Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଓଡିଶାରେ ବିଜେପି କେତେ ଲୋକସଭା ଓ ବିଧାନସଭା ଆସନ ଜିତିବ, ଭବିଷ୍ୟବାଣୀ କଲେ ଅମିତ ଶାହ
ନିର୍ବାଚନ ଖବର

ଓଡିଶାରେ ବିଜେପି କେତେ ଲୋକସଭା ଓ ବିଧାନସଭା ଆସନ ଜିତିବ, ଭବିଷ୍ୟବାଣୀ କଲେ ଅମିତ ଶାହ

May 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ବିଜେପି କେତେ ଲୋକସଭା ଓ ବିଧାନସଭା ଆସନ ଜିତିବ, ଭବିଷ୍ୟବାଣୀ କଲେ ଅମିତ ଶାହ

ଭୁବନେଶ୍ବର: କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦିନ ଓଡିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ। ସେଏହି ଅବସରରେ ପୁଣି ଥରେ ବିଜେଡି ସରକାର ଦ୍ୱାରା ଓଡିଆ ଭାଷା,ସଂସ୍କୃତିକୁ ମହତ୍ୱ ନ ଦେଉଥିବାକୁ ନେଇ ଟାର୍ଗେଟ କରିଥିଲେ ।

ଏହି କାର୍ଯ୍ୟକ୍ରମ ଗୁଡିକରେ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ପ୍ରାର୍ଥୀ ଶ୍ରୀ ପ୍ରତାପ ଷଡଙ୍ଗୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗଗନ୍ ସିଂ କୁଲସ୍ତେ , କେନ୍ଦୁଝର ପ୍ରାର୍ଥୀ ଶ୍ରୀ ଅନନ୍ତ ନାୟକ, ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି , ପୁରୀର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ଏବଂ ବହୁ ବରିଷ୍ଠ ନେତା ତଥା ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ 25 ବର୍ଷ ପରେ ଓଡିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଆଧାରରେ ଓଡିଶାରେ ସରକାର ଗଠନ ହେବାକୁ ଯାଉଛି । ମୁଁ ଯେଉଁଠାକୁ ଯାଏ ଲୋକ ମାନେ କହନ୍ତି ଯେ ଆମ ସାଂସଦକୁ ମନ୍ତ୍ରୀ କରି ଦିଅନ୍ତୁ ହେଲେ ସମ୍ବଲପୁରର ଜନସାଧାରଣଙ୍କ ପାଇଁ ଆଦରଣୀୟ ନରେନ୍ଦ୍ର ମୋଦୀ ଜୀ ଜଣେ ମନ୍ତ୍ରୀଙ୍କୁ ପ୍ରାର୍ଥୀ ଭାବେ ଦେଇଛନ୍ତି ।

ସମ୍ପୂର୍ଣ ଦେଶରେ ପାଂଚ ପର୍ଯ୍ୟାୟର ନିର୍ବାଚନ ହୋଇ ସାରିଛି ଓ ପଂଚମ ପର୍ଯ୍ୟାୟରେ ହିଁ ନରେନ୍ଦ୍ର ମୋଦୀଜୀ 310 ସିଟ ପାର କରି ସାରିଛନ୍ତି । ଷଷ୍ଠ ଓ ସପ୍ତମ ପର୍ଯାୟରେ 4 ଶହ ଆସନ ପାର କରିବା ପାଇଁ ରହିଛି । ସାରା ଦେଶରେ କେବଳ 4 ଶହ ପାର କରିବାର ଲକ୍ଷ୍ୟ ରହିଛି କିନ୍ତୁ ଓଡିଶାର ଜନସାଧାରଣଙ୍କୁ ବିଧାନସଭାରେ ମଧ୍ୟ 75ରୁ ଅଧିକ ଆସନରେ ବିଜେପିକୁ ବିଜୟୀ କରାଇ ପଦ୍ମ ଫୁଲ ଫୁଟାଇବାର ଅଛି ବୋଲି ଶାହ କହିଥିଲେ।

ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାର ଗରିବ ଆଦିବାସୀ ଘରର ଝିଅକୁ ଦେଶର ରାଷ୍ଟ୍ରପତି କରି ସମଗ୍ର ଓଡ଼ିଶାର ସମ୍ମାନ କରିବାର କାର୍ଯ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ କରିଥିଲେ ଏବଂ ଶ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତୀୟ ଗୌରବ ଦିବସ ଘୋଷଣା କରିଛନ୍ତି।

କଂଗ୍ରେସ ସରକାରରେ କେନ୍ଦ୍ରର ଆଦିବାସୀ କଲ୍ୟାଣ ବଜେଟ କେବଳ 85 ହଜାର କୋଟି ଟଙ୍କା ଥିଲା କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ବୃଦ୍ଧି କରି 1ଲକ୍ଷ 25 ହଜାର କୋଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦିବାସୀ ପିଲାଙ୍କ ପାଇଁ 740 ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ଏବଂ 40ହଜାର ଆଦିବାସୀ ଶିକ୍ଷକଙ୍କ ଭର୍ତ୍ତି କରିଛନ୍ତି।

