Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ଶେଷ ପ୍ରାର୍ଥୀ ତାଲିକା, ଗୋଟିଏ ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ଘୋଷଣା କରିଛନ୍ତି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ବିଜେଡିର ବଳକା ଥିବା ତିନି ଆସନର ପ୍ରାର୍ଥୀ ହେଲେ

ଖଣ୍ଡପଡା- ସାବିତ୍ରୀ ପ୍ରଧାନ

ନୀଳଗିରି- ସୁକାନ୍ତ ନାୟକ

କୋରେଇ- ସଂଧ୍ୟାରାଣୀ ଦାସ

ସେହିପରି ଦେବଗଡର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି ବିଜେଡି। ସେଠାରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପରିବର୍ତ୍ତନ କରି ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ନବୀନ ଆଜି ସକାଳେ ଭୁବନେଶ୍ବରରୁ ବିମାନ ଯୋଗେ ବଲାଙ୍ଗିରର ତୁଷରା ଏୟାର ଷ୍ଟ୍ରିପରେ ଅବତରଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ନବୀନଙ୍କୁ ପାଛୋଟି ନେଉଥିଲେ।

ସେ ଟିଟିଲାଗଡ଼ ଥାନା ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନରେ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ବି ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ସେ ହିଞ୍ଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲେ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜାଣନ୍ତୁ ଶୁଭ ସମୟ

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତଥର ଭଳି ଏଥର ବି ଦୁଇଟି ଆସନରେ ଲଢେଇ କରୁଛନ୍ତି ନବୀନ। ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି।

ଗତ ୩୦ ତାରିଖରେ ନବୀନ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିବେ। ଏଥିପାଇଁ ସାଢେ ୯ ଟାରେ ମୁଖ୍ଯମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ କଣ୍ଟାବାଞ୍ଜି ଅଭିମୁଖେ ଗସ୍ତ କରିବେ । ୧୦ଟା ୨୫ରେ ତୁଷୁରା ଏୟାରପୋର୍ଟରେ ପହଞ୍ଚି ୧୧ଟା ୫ରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପାର୍କରେ ପ୍ରଚାର କଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାବୁ ସିଂ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି। ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କ ରେ ସେ ଲୋକଙ୍କ ଭେଟି ନିଜ ସପକ୍ଷରେ ପ୍ରଚାର କରିଥିଲେ। ପରେ ପାଣ୍ଡବନଗର ଓ ନାଥପୁର ଅଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କରି  ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ।

ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଓ ଅନ୍ୟ ଦଳର ବହୁ ନେତା ବିଜେପିରେ ବାବୁ ସିଂ ଙ୍କ ନେତୃତ୍ୱରେ ମିଶିଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ଡୋର କ୍ୟାମ୍ପନ, ପଥପ୍ରାନ୍ତ ପ୍ରଚାର କରି ବିଜେପିକୁ ବିପୁଳ ଜନସମର୍ଥନ ଦେବା ପାଇଁ ସେ ନିବେଦନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣି ପ୍ରଚାରରେ ଓଡିଶା ଆସିବେ ରାହୁଳ ଗାନ୍ଧୀ, ଏଥର ରାୟଗଡାରେ କରିବେ ଗର୍ଜ୍ଜନ

ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ନିକଟରେ ରାହୁଳ ଓଡିଶା ଆସି ସାଲେପୁର ଜନସମାବେଶରେ ଯୋଗଦେଇଥିଲେ। ଏଥିରେ କଂଗ୍ରେସ ନେତା ଓ କର୍ମି ବେଶ ଉତ୍ସାହିତ ହୋଇପଡିଥିଲେ। ତାହାକୁ ଲକ୍ଷ୍ୟ ରଖି ରାହୁଳଙ୍କ ଓଡିଶା ଗସ୍ତକୁ ପୁଣି ଥରେ ନିର୍ଦ୍ଧାରିତ କରାଯାଇଛି।

କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଅନୁସାରେ ରାହୁଳ ଆସନ୍ତା 3 ତାରିଖରେ ଓଡିଶା ଆସିବେ। ସେ ଏଥର ରାୟଗଡା ସମାବେଶରେ ଯୋଗଦେବେ। ଏଥିପାଇଁ କଂଗ୍ରେସ ଶିବିର ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି। ସେତିକି ନୁହେଁ ଆସନ୍ତା 5 କିମ୍ବା 9 ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଟକ, ପୁରୀ, ଭୁବନେଶ୍ବର ଏବଂ ସମ୍ବଲପୁର ପରି ଛଅଟି ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଆଜି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏହି ବିଜ୍ଞପ୍ତି ସକାଳୁ ପ୍ରକାଶ ପାଇଛି। ଏଥିରେ ଓଡିଶାର ଛଅଟି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡିଶାର ତୃତୀୟ ପର୍ଯ୍ୟାୟରେ ଯେଉଁ ଲୋକସଭା ଆସନରେ ନିର୍ବାଚନ ହେବ ସେଗୁଡିକ ହେଲା ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବର। ଏଥିସହିତ ଏହି ଲୋକସଭା ନିର୍ବାଚନ ମଣ୍ଡଳି ଅଧିନରେ ଥିବା ବିଧାନସଭା ଆସନଗୁଡିକରେ ମଧ୍ୟ ନିର୍ବାଚନ ହେବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ 25 ତାରିଖରେ ଅନୁଷ୍ଠିତ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 6 ମେ। ସେହିପରି 7 ମେ ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ହେଉଛି 9 ମେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ତିନିଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ କାହାକୁ କଣ

ଭୁବନେଶ୍ବର: ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିଜୁ ଜନତା ଦଳ ତାହାର ସଂଗଠନ ସୁଦୃଢ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ନେତାମାନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିବାରେ ଲାଗିଛନ୍ତି। ସେହି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି ତାହା ହେଲା

ଦୁଷ୍ମନ୍ତ ଗଡନାୟକ- ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ

ଦୀନେଶ ପ୍ରଧାନ- ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ

କାଳନ୍ଦୀ ଚରଣ ପ୍ରଧାନ- ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ

 

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଜାଣନ୍ତୁ ଘୋଷଣା ହେବାକୁ ବର୍ତ୍ତମାନ କାହାର କେତେ ଆସନ ରହିଲା ବାକି

ଭୁବନେଶ୍ବର: ଧିରେଧିରେ ସବୁଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲେଣି। ବର୍ତ୍ତମାନ ସୁଦ୍ଧା ବିଜେଡି 144 ବିଜେପି 140 ଏବଂ କଂଗ୍ରେସ 139 ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଫଳରେ ଆଉ ଯାହା ବାକି ରହିଲା ତାହା ହେଲା

ବିଜେଡି- 3 ଆସନ ( ଖଣ୍ଡପଡା, ନୀଳଗିରି, କୋରେଇ)

ବିଜେପି- 7 ଆସନ ( ବୋଲଗଡ଼ – ବେଗୁନିଆ, କଟକ – ବାରବାଟୀ, ଭଣ୍ଡାରିପୋଖରୀ, ବରୀ, ଭୋଗରାଇ, ନୀଳଗିରି, ଘଷିପୁରା)

କଂଗ୍ରେସ- 8 ଆସନ

 

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ଘନିଭୂତ ହେଲାଣି ପ୍ରଚାର, ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଳ ଗାନ୍ଧୀ, ଜାଣନ୍ତୁ କେଉଁଠି ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ଧିରେ ଧିରେ ଘନିଭୂତ ହେବାରେ ଲାଗିଲାଣି। ବିଜେପି ପାଇଁ ଚାଣକ୍ୟ ଅମିତ ଶାହ ପ୍ରଚାର କରି ଫେରିଗଲେଣି। ଏବେ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଳ ଗାନ୍ଧୀ। ସେ ଆସନ୍ତାକାଲି ରବିବାରରେ ଓଡିଶା ପ୍ରଚାରରେ ଆସୁଛନ୍ତି।

ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ।

ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ। ସେଠାରେ ଏହିସବୁ ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହାଜର ହେବା ପାଇଁ କୁହାଯାଇଛି। ଭୁବନେଶ୍ବର କାର୍ଯ୍ୟକ୍ରମ ସାରି ୨ଟା ୨୫ରେ ରାହୁଳ ଭୁବନେଶ୍ୱର ବିମାନ ବନ୍ଦରରୁ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ବିଜେପିର ପୂର୍ବତନ ଉପସଭାପତି

