Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍‍ ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଥିଲା। ଉଚ୍ଛସିତ ଜନତା ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତରରେ ସେମାନେ ‘ହଁ’ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‍, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଦି ସବୁ ଯୋଜନା ବିଷୟରେ ଲୋକ ଦେଇଥିଲେ ବିଶାଳ ସମ୍ମତି।

ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ ତ ? ଏଥିରେ ଉପସ୍ଥିତ ସବୁ ଲୋକ ଠିଆ ହୋଇ କରତାଳି ଦେଇ ବହୁତ ଜୋର୍‍ରେ ‘ହଁ’ ମାରି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ବିରୋଧୀ ଦଳ ମିଛ କହୁଛନ୍ତି ଓ ତାଙ୍କ ନେତାମାନେ ମଧ୍ୟ ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ, ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ।

ସଭାରେ ଯୋଗ ଦେଇ ବରିଷ୍ଠ ବିଜୁ ଜନତା ଦଳ ନେତା କହିଥିଲେ ଯେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆମ ନିର୍ବାଚନ ଇସ୍ତାହାର ଘୋଷଣା କରିବେ। ସବୁବର୍ଗ ପାଇଁ, ବିଶେଷ କରି ଯୁବବର୍ଗ ପାଇଁ ଏହି ଇସ୍ତାହାର ଆଣିବ ଖୁସି ଖବର। ସାରା ଓଡ଼ିଶା ପାଇଁ ଖୁସି ଆଣିଦେବ।ସେ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରି କହିଥିଲେ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିବା ସମସ୍ତ ପ୍ରତିଶ୍ରୃତି ଓ ବିକାଶବାର୍ତ୍ତାକୁ ଘରେ ଘରେ ପହଞ୍ଚାଅ। ସମସ୍ତଙ୍କୁ ସଚେତନ କର ଓ ବିରୋଧୀ ଦଳର ମିଛକୁ, ସେମାନଙ୍କ ଅପପ୍ରଚାରକୁ ପ୍ରତିହତ କର।

ସେ କହିଥିଲେ ଯେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ମଧ୍ୟରୁ ଆମର ୫ଜଣ ପ୍ରାର୍ଥୀ ହେଉଛନ୍ତି ମହିଳା। ଲୋକସଭା ପ୍ରାର୍ଥୀ ମଧ୍ୟ ଜଣେ ଯୁବ ମହିଳା। ଏଥିରୁ ଆପଣମାନେ ଜାଣନ୍ତୁ ମହିଳା ସଶକ୍ତିକରଣ ଉପରେ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି । କଂଗ୍ରେସ, ବିଜେପି କେବଳ କଥା କହନ୍ତି, ସେମାନେ କେବଳ ବଡ଼ ବଡ଼ କଥା କହନ୍ତି କିଛି କରନ୍ତି ନାହିଁ। ବିଜେପି ଇସ୍ତାହାର କେବଳ ମିଛର ଗନ୍ତାଘର ବୋଲି ସେ କହିଥିଲେ। ୨୦୧୪ ଓ ୨୦୧୯ରେ ମଧ୍ୟ ସେମାନେ ମିଛ କହିଥିଲେ। ୨୦୨୪ ଇସ୍ତାହାରରେ ମଧ୍ୟ ସେମାନେ ପ୍ରବଳ ମିଛ ପ୍ରତିଶ୍ରୃତି ଦେଇଛନ୍ତି, ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ।

ବିଜେପି ଦଳ ଉପରେ ଆକ୍ରମଣ କରି ସେ କହିଲେ ଯେ ବିଜେପି ଗତ ୨୪ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଠିକ୍ କରିପାରୁନାହାନ୍ତି। କାରଣ ସେମାନେ ଜାଣିଛନ୍ତି ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ସେହିଦିନ ତାଙ୍କର ଆସନ ସଂଖ୍ୟା ୧୦ରୁ ବି କମିଯିବ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି, ଏଥିରେ ବିଜେଡ଼ିର ୯୦ ପ୍ରତିଶତ ଷ୍ଟ୍ରାଇକ୍‍ ରେଟ୍‍ ରହିଛି, ଏହାକୁ ଶତ ପ୍ରତିଶତ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଗୋପାଳପୁରରେ ସେ କହିଲେ ବିରୋଧୀ ଦଳରୁ ଚୋରମାନେ ଯିଏ ବି ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କୁ ମୁହଁତୋଡ଼ ଜବାବ ଦିଆଯିବ। ସେ କହିଲେ ଯେ କିଛିଦିନ ତଳେ ବିରୋଧୀ ଦଳ ଏଠାରେ ପ୍ରୋଗ୍ରାମ କରିଥିଲେ, ସେ ପ୍ରୋଗ୍ରାମ ଏବଂ ଏଇ ପ୍ରୋଗ୍ରାମ ମଧ୍ୟରେ ଫରକ୍‍ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଏତେସଂଖ୍ୟାରେ ଆପଣଙ୍କ ଭଲପାଇବା ଏକ ଭଲ ବାର୍ତ୍ତା ଦଉଛି।

କନ୍ଧମାଳ ଲୋକସଭା ଆସନରେ ଅଭିଭାଷଣ ସମୟରେ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କ ସୁଖଦୁଖର ସାଥି ହୋଇଅଛନ୍ତି । ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବିଭିନ୍ନ ଛୋଟ ବଡ଼ ଜଙ୍ଗଲ. ଅବକାରୀ ତଥା ପୋଲିସ କେସ୍‍ରେ ଛନ୍ଦି ହୋଇ ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମୁଖ୍ୟମନ୍ତ୍ରୀ ତାକୁ ସହୃଦୟତାର ସହିତ ନେଇ ସେମାନଙ୍କ ଉପରୁ ୫୦,୦୦୦ ପୋଲିସ କେସ ରଦ୍ଦ କରିଛନ୍ତି।

ଏହି ସଭାଗୁଡ଼ିକରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍‍ସିପାତ୍ର, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କନ୍ଧମାଳ ଲୋକସଭା ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତଙ୍କ ସହିତ ସବୁ ବିଧାନସଭା ମଣ୍ଡଳୀର ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଶେଷ ତାରିଖ

