତି।

Categories
ବିଶେଷ ଖବର

କଂଗ୍ରେସରେ ପ୍ରିୟାଙ୍କା ଯୁଗ; କଣ ହେବ ଭାରତୀୟ ରାଜନୀତିରେ ପ୍ରିୟାଙ୍କା ଗାନ୍ଧୀଙ୍କ ଭବିଷ୍ୟତ ଭୂମିକା !

କେଦାର ମିଶ୍ର

ପ୍ରିୟାଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ ହେବା, ଗୋଟେ ବଡ ଖବର କି? ପ୍ରିୟାଙ୍କା ଆସିଲା ପରେ କଂଗ୍ରେସର ଆଭ୍ୟନ୍ତରୀଣ ମହଲରୁ ଖୁସିର ବାର୍ତ୍ତା ଆସିବା ସ୍ଵାଭାବିକ, ତେବେ ଏହାକୁ ନେଇ ବିଜେପି ଶିବିର ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଅତ୍ୟନ୍ତ ଆମୋଦଦାୟକ। ବିଜେପି ରାହୁଲ ଗାନ୍ଧୀ ଓ ପ୍ରିୟାଙ୍କା ଗାନ୍ଧୀଙ୍କୁ କେବଳ ବଂଶବାଦର ଲାଭାର୍ଥୀ ଓ ସେମାନଙ୍କର ରାଜନୈତିକଭବିଷ୍ୟତ ନାହିଁ ବୋଲି ବାରମ୍ବାର କହି ଆସୁଛି। ହେଲେ ରାହୁଲଙ୍କ ପ୍ରତ୍ୟେକ କଥାକୁ ବିଜେପି ଯେତେ ଆକ୍ରାମକ ଢଙ୍ଗରେ ପ୍ରତିହତ କରିବାକୁ ଚେଷ୍ଟା କରୁଛି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ରାହୁଲଙ୍କୁ ନେଇ ବିଜେପିର ଭୟ ବଢି ବଢି ଚାଲିଛି। ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ବିଜୟ, ରାହୁଲ ଗାନ୍ଧୀଙ୍କୁ ଗୋଟେ ପ୍ରକାର ନୈତିକ ସାହସ ପ୍ରଦାନ କରିଛି। ଆଜି କଂଗ୍ରେସ ଭିତରେ ରାହୁଲଙ୍କ ନେତୃତ୍ବକୁ ନେଇ ଆଉ କୌଣସି ପ୍ରକାର ଆଶଙ୍କା ନାହିଁ। ସେମିତି ଏକ ସମୟରେ ପ୍ରିୟାଙ୍କା ଗାନ୍ଧୀ ସକ୍ରିୟ ରାଜନୀତିକୁ ଆସିବା, ଭାରତୀୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନର ସୂଚନା ଦେଉଛି।

ପ୍ରିୟାଙ୍କା ଆସିଲା ପରେ କଂଗ୍ରେସ ଭିତରେ ଅଧିକ ଉତ୍ସାହ ଆସିବ, ତାର ପ୍ରଥମ କାରଣ ହେଉଛି, ପ୍ରିୟାଙ୍କା ରାହୁଲଙ୍କଠାରୁ କଥା କହିବାରେ ଅଧିକ ସ୍ପ୍ପଷ୍ଟ। ସେ ପୂର୍ବରୁ ରାଏବରେଲି ଓ ଆମେଥିରେ ନିର୍ବାଚନ ପ୍ରଚାର କରିବା ସମୟରେ ଯେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ, ତାର ପ୍ରଭାବ ଯଥେଷ୍ଟ ରହିଥିଲା। ତେଣୁ ନିର୍ବାଚନ ସମୟରେ କଂଗ୍ରେସ ପାଇଁ ଏକ ପ୍ରଭାବଶାଳୀ ବକ୍ତା ମିଳିଗଲେ। ଦ୍ବିତୀୟରେ ପାରିବାରିକ ରାଜନୀତିକୁ ଭାରତୀୟ ଗଣମାଧ୍ୟମ ଯେତେ ନିନ୍ଦା କରୁଥିଲେ ମଧ୍ୟ, ଅସଲ କ୍ଷେତ୍ରରେ ରାଜନୈତିକ ପରିବାର ଓ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଆମର ଆକର୍ଷଣ ପ୍ରବଳ। ବର୍ତ୍ତମାନ ପରିସ୍ଥିତିରେ ପ୍ରିୟାଙ୍କା ଯାହା କହିବେ ତାହା ସ୍ଵାଭାବିକ ଭାବରେ ମୁଖ୍ୟ ଖବର ପାଲଟିଯିବ। ତୃତୀୟ ଏବଂ ସବୁଠୁ ପ୍ରଭାବଶାଳୀ କାରଣ ହେଉଛି, ରାହୁଲଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି ନେତାମାନେ ଯେଉଁ ଭାଷାର ପ୍ରୟୋଗ କରୁଥିଲେ, ପ୍ରିୟାଙ୍କାଙ୍କୁ ସେ ଭାଷାରେ ସମାଲୋଚନା କରିପାରିବେ ନାହିଁ।