ଭୁବନେଶ୍ୱର: ଗଂଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ଉପସଭାପତି ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସୋରଡା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ସ୍ୱାଇଁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ସୋରଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ଶ୍ରୀ ସ୍ୱାଇଁ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ମଦନ ବିଶ୍ୱାଳ, ଦୂତିକୃଷ୍ଣ ପଣ୍ଡା, ଅଜୟ କୁମାର ସାହୁ, ଅଭିରାମ ସେଠୀ, ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାତ୍ର, ବନମାଳୀ ବିଶୋଇ, ଶ୍ରୀକାନ୍ତ ସ୍ୱାଇଁ, ଅନ୍ତର୍ଯ୍ୟାମୀ ସାହୁ, କୃଷ୍ଣଚନ୍ଦ୍ର ନାୟକ, ଋଷିକେଶନ ନାୟକ, ଭଗବାନ ପଣ୍ଡା, ସାରଦା ଶବର, ସତ୍ୟନାରାୟଣ ପ୍ରଧାନ, ସୀମା ମହାରଣା, କାହ୍ନୁ ଚରଣ ବେହେରା, ମୃତ୍ୟୁଞ୍ଜୟ ପାତ୍ର, ବିଷ୍ଣୁ ଚରଣ ଗନ୍ତାୟତ, ଦେବୀ ପ୍ରସାଦ ପାତ୍ର, ମୁରଲୀ ଗୌଡ, ସୀମାଞ୍ଚଳ ପଣ୍ଡା ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ବାଚାଳ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି।

୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି।

ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ ବିନ୍ଧେ, ଦୁଇ-ତିନି ଦିନ ନିଦ ନ ହେଲେ ମୁଣ୍ଡ ବୁଲାଇବା ଆରମ୍ଭ କରେ। କିନ୍ତୁ ବର୍ଷେ ଦି ବର୍ଷ ନ ଶୋଇଲେ ଜାଣିଛନ୍ତି କଣ ହୁଏ ? ବାଚାଳାମୀ ଆରମ୍ଭ ହୁଏ । ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ। ସେବେଠାରୁ ବିରୋଧୀଙ୍କ ଆଖିରେ ନିଦ ନାହିଁ। ତେଣୁ ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି, ଏଣୁତେଣୁ ଗପୁଛନ୍ତି ।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ। ତାଙ୍କ ହୃଦୟରେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି। ତାଙ୍କର ଦୃଢ ବିଶ୍ବାସ ଯେ ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ତେଣୁ ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ କରାଯାଉଛି। ଏ କଥା କେଉଁ ରାଜ୍ୟ ବି ଚିନ୍ତା କରିନାହିଁ।

ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଆପଣଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଅଫିସର ହେଲେ ଆପଣଙ୍କର ଉନ୍ନତି ହେବ, ଆପଣଙ୍କ ପରିବାରର ଉନ୍ନତି ହେବ, ଓଡିଶା ତଥା ଦେଶର ଉନ୍ନତି ହେବ। ତେଣୁ ସେ ସ୍କୁଲ କଲେଜ ହଷ୍ଟେଲ କରି ଶିକ୍ଷାର ବିକାଶ କରୁଛନ୍ତି। ଓଡିଶାରେ ଦେଶର ସବୁଠାରୁ ଅଧିକ ହଷ୍ଟେଲ ନିର୍ମାଣ କରାଯାଇଛି।

5T ଜରିଆରେ ସ୍କୁଲ କଲେଜର ରୂପାନ୍ତରଣ ହୋଇଛି। ଜନଜାତି ପିଲାଙ୍କୁ ଡବଲ ସ୍କଲାରସିପ୍‌ ମିଳୁଛି। ପୋଷ୍ଟ ମାଟ୍ରିକ ଏବଂ ନୂଆ-ଓ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି। ଅନ୍ବେଷା ହଷ୍ଟେଲରେ ଜନଜାତି ପିଲାମାନେ ଇଂରାଜୀରେ କଥା ହେଉଛନ୍ତି। ବହୁତ ଛୋଟ ଛୋଟ କେସ୍‌ରେ ଆପଣମାନେ କୋର୍ଟ କଚେରୀ ଦୌଡି ଦୌଡି ବହୁତ ହଇରାଣ ହୁଅନ୍ତି। ତେଣୁ ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଥିଲେ ଯେ ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି। ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ, ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ସବୁ ସମାଜର ଭଲ ହେଉ, ଏହା ତାଙ୍କର ଉଦ୍ଦେଶ୍ୟ।