ଭୁବନେଶ୍ବର: ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଆଜି ଯେଉଁମାନେ ପ୍ରାର୍ଥୀ ପ୍ରତ୍ୟାହାର କରିବା କଥା ତାହା କରିସାରିଥିବେ। ଫଳରେ ଆସନ୍ତାକାଲି ନିର୍ବାଚନ ମଇଦାନରେ କେତେଜଣ ପ୍ରାର୍ଥୀ ରହିଲେ ତାହା ଜଣାପଡିବ। ଏହା ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଲାଗୁ ହୋଇଛି।

ଏଥିରେ ଓଡିଶାର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିସନରଙ୍କ ଘୋଷଣା ଅନୁସାରେ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା

ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୯ ଏପ୍ରିଲ ୨୦୨୪
ପ୍ରାର୍ଥୀପତ୍ର ଶେଷ ତାରିଖ-୦୬ ମେ
ପ୍ରାର୍ଥୀ ପତ୍ର ଯାଞ୍ଚ- ୦୭ ମେ
ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୯ ମେ
ଭୋଟ ଗ୍ରହଣ- ୨୫ ମେ
ଭୋଟ ଗଣତି- ୪ ଜୁନ

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ବରରେ ମୋଦୀଙ୍କ ରୋଡ ସୋ, ଯାଞ୍ଚ କଲେ ଏସପିଜି କମାଣ୍ଡୋ, ପହଞ୍ଚିଲା ସ୍ବତନ୍ତ୍ର ଗାଡି

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ତାଙ୍କର ସ୍ବତନ୍ତ୍ର ଗାଡି ଭୁବନେଶ୍ବରରେ ପହଞ୍ଚି ସାରିଛି। ଏଥିସହିତ ସୁରକ୍ଷା ପାଇଁ ରାଜଧାନୀରେ ପହଞ୍ଚିଛନ୍ତି ଏସପିଜି କମାଣ୍ଡୋ। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଧ୍ୟାରେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଲୋକମାନେ ଛିଡା ହୋଇ ତାଙ୍କୁ ସ୍ବାଗତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ନେଇ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷ କରି ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବେଶ ଉତ୍ସାହିତ ହୋଇପଡିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାର

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାର। ଭୁବନେଶ୍ବରର ଶଙ୍ଖ ଭବନରେ ଦଳ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଯାଇଥିଲେ ମଧ୍ୟ ବିଜେଡି ତାହାର ଇସ୍ତାହାର ପ୍ରକାଶ କରି ନାହିଁ। ଅନ୍ୟପକ୍ଷରେ ଅନ୍ୟ ଦଳଗୁଡିକ ତାଙ୍କର ଇସ୍ତାହାର ପ୍ରକାଶ କରିସାରିଲେଣି।

ତେବେ ପ୍ରଚାର ବେଳେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଇସ୍ତାହାରକୁ ନେଇ ମତ ରଖିଥିଲେ। ସେ କହିଥିଲେ ଯେ, ଅନ୍ୟ ଦଳ ନିର୍ବାଚନ ଜିତିବା ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି। ହେଲେ ବିଜେଡି ଓଡିଶାର ବିକାଶ ପାଇଁ ଇସ୍ତାହାର ପ୍ରକାଶ ପାଇବ। ବିଜେଡି ଇସ୍ତାହାର ଦେଶର ସବୁଠାରୁ ଶ୍ରେଷ୍ଠ ଇସ୍ତାହାର ହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରଚାରରେ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଜାଣନ୍ତୁ କେଉଁଠି କରିବେ ସଭା

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୂର୍ବରୁ ଓଡିଶା ପ୍ରଚାରରେ ଆସିବାର ଥିଲା। ହେଲେ କୌଣସି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆସିପାରି ନ ଥିବାରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ହେଲେ ଆଜି ସେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା କରିବେ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଗଡକରୀ ଆଜି ଦିନ ୧୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ମଧ୍ୟହ୍ନ ୧୨ଟା ୩୫ ମିନିଟରେ ପହଞ୍ଚିବେ। ପ୍ରଥମେ ସେ ଦିନ ୧ ଟାରୁ ୧ଟା ୪୫ ମିନିଟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ ।

ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ।ଅପରାହ୍ଣ ୩ଟା ୩୦ ମିନିଟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ପ୍ରଚାର ବିରାଟ ସମାବେଶକୁ ସମ୍ବୋଧିତ କରିବେ । ସେଥିପାଇଁ ପୁରୀ ବିଜେପି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରେ ଗଡକରୀ ପୁରୀ ଲୋକସଭା ପାଇଁ ସମ୍ବିତ ପାତ୍ରଙ୍କ ସହିତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରଚାର, ଏଥର ବିଜେପି କେତେ ଆସନ ଜିତିବ ବୋଲି କଲେ ଭବିଷ୍ୟବାଣୀ

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ଦୁଇଟି ସ୍ଥାନରେ ପ୍ରଚାର କରି ଫେରିଛନ୍ତି। ସେ କଳାହାଣ୍ଡି ଏବଂ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ସେ ରାୟଗଡା ଏବଂ ଭବାନୀପାଟଣାରେ ବିଶାଳ ଜନସମାବେଶକୁ ଡବଲ ଇଂଜିନ କରିବା ପାଇଁ କହିଛନ୍ତି।

ସେ ଓଡିଶାର ଲୋକସଭା ନିର୍ବାଚନ ନେଇ ଏକ ଭବିଷ୍ୟବାଣୀ ଦେଇଛନ୍ତି। ତାହା ହେଲା ଯେ, ଗତଥର କୁଆଡେ ଲୋକଙ୍କୁ ପଚାରିବାରୁ ଓଡିଶାରେ ବିଜେପି ଆଠଟି ଆସନରେ ଜିତିବ ବୋଲି କହିଥିଲେ। ହେଲେ ଏଥର ଓଡିଶାରୁ ବିଜେପି ପୁରା 21 ରୁ 21 ଆସନ ଜିତିବ ବୋଲି କହିଲେଣି। ତେଣୁ ଓଡିଶାରେ ବିଜେପି ବେଶ ଭଲ କରିବ ବୋଲି ରାଜନାଥ କହିଛନ୍ତି।

