ଶାହାରୁଖ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟ, ଅହମ୍ମଦାବାଦର କେଡି ହସ୍ପିଟାଲରେ ହେଲେ ଭର୍ତ୍ତି

Published: May 22, 2024, 7:07 pm IST

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅତ୍ୟଧିକ ଗରମ ଯୋଗୁଁ ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି, ଯାହା ପରେ ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଇପିଏଲ ୨୦୨୪ କ୍ୱାଲିଫାୟର ୧ ରେ ତାଙ୍କ ଦଳ KKR କୁ ସମର୍ଥନ କରିବା ପାଇଁ ଶାହାରୁଖ ଖାନ ଅହମ୍ମଦାବାଦରେ ଥିଲେ। ଗତକାଲି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସେ ଦଳକୁ ଉତ୍ସାହିତ କରୁଥିଲେ।

ପ୍ରକାଶ ଯେ, ଗତକାଲି ଅହମ୍ମଦାବାଦରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିଲା। ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ, ଉତ୍ତାପ ଯୋଗୁଁ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା।

Related posts