Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସରେ ପ୍ରିୟାଙ୍କା ଯୁଗ; କଣ ହେବ ଭାରତୀୟ ରାଜନୀତିରେ ପ୍ରିୟାଙ୍କା ଗାନ୍ଧୀଙ୍କ ଭବିଷ୍ୟତ ଭୂମିକା !
ବିଶେଷ ଖବର

କଂଗ୍ରେସରେ ପ୍ରିୟାଙ୍କା ଯୁଗ; କଣ ହେବ ଭାରତୀୟ ରାଜନୀତିରେ ପ୍ରିୟାଙ୍କା ଗାନ୍ଧୀଙ୍କ ଭବିଷ୍ୟତ ଭୂମିକା !

January 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରିୟାଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ ହେବା, ଗୋଟେ ବଡ ଖବର କି? ପ୍ରିୟାଙ୍କା ଆସିଲା ପରେ କଂଗ୍ରେସର ଆଭ୍ୟନ୍ତରୀଣ ମହଲରୁ ଖୁସିର ବାର୍ତ୍ତା ଆସିବା ସ୍ଵାଭାବିକ, ତେବେ ଏହାକୁ ନେଇ ବିଜେପି ଶିବିର ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଅତ୍ୟନ୍ତ ଆମୋଦଦାୟକ। ବିଜେପି ରାହୁଲ ଗାନ୍ଧୀ ଓ ପ୍ରିୟାଙ୍କା ଗାନ୍ଧୀଙ୍କୁ କେବଳ ବଂଶବାଦର ଲାଭାର୍ଥୀ ଓ ସେମାନଙ୍କର ରାଜନୈତିକଭବିଷ୍ୟତ ନାହିଁ ବୋଲି ବାରମ୍ବାର କହି ଆସୁଛି। ହେଲେ ରାହୁଲଙ୍କ ପ୍ରତ୍ୟେକ କଥାକୁ ବିଜେପି ଯେତେ ଆକ୍ରାମକ ଢଙ୍ଗରେ ପ୍ରତିହତ କରିବାକୁ ଚେଷ୍ଟା କରୁଛି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ରାହୁଲଙ୍କୁ ନେଇ ବିଜେପିର ଭୟ ବଢି ବଢି ଚାଲିଛି। ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ବିଜୟ, ରାହୁଲ ଗାନ୍ଧୀଙ୍କୁ ଗୋଟେ ପ୍ରକାର ନୈତିକ ସାହସ ପ୍ରଦାନ କରିଛି। ଆଜି କଂଗ୍ରେସ ଭିତରେ ରାହୁଲଙ୍କ ନେତୃତ୍ବକୁ ନେଇ ଆଉ କୌଣସି ପ୍ରକାର ଆଶଙ୍କା ନାହିଁ। ସେମିତି ଏକ ସମୟରେ ପ୍ରିୟାଙ୍କା ଗାନ୍ଧୀ ସକ୍ରିୟ ରାଜନୀତିକୁ ଆସିବା, ଭାରତୀୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନର ସୂଚନା ଦେଉଛି।

ପ୍ରିୟାଙ୍କା ଆସିଲା ପରେ କଂଗ୍ରେସ ଭିତରେ ଅଧିକ ଉତ୍ସାହ ଆସିବ, ତାର ପ୍ରଥମ କାରଣ ହେଉଛି, ପ୍ରିୟାଙ୍କା ରାହୁଲଙ୍କଠାରୁ କଥା କହିବାରେ ଅଧିକ ସ୍ପ୍ପଷ୍ଟ। ସେ ପୂର୍ବରୁ ରାଏବରେଲି ଓ ଆମେଥିରେ ନିର୍ବାଚନ ପ୍ରଚାର କରିବା ସମୟରେ ଯେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ, ତାର ପ୍ରଭାବ ଯଥେଷ୍ଟ ରହିଥିଲା। ତେଣୁ ନିର୍ବାଚନ ସମୟରେ କଂଗ୍ରେସ ପାଇଁ ଏକ ପ୍ରଭାବଶାଳୀ ବକ୍ତା ମିଳିଗଲେ। ଦ୍ବିତୀୟରେ ପାରିବାରିକ ରାଜନୀତିକୁ ଭାରତୀୟ ଗଣମାଧ୍ୟମ ଯେତେ ନିନ୍ଦା କରୁଥିଲେ ମଧ୍ୟ, ଅସଲ କ୍ଷେତ୍ରରେ ରାଜନୈତିକ ପରିବାର ଓ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଆମର ଆକର୍ଷଣ ପ୍ରବଳ। ବର୍ତ୍ତମାନ ପରିସ୍ଥିତିରେ ପ୍ରିୟାଙ୍କା ଯାହା କହିବେ ତାହା ସ୍ଵାଭାବିକ ଭାବରେ ମୁଖ୍ୟ ଖବର ପାଲଟିଯିବ। ତୃତୀୟ ଏବଂ ସବୁଠୁ ପ୍ରଭାବଶାଳୀ କାରଣ ହେଉଛି, ରାହୁଲଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି ନେତାମାନେ ଯେଉଁ ଭାଷାର ପ୍ରୟୋଗ କରୁଥିଲେ, ପ୍ରିୟାଙ୍କାଙ୍କୁ ସେ ଭାଷାରେ ସମାଲୋଚନା କରିପାରିବେ ନାହିଁ।