ସେହିପରି ସେ ଓଡିଶାରେ ଆୟୁଶ୍ମାନ ଭାରତ ଲାଗୁ ନ କରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ଏହାକୁ ନିଶ୍ଚିତ ଲାଗୁ କରିବ ବୋଲି ସେ ଘୋଷଣା କରିଛନ୍ତି। ସେହିପରି କଂଗ୍ରେସ ଅମଳରେ ଦେଶ ପୁରୀ ଦୁର୍ନିତିରେ ଡୁବି ରହିଥିଲା। ହେଲେ ମୋଦୀଙ୍କ 10 ବର୍ଷ ଶାସନରେ ଭାରତ ବିଶ୍ବର ଶ୍ରେଷ୍ଠ ଦେଶ ହୋଇପାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଠାରେ କରୋନା କାଳରେ କୋଟି କୋଟି ଟୀକା ପ୍ରସ୍ତୁତ କରି ଦେଶବାସୀଙ୍କ ଜୀବନ ବଞ୍ଚାଇଛନ୍ତି ଦେଶର ବୈଜ୍ଞାନିକ। ଏବେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ୫ମ ଅର୍ଥନୀତି ବ୍ୟବସ୍ଥା ପାଲଟିଛି। ଆଗକୁ ବିଶ୍ୱର ୩ୟ ଅର୍ଥନୀତି ପାଲଟିବ ଭାରତ। ୧ କୋଟି ମହିଳାଙ୍କୁ ଆମେ ଲକ୍ଷପତି କରିଛୁ, ଆଗାମୀ ୫ ବର୍ଷରେ ୩ କୋଟି ମହିଳାଙ୍କୁ ଲକ୍ଷପତି କରିବୁ ବୋଲି ରାଜନାଥ କହିଛନ୍ତି। ଉଭୟ ସଭାରେ କୋରାପୁଟ ଓ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେଲେ ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଶ୍ରୀ ଦାସଙ୍କ ସମେତ ସାମନ୍ତରାପୁର ସମବାୟସମିତି ସଭାପତି ବିଦ୍ୟାଧର କର୍ଣ୍ଣ, ରାଉତପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ, ପୂର୍ବତନ ପିଏସ୍ ସଦସ୍ୟ ଦିଲୀପ ସାହୁ, ବିଚିତ୍ର ବିଶ୍ୱାଳ, ସମବାୟସମିତି ସଦସ୍ୟ ସୁକାଶ ସାମଲ, ବିଜେଡି ନେତା ପ୍ରଶାନ୍ତ କୁମାର ପାଢ଼ୀ, ଅର୍ଥଙ୍ଗା ଗ୍ରାମ ପଂଚାୟତ ନିତ୍ୟାନନ୍ଦ ଦଳାଇ, ରମେଶ ଚନ୍ଦ୍ର ଦାସ, ଏସ୍‌ସି ସେଲ୍ ନେତା ଶରତ ମଲ୍ଲିକ, ବିଜେଡି ନେତା ତ୍ରିଲୋଚନ ମଲ୍ଲିକ ଓ ଶ୍ରମିକ ନେତା ଆଶୁତୋଷ ପରିଡା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଯାଜପୁର ଲୋକସଭା କ୍ଷେତ୍ରର ସଂସଦୀୟ ପ୍ରାର୍ଥୀ ଡ.ରବି ନାରାୟଣ ବେହେରା, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଜେନା, ଯାଜପୁର ଜିଲ୍ଲାର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଆଶୁତୋଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୨ ଜଣ ନେତାଙ୍କୁ ଦଳରୁ ବହିସ୍କାର କଲା ବିଜେପି

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଧନା ପାଣ୍ଡେ, ବିରମିତ୍ରପୁରର ପୂର୍ବତନ କାଉନସିଲର ମହାଗଡଦେବୀ କୋଇଲି ଭଗତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ବିରମହାରାଜପୁରର ଆଶ୍ରୟ ମହାନନ୍ଦଙ୍କ ଦଳରୁ ବହିସ୍କାର କରାଯାଇଛି।

ସେହିପରି ଫୁଲବାଣୀର ଟିକେଶ୍ୱର କହଁର, କଂଟାମାଳର ସୁଧାଂଶୁ ଡାଙ୍ଗ, ଦଶପଲ୍ଲାର ରବିନ୍ଦ୍ରନାଥ ସେଠୀ, ନୟାଗଡ ଜିଲ୍ଲା ଉପସଭାପତି ଇନ୍ଦୁମତି ନାୟକ, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଂକର ଦାଶ, ମନୋଜ ପଟ୍ଟନାୟକ, କୋରାପୁଟ ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଭାଗିରଥୀ ପାଟଣୀଆ ଏବଂ କୋ-ଅପରେଟିଭ ସେଲ ସଂଯୋଜକ କର୍ପୁର ହନ୍ତାଳଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର

ବିଜେପିର ସରକାର ଗଠନ ଆଶାକୁ ବିଜେଡିର ତାଚ୍ଛଲ୍ୟ, କିଏ କେଉଁ ବିଭାଗ ମନ୍ତ୍ରୀ ହେବ ବୋଲି ଜାରୀ କଲା ତାଲିକା

ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡିଶା ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ପୁସ୍ତିକା ଉନ୍ମୋଚନ କରାଯାଇଛି। ଯାହାର ଶୀର୍ଷକ ରହିଛି- ମିଛ ମେନିଫେଷ୍ଟୋ… ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି। ନା କାମ କରିବି, ନା କାମ କରେଇଦେବି। ଶଙ୍ଖ ଭବନରେ ଆଜି ଏହି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ବଜେଡି ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଦଳର ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଛ ମେନିଫେଷ୍ଟୋରେ ଉଲ୍ଲେଖ କରାଯାଇଥିବା ୩ଟି ଦିଗ ଉପରେ ଉଭୟେ ଆଲୋକପାତ କରିଥିଲେ। ପ୍ରଥମ ଭାଗରେ ଓଡିଶା ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା କିଭଳି ପାଳନ କରେନାହିଁ ସେନେଇ ଉଲ୍ଲେଖ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସୁଯୋଗ ପାଇଲେ କେଉଁ ସବୁ ଯୋଜନାକୁ ଓଡିଶା ବିଜେପି ବନ୍ଦ କରିଦେବ ସେନେଇ ମଧ୍ୟ ବିଶଦ ଭାବେ ଉପସ୍ଥାପନ କରିଥିଲେ। ସେହିଭଳି ଶେଷରେ ଓଡିଶାବାସୀଙ୍କ ଉପରେ କାହାକୁ ବି ମୁଖ୍ୟମନ୍ତ୍ରୀ ଭାବେ ଲଦିବାକୁ ଓ ଦିଲ୍ଲୀର ହାଇକମାଣ୍ଡ ପ୍ରଥା ଫେରାଇ ଆଣିବାକୁ କରାଯାଉଥିବା ମସୁଧା ଉପରେ ସ୍ପଷ୍ଟ ଭାବେ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ତଥ୍ୟ ରଖିଥିଲେ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଚାଷୀଙ୍କ ଆୟ ଦ୍ୱିଗୁଣ, ଏମଏସପି ବୃଦ୍ଧି, ଚାଷୀଙ୍କୁ ଫସଲ ବୀମା, ଯୁବବର୍ଗଙ୍କୁ ଚାକିରି, ଗରିବଙ୍କୁ ଆବାସ, ଜାତୀୟ ରାଜପଥ କାର୍ଯ୍ୟ, ରେଳବାଇ ସଂଯୋଗୀକରଣ, ମୋବାଇଲ ଓ ଡିଜିଟାଲ ନେଟୱାର୍କ ସଂଯୋଗୀକରଣ, ବ୍ୟାଙ୍କ ସଂଯୋଗୀକରଣ, କେନ୍ଦୁପତ୍ର ଉପରୁ ଜିଏସଟି ଛାଡ, ରାଜନୀତିରେ ଅପରାଧୀକରଣ, କେନ୍ଦ୍ରୀୟ ଅନୁଦାନ, ହୋ-ମୁଣ୍ଡାରି-ଭୂମିଜ-ସଉରା-କୁଇ-କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା, ୧୬୨ ସମ୍ପ୍ରଦାୟକୁ ଜନଜାତି ତାଲିକାରେ ମାନ୍ୟତା, ତାଳଚେର ସାର କାରଖାନା, ମନ୍ଦିର ରୂପାନ୍ତରଣ ନେଇ କେଉଁଭଳି ଓଡିଶା ବିଜେପି ନେତା ପ୍ରତିଥର ନିର୍ବାଚନ ଆସିଲେ ପ୍ରତଶ୍ରୁତି ଦିଅନ୍ତି ଆଉ ପରେ ଏହାକୁ କାର୍ଯ୍ୟକାରୀ କରିବା ବଦଳରେ ଲୋକଙ୍କୁ ଭୂଆଁ ବୁଲାଇବା ସହ ବିକାଶ କାମ କରୁଥିବା ରାଜ୍ୟ ସରକାରଙ୍କ ରାସ୍ତାରେ ବାଧା ଆଣନ୍ତି ସେନେଇ ଉଲ୍ଲେଖ କରାଯାଇଛି।

୨୦୧୪ ହେଉ ଅବା ୨୦୧୯ ଏପରିକି ୨୦୨୪ରେ ମଧ୍ୟ ସମାନ କ୍ଷେତ୍ରରେ ଓଡିଶା ବିଜେପି ପ୍ରତିଶ୍ରୁତି ମାନ ଦେଇଛି। ହେଲେ ପରବର୍ତୀ ସମୟରେ ଏସବୁକୁ ଅଟକାଇଛି ଅବା କାମ ଆଗକୁ ବଢିଲା ବେଳକୁ ବାଧା ଆଣିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସସ୍ମିତ ପାତ୍ର ଓ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ଉଲ୍ଲେଖ କରିଥିଲେ।

ସେହିଭଳି ଭାବେ ଓଡିଶା ବିଜେପିକୁ ଯଦି ସୁଯୋଗ ମିଳେ ତେବେ ସେମାନେ ମିଶନ ଶକ୍ତି, ବିଏସକେୱାଇ, ୫-ଟି ସ୍କୁଲ ରୂପାନ୍ତରଣ, ମୋ ସରକାର କାର୍ଯ୍ୟକ୍ରମ, କାଳିଆ, ନୂଆ- ଓ ସ୍କଲାରଶିପ୍‌, ମନ୍ଦିର ରୂପାନ୍ତରଣ, ଲକ୍ଷ୍ମୀ, ମମତା, ଭତା, ନୂଆ ମେଡିକାଲ କଲେଜ, ଆମ ଓଡିଶା ନବୀନ ଓଡିଶା, ଶିଳ୍ପାୟନ ଓ ନିଯୁକ୍ତି, ସରକାରୀ ନିଯୁକ୍ତି, ପକ୍କାଘର, ସଡକ ଓ ଗମନାଗମନ ସବୁକିଛି କାର୍ଯ୍ୟକ୍ରମ ଯାହା ରାଜ୍ୟର ଜନସାଧାରଣଙ୍କ ପାଇଁ କରାଯାଉଛି ସବୁକିଛି ବନ୍ଦ କରିଦେବେ ବୋଲି ଡକ୍ଟର ସସ୍ମିତ ପାତ୍ର ଓ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି। ଏସବୁ ଯୋଜନା ବିରୋଧରେ ସେମାନଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଷଡଯନ୍ତ୍ର କଥ ମଧ୍ୟ ପୁସ୍ତିକାରେ ଉଲ୍ଲେଖ କରାଯାଇଛି।

