ଶେଷରେ ଆର୍ବିଭାବ ହେଲେ ଶ୍ରୀମୟୀ ମିଶ୍ର, ହେଲେ ମତଦାନ ପରେ କରିଥିବା ପୋଷ୍ଟିଂକୁ ନେଇ ସନ୍ଦେହ

Published: May 26, 2024, 7:40 am IST

ଭୁବନେଶ୍ବର: ବହୁଦିନ ଧରି କୁଆଡେ ଉଭାନ ହୋଇଯାଇଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶେଷରେ ଆର୍ବିଭାବ ହେଲେ। ତେବେ ନିର୍ବାଚନ ପ୍ରଚାରରେ ନୁହେଁ ବରଂ ମତଦାନ କରିବା ପାଇଁ ବାହାରକୁ ବାହାରିଲେ। ତାଙ୍କୁ ବିଜେଡି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ନ କରିବା ପରେ ତାଙ୍କର ଆଉ ଦେଖା ମିଳି ନ ଥିଲା। ସେ ବିଜେଡି ଛାଡିବେ, ସେ ରାଜନୀତି ଛାଡିବେ ପରି ବହୁ ଚର୍ଚ୍ଚା ହେଲା। ହେଲେ ସେତେବେଳେ କେହି ତାଙ୍କର ଖୋଜଖବର ପାଇପାରିଲେ ନାହିଁ।

ତେବେ ମତଦାନର ତୃତୀୟ ପର୍ଯ୍ୟାୟରେ ସେ ଭୋଟ ଦେଇଛନ୍ତି ବୋଲି ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହ ଲେଖା ପୋଷ୍ଟିଂ କରିଛନ୍ତି। ତେବେ ଅନେକ ତାଙ୍କର ଆର୍ବିଭାବକୁ ନେଇ ଖୁସି ପ୍ରକଟ କରିଥିବା ବେଳେ ତାଙ୍କ ଲେଖାକୁ ନେଇ ସନ୍ଦେହ କରିଛନ୍ତି। ଶ୍ରୀମୟୀ ମତଦାନ ପରେ ଯେଉଁ ଲେଖା ପୋଷ୍ଟିଂ କରିଛନ୍ତି ତାହା ହେଲା “ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ଆଜି ନିଜର ମତାଧିକାର ସାବ୍ୟସ୍ତ କଲି। ମୋ ଭୋଟ୍ – ସଶକ୍ତ ବିକଶିତ ଓଡ଼ିଶା ଓ ସମୃଦ୍ଧ ଭାରତ ଗଠନ ପାଇଁ। ଜୟ‌ ଜଗନ୍ନାଥ…”।

ଏଥିରେ ବହୁ ଲୋକ ସେମାନଙ୍କ ମତ ରଖିଛନ୍ତି। ତେବେ ସେ ବିକଶିତ ଓଡିଶା ଏବଂ ସମୃଦ୍ଧ ଭାରତ କଥା ଲେଖିବା ନେଇ ବହୁ ଲୋକ ତାଙ୍କୁ ସନ୍ଦେହ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହି ସ୍ଲୋଗାନ ହେଉଛି ବିଜେପି ସ୍ଲୋଗାନ। ଆପଣ ସେପଟ ଆଡେ ମୁହାଁଉଥିବାରୁ ବହୁ ଧନ୍ୟବାଦ। ତେବେ ଶ୍ରୀମୟୀ ଏହାକୁ ନେଇ କୌଣସି ଉତ୍ତର ରଖି ନାହାଁନ୍ତି।

Related posts