ବିରୋଧୀ ଦଳକୁ ଟାର୍ଗେଟ କରି ସେ ପୁଣି କହିଲେ ଯେ ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ। ବଡ ବଡ କଥା କହି ପଳେଇବେ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରୁଛନ୍ତି। କାମର ଗୋଟି ଗୋଟି ହିସାବ ଦେଉଛନ୍ତି। ଆମେ ସମସ୍ତେ ହିସାବ ଦେଉଛୁ। ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି।

ଡାବୁଗାଁ ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିକାଶ କାମର ହିସାବ ଦେଇ ସେ କହିଲେ ଯେ କୋଷାଗୁମୁଡା ଭାୟା ମୋଟିଗାଁ ଓ କୋଟାଗାଁ ଦେଇ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରମ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପାପଡାହାଣ୍ଡି- କୁଡିଗାଁ-କୋଷାଗୁମୁଡା ରାସ୍ତା ପାଇଁ ୪୫ କୋଟି ଟଙ୍କା।

ଡାବୁଗାଁ-ଉମରହାଣ୍ଡି ରାସ୍ତାରେ ଅଙ୍ଗୀ ନଦୀ ଉପରେ ସେତୁ ପାଇଁ ୯.୬୦ କୋଟି ଟଙ୍କା। PWD ରୋଡ-ଏକୋରୀ ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ ପାଇଁ ୮.୬୦ କୋଟି ଟଙ୍କା। ବିଭିନ୍ନ ମଠ ମନ୍ଦିର, ପୂଜାସ୍ଥଳୀ ଓ ଧାର୍ମୀକ ଅନୁଷ୍ଠାନର ସଂରକ୍ଷଣ ଓ ସୁରକ୍ଷା ପାଇଁ ୩.୭୦ କୋଟି ଟଙ୍କା। ଡାବୁଗାଁର ୮୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ମେଡେନାର ରାଜୁ ଖାଁ ୫ ଲକ୍ଷ ଓ ଖୁଟୁବାଇର ବିମଳା ମେହେଟା ୫ ଲକ୍ଷ ଟଙ୍କା ଜରିଆରେ ଉପକୃତ ହୋଇଛନ୍ତି।

ସେହିପରି ନବରଙ୍ଗପୁରରେ କାମର ହିସାବ ଦେଇ ସେ କହିଲେ ଯେ ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡାରେ ଦୁଇଟି ସରକାରୀ କଲେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ନନ୍ଦାହାଣ୍ଡିରେ ମେଗାଲିଫ୍ଟ ଜରିଆରେ ଜଳସେଚନ ସୁବିଧାର ବିକାଶ କାମ ଚାଲିଛି। କୋଡିଙ୍ଗା-ଚନ୍ଦାହାଣ୍ଡି ରାସ୍ତା ପାଇଁ ୪୪ କୋଟି । ପୋଦଲଗୁଡା-ଦୁଲୁଘାଟି ରାସ୍ତା ପାଇଁ ୪୫ କୋଟି । ମଙ୍ଗଳଦୋରା ଜଳପ୍ରପାତର ବିକାଶ ପାଇଁ ୩.୨୦ କୋଟି। ମଣ୍ଡାଡୁଙ୍ଗୁରୀ ଶିବ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ ୨୦ରେ ମତଦାନ

ଭୁବନେଶ୍ବର: ଆଜି ଓଡିଶା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ମେ ୨୦ ତାରିଖ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡିଶାର ପାଞ୍ଚଟି ଲୋକସଭା ଏବଂଏହା ଅଧିନରେ ଥିବା ବିଧାନସଭାଗୁଡିକରେ ନିର୍ବାଚନ ହେବ। ଯେଉଁ ଲୋକସଭାଗୁଡିକରେ ନିର୍ଗୁବାଚନ ହେବ ସେଗୁଡିକ ହେଲା ବରଗଡ, ସୁନ୍ଦରଗଡ, ବଲାଙ୍ଗୀରି, କନ୍ଧମାଳ ଏବଂ ଆସିକା।

ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମେ 3 ତାରିଖ। ସେହିପରି ପ୍ରାର୍ଥୀପତ୍ର ଯାଞ୍ଚ 4 ତାରିଖରେ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ 6 ତାରିଖ। ମେ ୨୦ ତାରିଖରେ ଭୋଟ ଗ୍ରହଣ ହେବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡା 

ଭୁବନେଶ୍ୱର:  ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ସୋର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡା ନିଜ ବହୁ ସରପଂଚ, ନେତା ଓ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