ଶେଷକୁ ମୁଖ୍ୟମନ୍ତ୍ରୀ ଭାବେ ଓଡିଶାବାସୀଙ୍କ ଉପରେ କାହାକୁ ଲଦିବାକୁ କରାଯାଉଥିବା ଷଡଯନ୍ତ୍ରର କଥା ମଧ୍ୟ ସ୍ପଷ୍ଟ ଭାବେ ରାଜ୍ୟବାସୀଙ୍କ ସାମ୍ନାରେ ବିଜେଡି ପକ୍ଷରୁ ରଖାଯାଇଛି। ଓଡିଶାବାସୀ ସେମାନଙ୍କର ମୁଖ୍ୟମନ୍ତ୍ରୀ ଚୟନ କରିବେ ନାହିଁ ବରଂ ହାଇକମାଣ୍ଡଙ୍କ ନିଷ୍ପତିକୁ ସେମାନଙ୍କ ଉପରେ ଲଦିଦେବାକୁ ମସୁଧା କରାଯାଉଥିବା ବିଜେଡି ପକ୍ଷରୁ କୁହାଯାଇଛି । ଅର୍ଥାତ୍ ଦିଲ୍ଲୀର ହାଇକମାଣ୍ଡ ପ୍ରଥାକୁ ପୁଣି ଫେରାଇ ଆଣିବାକୁ ଷଡଯନ୍ତ୍ର କରିବାକୁ ବିଜେପି ଲକ୍ଷ୍ୟ ରଖିଥିବା ଏହି ପୁସ୍ତିକାରେ ଉଲ୍ଲେଖ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ମନେ ମନେ ନେତା ସାଜିଥିବା ବେଳେ ତାଙ୍କୁ ସୁପର ମିଛୁଆ ଭାବେ ପୁସ୍ତିକାରେ ଦର୍ଶାଯାଇଛି। ମନେ ମନେ ମୁଖ୍ୟମନ୍ତ୍ରୀ ସାଜିଥିବା ନେତାଙ୍କ କ୍ୟାବିନେଟରେ କାହାକୁ କେଉଁ ବିଭାଗ ମିଳିବ ବୋଲି ଏବେଠାରୁ ଓଡିଶା ବିଜେପି ନେତାମାନେ ଭାଗ ବାଂଟିଲେଣି ସେ ଉପରେ ଆଲୋକପାତ କରି ସେମାନେ କାହିଁକି ସେହି ବିଭାଗ ପାଇବାକୁ ଯୋଗ୍ୟ ତାର କାରଣ ଦର୍ଶାଇଥିଲେ ଡକ୍ଟର ସସ୍ମିତ ପାତ୍ର ଓ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର।

ଅପରାଜିତା ଷଡଙ୍ଗୀ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗର ଦାୟିତ୍ୱ ନେବାକୁ ମନସ୍ଥିର କରିଥିବା ବେଳେ ଜୟ ନାରାୟଣ ମିଶ୍ର ଆଇନ ମନ୍ତ୍ରୀ, ପ୍ରଶାନ୍ତ ଜଗଦେବ ଗୃହମନ୍ତ୍ରୀ, ମନମୋହନ ସାମଲ ମହିଳା ଓ ଶିଶୁ ବିକାଶ, ବୈଜୟନ୍ତ ପଣ୍ଡା ଶିଳ୍ପ ଓ ଅର୍ଥ ଏବଂ ପ୍ରଦୀପ ପାଣିଗ୍ରାହୀ ପରିବହନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାକୁ ମନସ୍ଥ କରି ସାରିଥିବା ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସସ୍ମିତ ପାତ୍ର ଓ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ଉଲ୍ଲେଖ କରିଥିଲେ । କଣ ପାଇଁ ଓଡିଶା ବିଜେପିର ଏହି ସବୁ ନେତା ମାନେ ଏହି ପଦ ପାଇବାକୁ ହକ୍‌ଦାର ଓ ସେମାନଙ୍କର ଯୋଗ୍ୟତାର ମାପକାଠି କଣ, ସେନେଇ ମଧ୍ୟ ସ୍ପଷ୍ଟ ଭାବେ ଉଭୟରେ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ମତଦାନରେ କେତେ ଅଛନ୍ତି ଭୋଟର, କେତୋଟି ମତଦାନ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ (ଦେଶରେ ସାମୂହିକ ଭାବରେ ସପ୍ତମ ପର୍ଯ୍ୟାୟ) ମତଦାନ ପ୍ରକ୍ରିୟା ପାଇଁ ଆନୁଷ୍ଠାନିକ ଭାବରେ ତା. ୦୭/୦୫/୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ପର୍ଯ୍ୟାୟରେ ମୟୂରଭଞ୍ଜ (ଏସ୍‌.ଟି.), ବାଲେଶ୍ୱର, ଭଦ୍ରକ (ଏସ୍‌.ସି.), ଯାଜପୁର (ଏସ୍‌.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର (ଏସ୍‌.ସି.) ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ର ପାଇଁ ମତଦାନ ପ୍ରକ୍ରିୟା ହେବ। ଏସବୁ ପାଇଁ ୧୪ ମଇ ୨୦୨୪ (ମଙ୍ଗଳବାର) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ମଇ ୧୫ରେ ନାମାଙ୍କନ ପତ୍ର ଯାଞ୍ଚ, ମଇ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଓ ଜୁନ୍‌ ୧ରେ ମତଦାନ ତାରିଖ ରହିଅଛି ।

ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଅଧିନରେ ଅନ୍ୟ ପର୍ଯ୍ୟାୟ ତୁଳନାରେ ସର୍ବାଧିକ ମତଦାତା, ଯୁବ ମତଦାତା ଓ ସର୍ବାଧିକ ମତଦାନ କେନ୍ଦ୍ର ରହିଅଛି । ଉକ୍ତ ପର୍ଯ୍ୟାୟରେ ସର୍ବମୋଟ ୯୯୫୫୫୫୬ (ପୁରୁଷ-୫୦୮୫୫୩୮, ମହିଳା-୪୮୬୯୩୩୧, ତୃତୀୟ ଲିଙ୍ଗ-୬୮୭) ଜଣ ମତଦାତା ୧୦୮୫୭ଟି ମତଦାନ କେନ୍ଦ୍ରରେ ମତଦାନ କରିବେ । ଏଠାରେ ୨୫ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି ପର୍ଯ୍ୟାୟରେ ମୋଟ ୨୫୬୦୦୭ ପ୍ରଥମ ଥର ମତଦାତା (୧୮-୧୯ ବର୍ଷ), ୨୦୪୮୭୦୫ ଯୁବ ମତଦାତା (୨୦-୨୯ ବର୍ଷ) ରହିଛନ୍ତି । ଏହି ପର୍ଯ୍ୟାୟରେ ସର୍ବମୋଟ ମତଦାତା ଲିଙ୍ଗ ଅନୁପାତ ୯୫୭ ରହିଅଛି।

ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରୁ ସି-ଭିଜିଲ୍‌ ମାଧ୍ୟମରେ ୦୧/୦୩/୨୦୨୪ରୁ ୦୬/୦୫/୨୦୨୪ ମଧ୍ୟରେ ୨୪୦୮ ଗୋଟି ଅଭିଯୋଗ ପ୍ରାପ୍ତ ହୋଇଥିବାବେଳେ ୨୪୦୧ ଗୋଟି ଅଭିଯୋଗ ପାଇଁ ବିଧି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇସାରିଛି । ୦୧ ମାର୍ଚ୍ଚ ୨୦୨୪ରୁ ୦୬ ମଇ ୨୦୨୪ ପର୍ଯ୍ୟନ୍ତ ମୋଟ ୨୭୯୩ ଲକ୍ଷ ଟଙ୍କାର ସାମଗ୍ରୀ ଓ ଟଙ୍କା ଜବତ କରାଯାଇସାରିଛି ।

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇସାରିଛି ଏବଂ ପ୍ରତିଟି ବୁଥ୍‌ରେ ମୁକ୍ତ, ଅବାଧ, ସ୍ୱଚ୍ଛ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚିତ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସମସ୍ତ ମତଦାତା ମତଦାନ କରି ନିଜ ନିଜର ଗଣତାନ୍ତ୍ରିକ କର୍ତ୍ତବ୍ୟ ନିର୍ବାହ କରିବା ସହ ଆମ ଦେଶର ସର୍ବବୃହତ ଗଣତାନ୍ତ୍ରିକ ମହାପର୍ବରେ ଅଂଶୀଦାର ହେବା ପାଇଁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେଉଁଦିନ କଣ ରହିଛି

ଭୁବନେଶ୍ବର: ଓଡିଶାରେ ତଥା ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶାରେ ଚାରିଟି ପର୍ଯ୍ୟାୟରେ ଭୋଟ ହେଉଥିବା ବେଳେ ଦେଶରେ ସାତଟି ପର୍ଯ୍ୟାୟ ରହିଛି। ତେବେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତାହା ହେଲା..

ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୦୭ ମେ
ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୪ ମେ
ପ୍ରାର୍ଥୀ ପତ୍ର ଯାଞ୍ଚ- ୧୫ ମେ
ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୧୭ ମେ
ଭୋଟ ଗ୍ରହଣ- ୧ ଜୁନ ୨୦୨୪ ଶନିବାର
ଭୋଟ ଗଣତି- ୪ ଜୁନ ୨୦୨୪

ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ସହିତ ଏହା ଅଧିନରେ ଥିବା ବିଧାନସଭାରେ ନିର୍ବାଚନ ହେବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଟଙ୍କା ବାଣ୍ଟିବା ବେଳେ ଧରିଲେ ବିଜେଡି କର୍ମି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର: ଆଜି ବିଜେଡିର ଏକ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଗୁରୁତର ଅଭିଯୋଗ ଆଣିଛି। ତାହା ହେଲା ଯେ, ବିଜେପିକୁ ଭୋଟ ଦେବା ପାଇଁ ଦଳୀୟ କର୍ମିମାନେ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି। ଟଙ୍କା ନ ନେଲେ ଲୋକଙ୍କୁ ଧମକ ଚମକ ଦେଉଛନ୍ତି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ରାତିରେ କେତେକ ବିଜେପି କର୍ମି ରାଉରକେଲା ନିର୍ବାଚନ ମଣ୍ଡଳୀର ବିଶ୍ବକର୍ମା ବସ୍ତିରେ ୪ ଜଣ ବିଜେପି କର୍ମି ଟଙ୍କା ବାଣ୍ଟୁଥିଲେ। ସେଠାରେ ଭୋଟରମାନଙ୍କୁ ଜଣଙ୍କ ପିଛା ୫ ଶହରୁ ୧ ହଜାର ଟଙ୍କା ବାଣ୍ଟୁଥିଲେ। ଯେଉଁମାନେ ନେଉ ନ ଥିଲେ ସେମାନଙ୍କୁ ଧମକ ଚମକ ଦେଉଥିଲେ। ଏପରିକି ଜଣେ ବସ୍ତିବାସିନ୍ଦା ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମାରିଛନ୍ତି।

ଏ ନେଇ ରାଉରକେଲା ସେକ୍ଟର ୩ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ନିର୍ବାଚନ ଅଧିକାରୀ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ସଂପର୍କରେ କିଛି ଅଭିଯୋଗ କରିବେ କି? ଜାଣନ୍ତୁ ଆପଣଙ୍କ ଅଞ୍ଚଳର ଅଫିସର

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରାଇବାରେ ପର୍ଯ୍ୟବେକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇ ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକି୍ରୟାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ତୀକ୍ଷ୍ମ ଦୃଷ୍ଟି ରଖନ୍ତି।

ଏହି କ୍ରମରେ ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକମାନେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ପର୍ଯ୍ୟବେକ୍ଷକମାନଙ୍କ ନାମ, ଯୋଗାଯୋଗ ନମ୍ବର ଓ ଠିକଣା ତଥା ସେମାନେ ଦାୟିତ୍ୱରେ ଥିବା ନିର୍ବାଚନ ମଣ୍ଡଳୀର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ https://ceoodisha.nic.in/ ପ୍ରଦତ୍ତ କରାଯାଇଛି।