ସେ କହିଥିଲେ ଯେ, ନବୀନ ବାବୁ ଓଡ଼ିଶାରେ ବାବୁଶାହୀ ଥୋପୁଛନ୍ତି ଏବଂ ଓଡ଼ିଶାର ଲୋକ, ସଂସ୍କୃତି ଓ ଅସ୍ମିତାର ଅପମାନ କରୁଛନ୍ତି। ଏହି ମହାନ ଉତ୍କଳ ପ୍ରଦେଶ ଉପରେ କୌଣସି ତାମିଲବାବୁ ଶାସନ କରିପାରିବେ ନାହିଁ, ଓଡ଼ିଶା ଉପରେ ଶାସନ ଓଡ଼ିଶାର ପୁଅ ହିଁ କରିବେ ଯିଏ ଓଡ଼ିଆ ଭାଷାରେ କଥା କରିପାରିବ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଆଗକୁ ବଢାଇବ।

ସେ ସମାଲୋଚନା କରି କହିଥିଲେ ଯେ, ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ବିଜେଡି ପର୍ଯ୍ୟଟନ ସ୍ଥଳ ବନାଇବା ନାମରେ ତାର ଅପମାନ କରୁଛନ୍ତି, ମଠ ମନ୍ଦିରକୁ ଭଙ୍ଗା ଯାଉଛି, ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲା ଯାଉନାହିଁ ଏବଂ ରଥଯାତ୍ରାକୁ ବି ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଷଡଯନ୍ତ୍ର କରାଯାଇଥିଲା। ଓଡ଼ିଶା ସାରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ଅଟେ, କିନ୍ତୁ ଏହା ସତ୍ତ୍ୱେ ସବୁଠୁ ଗରିବ ଲୋକେ ଏହି ରାଜ୍ୟର ଅଟନ୍ତି।

ଖଣିଜ ସଂପଦରେ ଭରି ରହିଥିବା ଉତ୍କଳ ଭୂମିକୁ ନବୀନଙ୍କ ‘ବାବୁ’ ଲୁଟିବାର କାର୍ଯ୍ୟ କରୁଛନ୍ତି। ବିଜେପି ଏଭଳି ଓଡ଼ିଶା ନିର୍ମାଣ କରିବାକୁ ଚାହୁଁଛି, ଯେଉଁଠି ଜଣେ ବି ଯୁବକଙ୍କୁ ନିଜ ପତ୍ନୀ ଓ ବୃଦ୍ଧ ମାଆ-ବାପାଙ୍କୁ ଛାଡି ଅନ୍ୟ କୌଣସି ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ନପଡୁ, ତାକୁ ତାର ରାଜ୍ୟରେ ହିଁ କାମ ମିଳୁ ବୋଲି ଜନସମାବେଶକୁ ଶାହ କହିଥିଲେ।

ଶ୍ରୀ ଶାହା ଓଡିଶାର ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡିଶା ପାଇଁ କିଛି କରୁନାହାନ୍ତି ଓ ବାବୁ ହିଁ ଓଡିଶାକୁ ଚଳାଉଛନ୍ତି , ଏଥିପାଇଁ ଏଥର ଜନତାଙ୍କୁ ଓଡିଶାର ମାଟିର ପୁଅକୁ ହିଁ ମୁଖ୍ୟମନ୍ତ୍ରୀ କରିବା ଉଚିତ୍, କାରଣ ବାବୁଗିରିରେ ଶାସନ ଚାଲେନାହିଁ। ଏହି କାମ କେବଳ ଭାଜପାର ସରକାର ହିଁ କରିପାରିବ। ଶ୍ରୀ ଅମିତ୍ ଶାହ ସ୍ଥାନୀୟ ଭାଜପା ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶ ଓ ଓଡିଶାରେ ଭାଜପାର ଡବଲ ଇଞ୍ଜିନ୍ ର ସରକାର ଗଠନ କରିବାକୁ ନିବେଦନ କରିଛନ୍ତି।

odishaelection2024 ଅପରାଜିତା ଷଡଙ୍ଗୀ ଅମିତ ଶାହ ଓଡିଶା ନିର୍ବାଚନ 2024 ଓଡିଶା ପ୍ରଚାରରେ ଅମିତ ଶାହ ଓଡିଶାରେ ଅମିତ ଶାହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସମ୍ବଲପୁର ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026
Latest News

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ଆଜି ରଜ ସଂକ୍ରାନ୍ତିରେ ଏହି ସାତୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

June 15, 2026

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.