ଏଇ ସବୁ ସାଧାରଣ କାରଣ ବ୍ୟତୀତ, ଉତ୍ତର ଭାରତ, ବିଶେଷ ଭାବରେ ଉତ୍ତର ପ୍ରଦେଶ ନିର୍ବାଚନରେ ପ୍ରିୟାଙ୍କାଙ୍କ ଉପସ୍ଥିତିର ଏକ ଭିନ୍ନ ପ୍ରଭାବ ପଡିବାକୁ ଯାଉଛି। ଏହାର ଅର୍ଥ ଏୟା ନୁହଁ ଯେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସର କିଛି ଗୋଟାଏ ଯାଦୁକରୀ ଫଳାଫଳ ହେବ। ପ୍ରିୟାଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ଵ ଦେଇ ରାହୁଲ ବିଜେପି ପାଇଁ ଏକ ବଡ ସଙ୍କେତ ଦେଇଛନ୍ତି। ବହୁଜନ ସମାଜବାଦୀ  ପାର୍ଟି ଓ ସମାଜବାଦୀ ପାର୍ଟି ଭିତରେ ଯେଉଁ ନିର୍ବାଚନ ବୁଝାମଣା ହୋଇଛି, ସେଥିରେ କଂଗ୍ରେସ ପ୍ରତିବନ୍ଧକ ନସାଜି, ବିଜେପିକୁ ହରାଇବା ପାଇଁ ଏକ ସତର୍କ ରଣନୀତି ର ପ୍ରୟୋଗ କରାଯିବ। କଂଗ୍ରେସ ହାତରେ ଆଜି ମଧ୍ୟ ଉତ୍ତର ପ୍ରଦେଶର ଉଚ୍ଚ ବର୍ଗ ଓ ମୁସଲମାନ ଭୋଟ କିଛିକାଂଶରେ ରହିଛି। ଏହି ଭୋଟ ବିଭାଜନ ଅଖିଳେଶ-ମାୟାବତୀ ମେଣ୍ଟକୁ ବେଶ ସୁହାଇବ ଓ ଅନେକାଂଶରେ ଏହା ବିଜେପି କୁ ଶକ୍ତ ଧକ୍କା ଦେବାରେ ସହାୟକ ହୋଇପାରେ। ତେଣୁ ଉତ୍ତରପ୍ରଦେଶ ରାଜନୀତିରେ ପ୍ରିୟାଙ୍କାଙ୍କ ଉପସ୍ଥିତି କଂଗ୍ରେସର ଲାଭ ପାଇଁ ଯେତିକି ନୁହେଁ, ବରଂ ବିଜେପିର କ୍ଷତି ପାଇଁ ସେତିକି ଚର୍ଚ୍ଚା ରେ ରହିବ।

ଯଦି କଂଗ୍ରେସ, ବିଏସପି ଓ ଏସପି ମେଣ୍ଟ ହୁଏ ତାହେଲେ ଉତ୍ତର ପ୍ରଦେଶରେ ବିଜେପି ପାଞ୍ଚଟି ମାତ୍ର ଆସନ ପାଇବ ବୋଲି ଏବେ ଇଣ୍ଡିଆ ଟୁଡେ ସର୍ଭେ ରୁ ଜଣା ପଡୁଛି। ଯଦି ଏ ପ୍ରକାର ଆକଳନ ସତ ହୁଏ ତାହେଲେ ବିଜେପି ଏବେ ନିଜ ସ୍ଥିତି ଓ କ୍ଷମତା ହରାଇବା ଅବସ୍ଥାକୁ ଆସିଯିବ। ଦିଲ୍ଲୀ କ୍ଷମତା ପାଇଁ ଉତ୍ତର ପ୍ରଦେଶ ହେଉଛି ଏକମାତ୍ର ବାଟ। ତେଣୁ ଉତ୍ତର ପ୍ରଦେଶରେ ଗଡ ରକ୍ଷା କରିବା ବିଜେପି ପାଇଁ ସବୁଠୁ ବଡ ଆହ୍ଵାନ। ଶେଠୀ ପାଇଁ କଂଗ୍ରେସ ନିଜର ସବୁଠୁ ଟ୍ରମ୍ଫ କାର୍ଡକୁ ଉତ୍ତର ପ୍ରଦେଶରେ ବ୍ୟବହାର କରିଛି। ଅବଧାରଣାର ଯୁଦ୍ଧରେ ବିଜେପିକୁ ପଛକୁ ଠେଲିବା ପାଇଁ ପ୍ରିୟାଙ୍କାଙ୍କ ଉପସ୍ଥିତି ହିଁ ଯଥେଷ୍ଟ। ଏବେ ବିଜେପିର ରକ୍ଷଣଶୀଳ ଓ ରୁଢିବାଦୀ  ନେତାମାନେ ପ୍ରିୟାଙ୍କାଙ୍କୁ ଆକ୍ରମଣ କରିବେ ଓ କଂଗ୍ରେସ ଲାଗି ତାହା ଏକ ବଡ ସୁଯୋଗ ପାଲଟିବ।

ପ୍ରିୟାଙ୍କା ସକ୍ରିୟ ରାଜନୀତିକୁ ଆସିବାର ବହୁମୂଖୀ ପ୍ରଭାବ ରହିଛି। ଏହାକୁ କେବଳ ଗାନ୍ଧୀ ପରିବାର, ବଂଶବାଦ ପରି କେତୋଟି ପାରମ୍ପରିକ ଶବ୍ଦରେ ସୀମିତ କରିଦେଲେ ହେବନାହିଁ।

cong kedarmishra odishanews priyankagandhi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026
Latest News

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.