ଶ୍ରୀ ଧଡାଙ୍କ ସମେତ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ଉପାଧ୍ୟକ୍ଷ ବାସନ୍ତୀ ପତି, କୋଚିଆକୋଇଲି ଗ୍ରାମ ପଂଚାୟତ ସରପଂଚ ଯଶୋଦା ଶିଅଳ, ପଣ୍ଡାସୁଣୀ ଗ୍ରାମ ପଂଚାୟତ ସରପଂଚ ପରକ୍ଷୀତ ମାଝୀ, କୁରୁଡା ସରପଂଚ ମିନତୀ ସେଠୀ, ଚିତଳ ସରପଂଚ ଗଜେନ୍ଦ୍ର ମହାଳିକ, ବାହାନଗା ସମିତିସଭ୍ୟ ସରୋଜ କୁମାର ରାଉତ, କୋଚିଆକୋଇଲି ସମିତିସଭ୍ୟ ମୁକ୍ତିକାନ୍ତ ବେହେରା ପ୍ରମୁଖ ଯୋଗଦେଇଛନ୍ତି।

ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ପ୍ରାର୍ଥୀପତ୍ର ଦାଖଲ ହିସାବ, ୨୮ଟି ବିଧାନସଭା ପାଇଁ ୨୬୬ ଜଣଙ୍କ ଆବେଦନ, ବ୍ରହ୍ମପୁରରେ ସର୍ବାଧିକ

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ଏବଂ ଏହା ଅଧିନରେ ଥିବା ୨୮ ଟି ବିଧାନସଭାର ନିର୍ବାଚନ ହେବ। ଏହି ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବ। ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ବାହାରିବ।

ତେବେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ର ଅନୁସାରେ ଅନୁଷ୍ଠିତ ହେଉଥିବା ୪ଟି ଲୋକସଭା ଆସନରେ ମୋଟ ୩୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୭୫ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ଏହି ୪ଟି ଲୋକସଭା ଆସନ ମଧ୍ୟରୁ କୋରାପୁଟରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି ଓଡିଶାର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ମୋଟ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୪୮୩ ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ବ୍ରହ୍ମପୁର ବିଧାନସଭା ପାଇଁ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳି ପାଇଁ ମୋଟ ୨୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଝରିଗାଁ ବିଧାନସଭା ପାଇଁ ସର୍ବନିମ୍ନ ୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଲୋକସଭା କ୍ଷେତ୍ରରେ ଯେଉଁ ୪ଟିରେ ନିର୍ବଚନ ହେବ ସେଠାରେ ପ୍ରାର୍ଥୀ ପତ୍ର ଦାଖଲ ସଂଖ୍ୟା ହେଲା

କୋରାପୁଟ-  ୧୩

କଳାହାଣ୍ଡି- ୧୧

ନବରଂଗପୁର- ୦୪

ବ୍ରହ୍ମପୁର- ୧୧

ଏହି ନିର୍ବାଚନ ମଣ୍ଡଳିରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ। ଏହାପରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୯ ଏପ୍ରିଲ। ଏହାପରେ ଜଣାପଡିବ ଓଡିଶାର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ମଇଦାନରେ କେତେ ପ୍ରାର୍ଥି ପ୍ରତିଦ୍ବନ୍ଦିତା କରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ ବିଜେଡି ନେତା ବିମ୍ବାଧର କୁଅଁର ଏବଂ ନିବେଦିତା ନାୟକ

ଭୁବନେଶ୍ୱର: ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର ଏବଂ ବିଜୁ ମହିଳା ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ନିବେଦିତା ନାୟକ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଶ୍ଚିମଓଡ଼ିଶା କଳାକାର ସାମୁଖ୍ୟର ସଂଯୋଜକ ସରୋଜ କୁମାର ଭୂୟାଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଅନିଲ କୁମାର ଗୁରୁ, କେନ୍ଦୁଝର ଜିଲ୍ଲା ବାସିନ୍ଦା ଯୁବ ସଂଗଠକ ଶ୍ରୀ ପ୍ରଶାନ୍ତ କୁମାର ଦଳାଇ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ଜୁଏଲ ଓରାମ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଭବନରେ ଧାରଣା ଦେଲେ ମିନାକ୍ଷୀଙ୍କ ସମର୍ଥକ

