ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କଲେ ପ୍ରିୟଙ୍କା

Published: Mar 18, 2019, 2:12 pm IST

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ପାଇଁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା। ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ। ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ କରି ଶିକ୍ଷା, ବେକାରି ସମସ୍ୟା ଓ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ପୂର୍ବରୁ ରାଜନୀତିରେ ରୁଚି ନ ଥିବା ପ୍ରିୟଙ୍କା କିନ୍ତୁ ଏବେ କଂଗ୍ରେସର ମଙ୍ଗ ଧରିଛନ୍ତି। ୧୯ ମାର୍ଚରେ ମିର୍ଜାପୁରରେ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି। ରୋଡ୍ ସୋ ପାଇଁ ପ୍ରିୟଙ୍କାଙ୍କୁ ପ୍ରଶାସନର ଅନୁମତି ମିଳିଛି। ଅନ୍ୟପଟେ ପ୍ରିୟଙ୍କାଙ୍କ ଗସ୍ତ ଉତ୍ତର ପ୍ରଦେଶର ବିଜେପି ଶାସିତ ସରକାରଙ୍କ ଉପରେ ପଡିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Related posts