ମୋଦି କେବଳ ବିଜେପିର ବିକାଶ ପାଇଁ କାର୍ଯ୍ୟରତ : ପ୍ରିୟଙ୍କା

Published: Apr 20, 2019, 12:42 pm IST
priyanka gandhi targets pm modi

ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ପୂର୍ବ ଉତ୍ତର ପ୍ରଦେଶରେ ଦଳର ସାଧାରଣ ସମ୍ପାଦକ ରହିଥିବା ପ୍ରିୟଙ୍କା ମୋଦିଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଅଭିହିତ କରିବା ସହିତ ସେ କେବଳ ବିଜେପିର ବିକାଶ ପାଇଁ କାର୍ଯ୍ୟରତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫୬ ଇଞ୍ଚର ଛାତି ଉପରେ ମତ ରଖି ପ୍ରିୟଙ୍କା କହିଥିଲେ, ମୋଦି ୫୬ ଇଞ୍ଚର ଛାତି କଥା କାହିଁକି କୁହନ୍ତି? କାରଣ ସେ ଜଣେ ଭୀରୁ ଏବଂ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଚାହୁଁଛନ୍ତି। କାନପୁରରେ ଏହି ରାଲି ସମୟରେ ମୋଦି ଏବଂ ରାହୁଲଙ୍କ ତୁଳନା କରି କହିଥିଲେ, ମୋଦି ସାଧାରଣ ସମାଲୋଚନା ସହ୍ୟ କରନ୍ତି ନାହିଁ ଯେତେବେଳେ କି ରାହୁଲ ଗାଳିକୁ ମଧ୍ୟ ହସି ଏଡେଇ ଯାଆନ୍ତି। ମୋଦି ଜଣେ ଅସହିଷ୍ଣୁ ରାଜନେତା ମାତ୍ର ରାହୁଲ ବୁତ ଧୈର୍ଯ୍ୟବାନ ବୋଲି ପ୍ରିୟଙ୍କା କହିଥିଲେ। ମୋଦି ସରକାରକୁ ପ୍ରଚାରମୁଖୀ ସରକାର ବୋଲି କହିଥିଲେ ପ୍ରିୟଙ୍କା। ବିଜେପି ସେନାକୁ ବ୍ୟବହାର କରୁଥିବା ନେଇ ଅଭିଯୋଗ କରିବା ସହିତ ପ୍ରିୟଙ୍କା କହିଥିଲେ ‘ଓ୍ବାନ୍‌ ରାଙ୍କ ଓ୍ବାନ୍‌ ପେନ୍‌ସନ୍‌’ ସେନାର ଅଧିକାର ହୋଇଥିବା ବେଳେ ଏହାକୁ ଲାଗୁ କରି ନିଜେ ବାହାବା ନେବାକୁ ଚେଷ୍ଟା କରିଛନ୍ତି ମୋଦି। ଯୁବକ ବେକାର ବସିଛନ୍ତି ଏବଂ ଚାଷୀ ଆତ୍ମହତ୍ୟା କରୁଛନ୍ତି ମାତ୍ର ସରକାର ଏନେଇ ଆଦୌ ଚିନ୍ତିତ ନୁହନ୍ତି ବୋଲି ପ୍ରିୟଙ୍କା ସମାଲୋଚନା କରିଛନ୍ତି।

Related posts