ଏଇ ସବୁ ସାଧାରଣ କାରଣ ବ୍ୟତୀତ, ଉତ୍ତର ଭାରତ, ବିଶେଷ ଭାବରେ ଉତ୍ତର ପ୍ରଦେଶ ନିର୍ବାଚନରେ ପ୍ରିୟାଙ୍କାଙ୍କ ଉପସ୍ଥିତିର ଏକ ଭିନ୍ନ ପ୍ରଭାବ ପଡିବାକୁ ଯାଉଛି। ଏହାର ଅର୍ଥ ଏୟା ନୁହଁ ଯେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସର କିଛି ଗୋଟାଏ ଯାଦୁକରୀ ଫଳାଫଳ ହେବ। ପ୍ରିୟାଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ଵ ଦେଇ ରାହୁଲ ବିଜେପି ପାଇଁ ଏକ ବଡ ସଙ୍କେତ ଦେଇଛନ୍ତି। ବହୁଜନ ସମାଜବାଦୀ  ପାର୍ଟି ଓ ସମାଜବାଦୀ ପାର୍ଟି ଭିତରେ ଯେଉଁ ନିର୍ବାଚନ ବୁଝାମଣା ହୋଇଛି, ସେଥିରେ କଂଗ୍ରେସ ପ୍ରତିବନ୍ଧକ ନସାଜି, ବିଜେପିକୁ ହରାଇବା ପାଇଁ ଏକ ସତର୍କ ରଣନୀତି ର ପ୍ରୟୋଗ କରାଯିବ। କଂଗ୍ରେସ ହାତରେ ଆଜି ମଧ୍ୟ ଉତ୍ତର ପ୍ରଦେଶର ଉଚ୍ଚ ବର୍ଗ ଓ ମୁସଲମାନ ଭୋଟ କିଛିକାଂଶରେ ରହିଛି। ଏହି ଭୋଟ ବିଭାଜନ ଅଖିଳେଶ-ମାୟାବତୀ ମେଣ୍ଟକୁ ବେଶ ସୁହାଇବ ଓ ଅନେକାଂଶରେ ଏହା ବିଜେପି କୁ ଶକ୍ତ ଧକ୍କା ଦେବାରେ ସହାୟକ ହୋଇପାରେ। ତେଣୁ ଉତ୍ତରପ୍ରଦେଶ ରାଜନୀତିରେ ପ୍ରିୟାଙ୍କାଙ୍କ ଉପସ୍ଥିତି କଂଗ୍ରେସର ଲାଭ ପାଇଁ ଯେତିକି ନୁହେଁ, ବରଂ ବିଜେପିର କ୍ଷତି ପାଇଁ ସେତିକି ଚର୍ଚ୍ଚା ରେ ରହିବ।

ଯଦି କଂଗ୍ରେସ, ବିଏସପି ଓ ଏସପି ମେଣ୍ଟ ହୁଏ ତାହେଲେ ଉତ୍ତର ପ୍ରଦେଶରେ ବିଜେପି ପାଞ୍ଚଟି ମାତ୍ର ଆସନ ପାଇବ ବୋଲି ଏବେ ଇଣ୍ଡିଆ ଟୁଡେ ସର୍ଭେ ରୁ ଜଣା ପଡୁଛି। ଯଦି ଏ ପ୍ରକାର ଆକଳନ ସତ ହୁଏ ତାହେଲେ ବିଜେପି ଏବେ ନିଜ ସ୍ଥିତି ଓ କ୍ଷମତା ହରାଇବା ଅବସ୍ଥାକୁ ଆସିଯିବ। ଦିଲ୍ଲୀ କ୍ଷମତା ପାଇଁ ଉତ୍ତର ପ୍ରଦେଶ ହେଉଛି ଏକମାତ୍ର ବାଟ। ତେଣୁ ଉତ୍ତର ପ୍ରଦେଶରେ ଗଡ ରକ୍ଷା କରିବା ବିଜେପି ପାଇଁ ସବୁଠୁ ବଡ ଆହ୍ଵାନ। ଶେଠୀ ପାଇଁ କଂଗ୍ରେସ ନିଜର ସବୁଠୁ ଟ୍ରମ୍ଫ କାର୍ଡକୁ ଉତ୍ତର ପ୍ରଦେଶରେ ବ୍ୟବହାର କରିଛି। ଅବଧାରଣାର ଯୁଦ୍ଧରେ ବିଜେପିକୁ ପଛକୁ ଠେଲିବା ପାଇଁ ପ୍ରିୟାଙ୍କାଙ୍କ ଉପସ୍ଥିତି ହିଁ ଯଥେଷ୍ଟ। ଏବେ ବିଜେପିର ରକ୍ଷଣଶୀଳ ଓ ରୁଢିବାଦୀ  ନେତାମାନେ ପ୍ରିୟାଙ୍କାଙ୍କୁ ଆକ୍ରମଣ କରିବେ ଓ କଂଗ୍ରେସ ଲାଗି ତାହା ଏକ ବଡ ସୁଯୋଗ ପାଲଟିବ।

ପ୍ରିୟାଙ୍କା ସକ୍ରିୟ ରାଜନୀତିକୁ ଆସିବାର ବହୁମୂଖୀ ପ୍ରଭାବ ରହିଛି। ଏହାକୁ କେବଳ ଗାନ୍ଧୀ ପରିବାର, ବଂଶବାଦ ପରି କେତୋଟି ପାରମ୍ପରିକ ଶବ୍ଦରେ ସୀମିତ କରିଦେଲେ ହେବନାହିଁ।