ଆସନ୍ତାକାଲି ପୁଣି ଓଡିଶା ପ୍ରଚାରରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ଅର୍ଜ୍ଜୁନ ମୁଣ୍ଡା

Published: May 20, 2024, 10:14 pm IST

ଭୁବନେଶ୍ୱର: ଆସନ୍ତାକାଲି ୨୧ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ପୁଣିଥରେ ଓଡିଶା ପ୍ରଚାରରେ ଆସିବେ। ସେ ଆସନ୍ତାକାଲି ପୂର୍ବାହ୍ନ ୧୦.୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ରେମେଡ ଗାଁ ପଡିଆଠାରେ ପୂର୍ବାହ୍ନ ୧୧.୧୫ରେ ଜନସଭାକୁ ସମ୍ବୋଧନ କରିବେ।

ଏହି ଜନସଭାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଅପରାହ୍ନ ୧ଟାରେ କେନ୍ଦୁଝର, ଅପରାହ୍ନ ୨.୧୫ରେ ଢେଙ୍କାନାଳର ପରଜଙ୍ଗର ବାଟଗାଁ ଖେଳପଡିଆଠାରେ ଏବଂ ଅପରାହ୍ନରେ ୩.୧୫ରେ ନୟାଗଡର ଲାଠିପଡା ଟାଙ୍ଗି ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

ସେହିପରି କେନ୍ଦ୍ର କୃଷିକଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆସନ୍ତା କାଲି ୨୧ ତାରିଖ ଦିନ ପୂର୍ବାହ୍ନ ୯.୧୫ରେ ମୋରଡାର ଶୁଳିଆପଦା, ପୂର୍ବାହ୍ନ ୧୦.୧୫ରେ ଉଦଳାର ଚନ୍ଦ୍ରପୁର ପଂଚାୟତ, ହାତୀମୋଡା ପଡିଆ, ପୂର୍ବାହ୍ନ ୧୧.୧୫ରେ ଯଶୀପୁର ଏବଂ ମଧ୍ୟାହ୍ନ ୧୨.୪୫ରେ ରାଇରଙ୍ଗପୁରର ଗୋରୁମହିଷାଣିଠାରେ, ଅପରାହ୍ନ ୨ଟାରେ ବାଙ୍ଗିରୀପୋଷିଠାରେ, ଅପରାହ୍ନ ୩ଟାରେ ବାରିପଦାର କମଲଶୋଲଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଏବଂ ସାଂସଦ ଶ୍ରୀ ଅନୁଭବ ମହାନ୍ତି ଆସନ୍ତା କାଲି ୨୧ ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ନୀଳଗିରି, ମଧ୍ୟାହ୍ନ ୧୨.୧୫ରେ ଜଳେଶ୍ୱର, ଅପରାହ୍ନ ୨ଟାରେ ଭୋଗରାଇ ଏବଂ ଅପରାହ୍ନ ୩.୩୦ରେ ବସ୍ତାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବାଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି।

Related posts