ପ୍ରିୟଙ୍କାଙ୍କ ପ୍ରତି ଅପମାନ ସୂଚକ ଶବ୍ଦ ପ୍ରୟୋଗ କଲେ ମହେଶ

Published: Mar 18, 2019, 6:18 pm IST

ସର୍ବଦା କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅପମାନ ଦେଲାଭଳି ଶବ୍ଦ ବ୍ୟବହାର କରିଛନ୍ତି। ଗତ ଜାନୁଆରୀ ମାସରେ ଶ୍ରୀ ଶର୍ମା ନିଜେ କହିଥିଲେ ବିଜେପି କମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୌଣସି ମହିଳା କିମ୍ବା ଝିଅଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ପ୍ରୟୋଗକୁ ସହ୍ୟ କରିବେ ନାହିଁ। କିନ୍ତୁ ଏବେ ନିଜେ ମହେଶ ଶର୍ମା ପ୍ରିୟଙ୍କା ଗାନ୍ଧିଙ୍କୁ ‘ପପୁଙ୍କ ପପ୍ପି’ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମହେଶ ଶର୍ମା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପପୁ ବୋଲି କହିଛନ୍ତି। ସେ କହିଛନ୍ତି, “ପପୁ କହୁଛନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ତେବେ ବିରୋଧୀରେ ମାୟାବତୀ, ଅଖିଲେଶ ଯାଦବ ରହିଛନ୍ତି। ଏବେ ପୁଣି ପପୁଙ୍କ ପପ୍ପି ଆସିଗଲେଣି।

Related posts