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସ୍ବାଇଁଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବୀ ହୋଇଛି। ଚିଲିକାର ଅନ୍ୟତମ କଂଗ୍ରେସ ନେତ୍ରୀ ମିନାକ୍ଷୀଙ୍କ ସମର୍ଥକମାନେ ଆସି କଂଗ୍ରେସ ଭବନରେ ଧାରଣା ଦେଇଛନ୍ତି। ସେମାନେ ଦାବୀ କରିଛନ୍ତି ଯେ, ପ୍ରଦୀପ ବହୁ ବର୍ଷ ଧରି ସଂଗଠନ ସହ ନାହିଁ। ଏପରି ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ କାହିଁକି ଟିକେଟ ଦେଲା ବୋଲି ପ୍ରଶ୍ନ କରିଛନ୍ତି।

ସେମାନେ କହିଛନ୍ତି ଯେ, ଗତ ନିର୍ବାଚନରେ କଂଗ୍ରେସ ପ୍ରଦୀପଙ୍କୁ ଟିକେଟ ଦେଇଥିଲା। ହେଲେ ସେତେବେଳେ ସେ ପୋଷ୍ଟରଟିଏ ମଧ୍ୟ ମାରି ନ ଥିଲେ। ଏପରିକି ବୁଥରେ ଏଜେଣ୍ଟ ମଧ୍ୟ ଦେଇ ନ ଥିଲେ। ଏପରି ଜଣେ ବ୍ୟକ୍ତିଙ୍କୁ ଦଳ ଶିଘ୍ର ପରିବର୍ତ୍ତନ କରୁ ବୋଲି ମିନାକ୍ଷୀ ପ୍ରଧାନଙ୍କ ସମର୍ଥକ କହିଛନ୍ତି। ଯଦି ତାହା ନ ହୁଏ ତେବେ ଆମେ ବିରଳ୍ପ ରାସ୍ତା ଦେଖୁ ବୋଲି ସେମାନେ ଧମକ ଦେଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲା ବିଜେଡି, ଯଦି ଏହାର କାରଣ କଣ ଜାଣିବାକୁ ଚାହୁଁଛନ୍ତି ତେବେ କ୍ଲିକ କରି ପଢନ୍ତୁ

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀ ସବୁଦିନିଆ ପରି ନ ଥିଲା। କାରଣ ଉଭୟ ନେତା ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିଥିଲେ। ଯାହାକୁ ଦେଖି ସେଠାରେ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଘଟଣାଟି ହେଲା ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଏକ ନୀଳ ଲୁଙ୍ଗି ପିନ୍ଧି ହାତରେ ଯୋଡି ଶଙ୍ଖ ଧରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା। ହେଲେ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ପ୍ରଚାର କରୁଛନ୍ତି ବୋଲି କଟାକ୍ଷ କରିିଥିଲେ।

ଏହାର ଜବାବ ଦେବା ପାଇଁ ଆଜି ସସ୍ମିତ ଏବଂ ସ୍ବୟଂ ପ୍ରକାଶ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି, ହେଲେ କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି, ଯୋଡି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ, ଇନଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା । ୨୪ ଘଣ୍ଟାରୁ କମ୍ ସମୟରେ ୪ ନିୟୁତ ଲୋକ ଏହି ଭିଡିଓ ଦେଖିସାରିଲେଣି।  ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ହିଁ ବିରୋଧୀ ଦଳର ନେତା ଖାସ୍ କରି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇର୍ଷାନ୍ୱିତ କରିଦେଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

ସେମାନେ କହିଛନ୍ତି ଯେ, ଇର୍ଷା ଏବଂ କ୍ରୋଧରେ ନିଜର ହିତାହିତ ଜ୍ଞାନ ହରାଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି । ଏଭଳି କରି ସେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନିତ କରିଛନ୍ତି । ଲକ୍ଷ ଲକ୍ଷ ବୁଣାକାର, ଯେଉଁମାନେ ଏହାକୁ ତିଆରି କରିଛନ୍ତି, ଓଡିଶାର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଏହାକୁ ପିନ୍ଧୁଛନ୍ତି, ସେମାନଙ୍କୁ ଅପମାନିତ କରିଛନ୍ତି ।

