ମୁଜାଫରପୁରନଗରରେ ଦଙ୍ଗା ପୀଡିତଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ

Published: Jan 4, 2020, 2:11 pm IST

ଲକ୍ଷ୍ନୌ, 04/01: ଉତ୍ତରପ୍ରଦେଶର ମୁଜାଫରପୁରରେ ଦଙ୍ଗା ପୀଡିତଙ୍କୁ ଭେଟିବା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ମୌଲାନା ଅସଦ ରାଜା ହୁସେନୀଙ୍କୁ ଭେଟିଥିଲେ । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ୍‌ ମୌଲାନାଙ୍କ ସମେତ ଛାତ୍ରଛାତ୍ରୀ ଏପରିକି ନାବାଳକ/ନାବାଳିକାଙ୍କୁ ମାଡ ମାରିବା ସହ ଉଠାଇ ନେଇଥିଲା ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରିୟଙ୍କାଙ୍କ ସହିତ ଶାହରନ୍‌ପୁରର କଂଗ୍ରେସ ନେତା ଇମ୍ରାନ୍‌ ମାସୁଦ୍‌ ଉପସ୍ଥିତ ଥିଲେ । ମୁଜାଫରପୁରରେ ପୀଡିତଙ୍କୁ ଭେଟିବା ପରେ ମିରଟର ପୀଡିତଙ୍କୁ ଭେଟିବା ପାଇଁ ଯାଇଥିଲେ ପ୍ରିୟଙ୍କା । ମାତ୍ର ମୀରଟ ପୋଲିସ୍‌ ପକ୍ଷରୁ ଅନୁମତି ନମିଳିବା କାରଣରୁ ପ୍ରିୟଙ୍କା ପ୍ରତ୍ୟାବର୍ତ୍ତନ କରିଥିଲେ । (ଏଜେନ୍ସୀ)

Related posts