ଏହା ବ୍ୟତୀତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ଦାୟିତ୍ୱରେ ଥିବା ବିଭିନ୍ନ ପର୍ଯ୍ୟବେକ୍ଷକମାନଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ପ୍ରକାଶିତ କରାଉଛନ୍ତି। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ସଂପୃକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଯୋଗାଯୋଗ କରି ଅଭିଯୋଗ ଦାଖଲ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଧାୟକ ସମୀର ରଂଜନ ଦାସଙ୍କ ମାନଭଂଜନ କଲା ବିଜେଡି, ଦେଲା ଗୁରୁ ଦାୟିତ୍ବ

ଭୁବନେଶ୍ବର: ଶେଷରେ ନିମାପଡା ବିଧାୟକ ସମୀର ଦାସଙ୍କ ମାନଭଂଜନ ପାଇଁ ବିଜେଡି ତାଙ୍କୁ ଏକ ପଦବୀରେ ନିଯୁକ୍ତି ଦେଇଛି। କାରଣ ନିମାପଡାରେ ସମୀରଙ୍କୁ ଦଳ ଟିକେଟ ନ ଦେଇ ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସମୀର ନିମାପଡାରେ ପ୍ରତିବାଦ କରିଥିଲେ। ତାଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ସେ ନିଜେ ଏ ପର୍ଯ୍ୟନ୍ତ ଦଳରୁ ଇସ୍ତଫା ଦେଇ ନାହାଁନ୍ତି।

ଆଜି ବିଜେଡି ସମୀର ରଂଜନ ଦାସଙ୍କୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଏ ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଦେଓଗଡର ରାଣୀ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ଟା ଭିତରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ପାଣ୍ଡିଆନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁରରେ ବିଜେପି ସରକାର ଗଠନ କରିବା ପାଇଁ ତାରିଖ ଘୋଷଣା ପରେ ଭବନୀପାଟଣାରେ ନବୀନଙ୍କ ଶପଥ ତାରିଖ ଓ ସମୟ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ଭବାନୀପାଟଣାରେ ଆୟୋଜିତ ଏକ ଜନସମାବେଶକୁ ଉଦବୋଧନ ଦେଇ କହିଥିଲେ ଯେ, ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ ଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ ପ୍ରଧାନମନ୍ତ୍ରୀ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଠିକ ତାହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ 9 ତାରିଖରେ ବିଜେଡି ସରକାର ଗଠନ ପାଇଁ ଶପଥ ନେବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଆୟୁଶ୍ମାନ ଭାରତ ଲାଗୁ କରିବା ଦାବୀକୁ ପାଣ୍ଡିଆନ ମନା କରିଦେଇଛନ୍ତି। ସେ ଲୋକଙ୍କୁ ଓଡିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେତେ ଭଲ ତାହାର ହିସାବ ଦେଇଥିଲେ।

ଲୋକମାନଙ୍କୁ ପାଣ୍ଡିଆନ ଓଡିଶାର ବିଭିନ୍ନ ଯୋଜନା ଘୋଷଣା କରି ତାହା କିଏ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଲୋକେ ନବୀନ ପଟ୍ଟନାୟକ ବୋଲି କହିଥିଲେ। ସେହିପରି ସେ ଲୋକଙ୍କୁ କହିଥିଲେ ଯେ, ଯେଉଁଠି ଡବଲ ଇଂଜିନି ଅଛି ସେହି ରାଜ୍ୟର ଅର୍ଥନୀତି ଭୁଷୁଡି ପଡିଛି। ତେଣୁ ଓଡିଶାର ଡବଲ ଇଂଜିନର କାମ ଦେବ ନାହିଁ ବୋଲି ପାଣ୍ଡିଆନ କହିଥିଲେ। ବିଭିନ୍ନ ରାଜ୍ୟରେ ଡବଲ ଇଂଜିନି ପାଇଁ ଲୋକେ ତେଲ ପକାଇଥିଲେ। ହେଲେ ସେହି ତେଲ ସରିଗଲା ଆଉ ଗାଡି ଚାଲିପାରିଲା ନାହିଁ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ବିରୋଧୀ କୁମ୍ଭୀର କାନ୍ଦଣା କରୁଛନ୍ତି ବୋଲି କହିଥିଲେ। ସେମାନେ କେବଳ ମିଛ କହୁଛନ୍ତି। ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଭଲ। ଏହିପରି ନବୀନ କେତେକ ଯୋଜନା ନାମ କହି ତାହା ଭଲ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ଯାହା ଲୋକେ ଉଚ୍ଚ ସ୍ବରରେ ଭଲ ବୋଲି କହିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଲୋକସଭା ପ୍ରାର୍ଥୀଙ୍କ ସହିତ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ଗତ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ

ଭୁବନେଶ୍ୱର: କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨୦୧୯ ସାଧାରଣ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ ଓ କଂଗ୍ରେସ ନେତା କୈଳାସ ମହନ୍ତ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ତେଲକୋଇ ଓ କେନ୍ଦୁଝର ସଦର ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ଓ କୈଳାସ ମହନ୍ତଙ୍କୁ ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ମୋହନ ହେମ୍ବ୍ରମଙ୍କ ଯୋଗଦାନ ଫଳରେ ବିଶେଷକରି କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ୧୦ ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ

ଭୁବନେଶ୍ବର: ବିଜୁ ଜନତା ଦଳ ୧୦ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ବେଳେ ଆଉ ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେଲେ ଉତ୍ତର ଭୁବନେଶ୍ୱର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିର ପୂର୍ବତନ ରାଜ୍ୟ ଯୁବ ସାଧାରଣ ସମ୍ପାଦକ, ଯୁବ ମହାସଂଘର ଉପସଭାପତି ଚିତରଞ୍ଜନ ଦାସ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଶ୍ରୀ ଦାସଙ୍କ ସହ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଦୀପକ କୁମାର ସାମନ୍ତରାୟ, ରଙ୍ଗମାଠିଆର ବସନ୍ତ ପରିଡା, ନିହାଲ ଜେନା, ସମ୍ବିତ ପାତ୍ର, ଦେବାଶିଷ ସାମଲ, ରାଜ କିଶୋର ସ୍ୱାଇଁ, ରାହସ ବେହେରା, ବିଶ୍ୱଜିତ୍ ସ୍ୱାଇଁ, ଜ୍ୟୋତିରଞ୍ଜନ ନାୟକ, ଗୁଡୁ ମହାନ୍ତି, ସ୍ୱରୂପ ପ୍ରଧାନ, ସୁରେଶ ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାର ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉନମୋଚନ କଲେ ଇସ୍ତାହାର-ସଂକଳ୍ପ ପତ୍ର

ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି ଓଡିଶାର ତରଫରୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଉନମୋଚନ କରାଯାଇଛି ନିର୍ବାଚନ ଇସ୍ତାହାର। ଯାହାର ନାମ ରଖାଯାଇଛି ସଂକଳ୍ପ ପତ୍ର। ଭୁବନେଶ୍ବରର ଏକ ତାରକା ହୋଟେଲରେ ଏହି ସଂକଳ୍ପପତ୍ରକୁ ଉନମୋଜଚନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା।

ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡିଶା ସଭାପତି ମନମୋହନ ସାମଲ ଏବଂ ବିଜେପି ସାଂସଦ ଜୁଏଲ ଓରାମ। ଏହି ସଂକଳ୍ପପତ୍ର ମୁଖ୍ୟତଃ ଓଡିଶାକୁ ନଜରରେ ରଖି କରାଯାଇଛି। ଏହାର ମୁଖ୍ୟ ପ୍ରସଂଗ ରହିଛି ଓଡିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି। ଏହି ଅବସରରେ ନଡ୍ଡା କହିଛନ୍ତି ଯେ, ମୋଦୀଙ୍କ ପାଇଁ ସାରା ଦେଶରେ ରାଜନୈତିକ ସଂସ୍କୃତି ପରିବର୍ତ୍ତନ ହୋଇଛି। ନିର୍ବାଚନୀ ଇସ୍ତାହାରର ଗୁରୁତ୍ବ ବଢିଯାଇଛି।

ନଡ୍ଡା କହିଛନ୍ତି ଯେ, ବିଜେପି ଯାହା କିଛି ଇସ୍ତାହାରରେ ପ୍ରତିଶୃତି ଦେଉଛି ତାହାକୁ ସେ ପାଳନ କରୁଛି। ଏଥିରେ ଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଲା କି ନାହିଁ ସେ ଉପରେ ତର୍ଜ୍ଜମା କରାଯାଉଛି। ବର୍ତ୍ତମାନ ଓଡିଶାବାସୀଙ୍କ ପାଇଁ ଯେଉଁ ପ୍ରତିଶୃତି ଏହି ସଂକଳ୍ପ ପତ୍ରରେ ଦିଆଯାଇଛି ତାହା ନିଶ୍ଚିତ ପୂରଣ କରାଯିବ ବୋଲି ନଡ୍ଡା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନଙ୍କୁ ଅବଗତ କରିଛି ଦଳ। ଯାହାର ଏକ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି।

ବିଜେଡିର ଅଭିଯୋଗ ହେଲା ଯେ, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ 30 ରୁ ମେ 4 ମେ ପର୍ଯ୍ୟନ୍ତ ଭୁବନେଶ୍ବରରେ ଥିଲେ। ଏହା ଭିତରେ ସେ ନିଜ ଭୁବନେଶ୍ୱର ବାସଭବନରେ ଚିଲିକା ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିବା ସହ ଫୋନ ଯୋଗେ ମଧ୍ୟ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଯିଏ କି ବିଜେପିର ଚିଲିକା ପ୍ରାର୍ଥୀ ଅଛନ୍ତି ତାଙ୍କ ସପକ୍ଷରେ ଭୋଟ ଦେବାକୁ ସେ ପରୋକ୍ଷରେ ନିବେଦନ କରିଛନ୍ତି।

ଏକ ସାମ୍ବିଧାନିକ ପଦବୀରେ ରହି ଏପରି କରିବା ନିର୍ବାଚନ ଆଚରଣ ଵିଧିର ଉଲଂଘନ। ଏହାର ତଦନ୍ତ ପାଇଁ ଦାବି କରିବା ସହ ନିର୍ବାଚନ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଡ଼ିଶା ଆସିବା ଉପରେ ଅଙ୍କୁଶ ଲଗାଇବାକୁ ବିଜେଡି ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସରେ ମିଶିଲେ ଦେବାଶୀଷ ନାୟକ, ବରୀର ପ୍ରାର୍ଥୀ ହୋଇପାରେ ପରିବର୍ତ୍ତନ

ଭୁବନେଶ୍ବର: ପ୍ରଥମେ ବିଜେଡିରେ ଥିଲେ। ଟିକେଟ ମିଳିବାର ସମ୍ଭାବନା ନ ଥିବାରୁ ବିଜେପିରେ ମିଶିଲେ। ହେଲେ ବିଜେପିରେ ମଧ୍ୟ ସେଇ କଥା। ତାଙ୍କୁ ବରୀ ଆସନରେ ଟିକେଟ ମିଳିଲା ନାହିଁ। ଫଳରେ ହତାଶ ହୋଇ ସ୍ବାଧୀନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କଲେ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ। ମାତ୍ର କଂଗ୍ରେସରୁ ପ୍ରତିଶୃତି ମିଳିବା ପରେ ସେ ଆଜି କଂଗ୍ରେସରେ ହେଲେ ସାମିଲ।

କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦେବାଶିଷ ହାତ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରୀ ଅଜୟ କୁମାର, ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଦେବାଶୀଷ କହିଛନ୍ତି ଯେ, ମୁଁ କଂଗ୍ରେସରେ ଯୋଗଦେବାକୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲି। ହେଲେ ଟିକିଏ ଭୁଲ ହୋଇଗଲା। ଏଠି ବିଜେଡି ବିଜେପି ଗୋଟିଏ। ଏବେ କଂଗ୍ରେସରେ ଯୋଗଦେଇ ମୁଁ ବେଶ ଖୁସି ବୋଲି ଦେବାଶୀଷ କହିଛନ୍ତି।

ତେବେ କଂଗ୍ରେସ ବରୀରୁ ଆରତି ଦେଓଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ବର୍ତ୍ତମାନ ଦେବାଶିଷ ଯୋଗଦେବା ପରେ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ ବୋଲି ଜଣାପଡିଛି।