ରାଜ୍ୟରେ ବୁଣାକାର ମାନଙ୍କର ଏକ ସଶକ୍ତ ଅର୍ଥନୀତି ରହିଛି, ସେମାନଙ୍କର ଉତ୍ପାଦ ବେଶ୍ ଲୋକପ୍ରିୟ ଯାହାର ବେଶ୍ ଚାହିଦା ମଧ୍ୟ ରହିଛି । ଏହି ସଶକ୍ତ ଅର୍ଥନୀତି ଉପରେ ଆଘାତ୍ ଦେବାକୁ ଶ୍ରୀଯୁକ୍ତ ପ୍ରଧାନ ଉଦ୍ୟମ କରିଛନ୍ତି। ସାରା ଓଡିଶାରେ ଖାସ୍ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ଆଜି ବି ଲୁଙ୍ଗି ପିନ୍ଧନ୍ତି । ସେହି ଲୁଙ୍ଗିକୁ ଓଡିଶାର ବୁଣାକାର ମାନେ ତିଆରି କରନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ହେଉଛି ସମ୍ବଲପୁରୀ ଲୁଙ୍ଗି । ଯାହା ପଛରେ ଅନେକ ବୁଣାକାରଙ୍କ ପରିଶ୍ରମ ଥିଲା । ଶ୍ରୀଯୁକ୍ତ ପ୍ରଧାନ ଓଡିଶା ବାହାରେ ବହୁ ବର୍ଷ ଧରି ରହିଛନ୍ତି । ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ଅନେକ ସମୟ ତାଙ୍କର କଟିଛି । ସେଥିପାଇଁ ଓଡିଶାର ପରମ୍ପରା, ସଂସ୍କୃତି ଏବଂ ଅର୍ଥନୀତିକୁ ବୁଣାକାର ଭାଇ ଭଉଣୀଙ୍କ ଅବଦାନକୁ ସେ ଭୂଲି ଯାଇଛନ୍ତି ।

ଶ୍ରୀଯୁକ୍ତ ପ୍ରଧାନ ଲକ୍ଷ ଲକ୍ଷ ବୁଣାକାରଙ୍କ ପାଖରେ, ଓଡିଶାବାସୀଙ୍କ ପାଖରେ ଖାସ୍ କରି ସମ୍ବଲପୁରବାସୀଙ୍କ ପାଖରେ ସେମାନଙ୍କର ପରମ୍ପରାକୁ ଅପମାନିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ।

ତେବେ ଏହି ଲୁଙ୍ଗି ପିନ୍ଧାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ପୁଣି ଏକ ମାଟିଆ ରଂଗର ଲୁଙ୍ଗି ପିନ୍ଧି ସେହି ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ପ୍ରଚାର କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ରାଜ୍ୟ ବିଜେପିର ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା, ଶୀର୍ଷରେ ମୋଦି

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ ଚାଲିଶ ଜଣଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରର 13 ଜଣ ନେତା ଥିବା ବେଳେ ଅନ୍ୟ ସମସ୍ତେ ରାଜ୍ୟ ନେତା ଅଛନ୍ତି। ତେବେ ଏହି ତାଲିକା ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ରାଜନାଥ ସିଂହ ଏବଂ ଅମିତ ସାହା ଅଛନ୍ତି।

ସେହିପରି ଓଡିଶାର ତିନି କେନ୍ଦ୍ରମନ୍ତ୍ରୀଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ। ଚଳଚିତ୍ର ତାରକା ମଧ୍ୟରେ ଦଳ ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀତମ ଦାସଙ୍କୁ ଷ୍ଟାର ପ୍ରଚାରକ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କରିବେ ନିର୍ବାଚନ ପ୍ରଚାର, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା ପରେ ସଂଧ୍ୟାରେ ଭୁବନେଶ୍ୱର ପହଂଚି ରାତ୍ରିଯାପନ କରିବେ। ଏହି ଅବସରରେ ଶ୍ରୀ ଶାହା ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବର୍ତ୍ତମାନ କେଉଁ ଦଳର କେତେ ଆସନ ଘୋଷଣା ହେବାକୁ ଅଛି ବାକି, କାହିଁକି ହେଉଛି ଡେରି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରମୁଖ ତିନି ଦଳ ସେମାନଙ୍କର ସଂପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିପାରି ନାହାଁନ୍ତି। ତେବେ ମୁଖ୍ୟ ବିଜେଡି ଓ ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ଦୁଇଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇପାରି ନାହିଁ। ସେହି ଦୁଇଟି ଆସନ ହେଲା କଟକ ଓ ମୟୁରଭଂଜ।

ତେବେ ବିଧାନସଭା ଆସନରେ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ଦେଇପାରି ନାହାଁନ୍ତି। ହିସାବ ଅନୁସାରେ ତିନି ଦଳର ଯେଉଁ ଆସନ ସଂଖ୍ୟା ବାକି ରହିଛି ତାହା ହେଲା

ବିଜେଡି-12

ବିଜେପି- 16

କଂଗ୍ରେସ- 09

ତେବେ ମୁଖ୍ୟ ବିଜେଡି ଓ ବିଜେପି ପାଇଁ ଦୁଇଟି ଆସନରେ ବିବାଦ ତୀବ୍ର ହୋଇଛି। ସେହିଦୁଇଟି ଆସନ ହେଲା ଖୋର୍ଦ୍ଧା ଏବଂ ବେଗୁନିଆ। ଏହି ଦୁଇ ଆସନ ମଧ୍ୟରୁ ପ୍ରଶାନ୍ତ ଜଗଦ୍ଦେବ କୌଣସି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ସେଥିପାଇଁ ଛକାଛକି ହୋଇ କୌଣସି ଦଳ ପ୍ରାର୍ଥୀ ଦେଇ ନ ଥିଲେ। ଏବେ କେବଳ କଂଗ୍ରେସ ଖୋର୍ଦ୍ଧା ପାଇଁ ସୋନାଲି ସାହୁ ଏବଂ ବେଗୁନିଆ ପାଇଁ ପୃଥୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ପାଞ୍ଚ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା

ଭୁବନେଶ୍ବର: ଆଜି ବିଜେଡିର ଘୋଷଣା ହୋଇଥିବା ନଅ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଛଅ ଜଣଙ୍କର ଟିକେଟ କାଟିଛି। ସେହିପରି ଏହି ପ୍ରାର୍ଥୀ ତାଲିକାରେ ଦଳ ଚାରି ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଯେଉଁ ବିଧାୟକଙ୍କର ଟିକେଟ କଟିଛି ସେମାନେ ହେଲେ ବଡଚଣାରୁ ଅମର ଶତପଥୀ। ଛଅ ଥର ବିଧାୟକ ଥିବା ଅମର ତାଙ୍କ ବଦଳରେ ପୁଅଙ୍କୁ ଟିକେଟ ଦେବା ପାଇଁ ଚେଷ୍ଠା କରିଥିଲେ। ହେଲେ ଦଳ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି।

ସେହିପରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରାଙ୍କର ମଧ୍ୟ ଟିକେଟ କଟିଛି। ତାଙ୍କୁ ଦଳ ଭରସା କରି ନାହିଁ। ଅନ୍ୟପକ୍ଷରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ବର ବେହେରାଙ୍କୁ ଦଳ ଟିକେଟ ଦେଇଛି। ଶଶୀଭୂଷଣ ଦଳର ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ନାହିଁ। ଏପରିକି ସେ ପୂର୍ବରୁ ଲଢିଥିବା ଜୟଦେବ ଆସନ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କର ମଧ୍ୟ ଟିକେଟ କଟିଛି। ସେ ଏଥର ଟିକେଟ ପାଇବେ କି ନାହିଁ ଦ୍ବନ୍ଦରେ ଥିଲେ। ହେଲେ ଦଳ ତାଙ୍କ ଉପରେ ଭରସା ନ କରି ସୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି। ସେହିପରି ଚମ୍ପୁଆରୁ ମିନାକ୍ଷୀ ମହନ୍ତଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ଦଳ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଟିକେଟ ଦେଇଛି। ଆନନ୍ଦପୁରର ବିଧାୟକ ଭାଗୀରଥି ସେଠୀଙ୍କର ମଧ୍ୟ ଟିକେଟ କଟିଛି। ସେଠାରେ ଦଶ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି।

ଏଥର ନଅ ଜଣିଆ ତାଲିକାରେ ଦଳ ମହିଳାଙ୍କୁ ମଧ୍ୟ ଗୁରୁତ୍ବ ଦେଇଛି। ଏହି ନଅ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେମାନେ ହେଲେ ବାସନ୍ତି ହେମ୍ବ୍ରମ, ବିଦୂସ୍ମିତା ମହାଲିକ, ସୁଭାଶିନୀ ସାହୁ, ବର୍ଷା ପ୍ରିୟଦର୍ଶିନୀ। ମହିଳା ସଂରକ୍ଷଣ ନେଇ ଦଳ ଯେଉଁ ଆଭିମୁଖ୍ୟ ରଖିଛି ତାହା କାର୍ଯ୍ୟକାରୀ କରିବାରେ ଲାଗିଛି।