Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିବ୍ୟାଙ୍ଗମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଜମି ପଟ୍ଟା ବଣ୍ଟନ କଲେ ସାଂସଦ ଓ ବିଧାୟକ
ଆଜିର ଖବର

ଦିବ୍ୟାଙ୍ଗମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଜମି ପଟ୍ଟା ବଣ୍ଟନ କଲେ ସାଂସଦ ଓ ବିଧାୟକ

July 19, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତୀୟ ତୈଳ ନିଗମ (ସି ଏସ ଆର) ପାଣ୍ଠି ପ୍ରୋତ୍ସାହନରେ ଖୋର୍ଦ୍ଧା ଜିଲ୍ଲାର ଦିବ୍ୟାଙ୍ଗ ଲିଙ୍ଗରାଜ ନାୟକ, ଶୋଭନ ମୋଲାଲ, ସୁଜାତା ପୃଷ୍ଟି, ଜିତେନ୍ଦ୍ର ପଲେଇ ଏବଂ ଅଖିଳ କୁମାର ପଣ୍ଡାଙ୍କୁ ନେଇ ୯୯ ଜଣ ଦିବ୍ୟାଙ୍ଗ ଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବଣ୍ଟନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ତହସିଲ ଅଧୀନ ବସୁନ୍ଧରା ଯୋଜନାରେ ତଥା ବେ ବନ୍ଦୋବସ୍ତ ଜମିକୁ ବନ୍ଦୋବସ୍ତରେ ସମାଧାନ କରାଯାଇ କନକ ବାରିକ, ବୈକୁଣ୍ଠ ବିହାରୀ ସାହୁ, ଦୁଃଶାସନ ଗୁମାନ ସିଂହ, ଶରତ କୁମାର ପ୍ରଧାନ, ରଘୁନାଥ ସୁନ୍ଦରା, ସୁଶାନ୍ତ କୁମାର ପାଲଟା ସିଂହ, ଶେଷଦେବ ପାଲଟା ସିଂହ ଏବଂ ସୁଦର୍ଶନ ଛୁଆଳ ସିଂହ ଙ୍କୁ ପଟ୍ଟା ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଆଜିର ଦିବସ ଏକ ସୁନ୍ଦର ସମନ୍ବୟର ଦିବସ ଅଟେ। ଦିବ୍ୟାଙ୍ଗ ମାନଙ୍କ ସେବାରେ ଜିଲ୍ଲା ପ୍ରଶାସନ, ଭାରତୀୟ ତୈଳ ନିଗମ ,ଭାରତୀୟ କୃତିମ ଅଙ୍ଗ ପ୍ରସ୍ତୁତକାରୀ ନିଗମ ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋତେ ରାଜନୀତିର ଯେଉଁ ଅଭିପ୍ରାୟ ରହିଛି ତାହା ହେଲା ସେବା, ବିକାଶ ଓ ଅଭିଯୋଗ ଶୁଣି ସେଗୁଡିକ ନିରାକରଣ ପରିଭାଷା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଁ ନିଜକୁ ଗର୍ବିତ ମନେକରୁଛି। ଆଜି ଦିବ୍ୟାଙ୍ଗ ମାନଙ୍କୁ ଯେଉଁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଗଲା ତାହା ନିଶ୍ଚିତ ଭାବେ ସେମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାରେ ଅସୁବିଧା ହେବନାହିଁ ଏବଂ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ପରିବାରର ଏବଂ ରାଜ୍ୟ ଓ ରାଷ୍ଟ୍ରର ବିକାଶରେ ସେମାନଙ୍କର ଦିବ୍ୟ ସହଯୋଗ ପ୍ରଦାନ କରିପାରିବେ।

ସାଂସଦ ଆହୁରି କହିଥିଲେ ଆବଶ୍ୟକ ପଡ଼ିଲେ ସାଂସଦ ପାଣ୍ଠିରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସେ ଉପକରଣ ପ୍ରଦାନ କରିବା ପାଇଁ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଲେ ଦୀବ୍ୟାଙ୍ଗ ହେଉଛନ୍ତି ଦିବ୍ୟ ଅଙ୍ଗ ଓ ଦେବତାଙ୍କର ଅଙ୍ଗ ଯାହା ବଡ଼ ଠାକୁର ଶ୍ରୀ ଜଗନ୍ନାଥ ହେଉଛନ୍ତି ନିଦର୍ଶନ। ପଙ୍ଗୁ ଲଂଘୟତେ ଗିରି ଦିବ୍ୟାଙ୍ଗ ମାନଙ୍କ ଅଭିବ୍ୟକ୍ତ ଚିନ୍ତାଧାରା ହେଉ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସଂସଦୀୟ କ୍ଷେତ୍ର ତଥା ଖୋର୍ଦ୍ଧା ସଦର ମହକୁମାର ସର୍ବାଙ୍ଗୀନ ଉନ୍ନତି ଓ ଦଳିତ, ନିଷ୍ପେସିତ ଲୋକମାନଙ୍କ ସେବା ପାଇଁ ନିଜର ସର୍ବୋଚ୍ଚ ପ୍ରଶାସନିକ ସେବା ଛାଡ଼ି ନିଜକୁ ସେବାରେ ନିୟୋଜିତ କରିଛନ୍ତି।

ଏହାସହିତ ସାଂସଦ ଖୋର୍ଦ୍ଧା ସହରର ୧୨ ଟି ସାହିକୁ ନେଇ ଇସ୍କନ ମନ୍ଦିର ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଆଲୋକିକରଣ ଓ ଡିଭାଇଡର ନିର୍ମାଣ ନିମନ୍ତେ ୨୧.୫୦ କୋଟି ବ୍ୟୟ ଅଟକଳରେ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରି ସହର ବାସୀଙ୍କୁ ଉତ୍ତମ ଗମନାଗମନର ଉପଲବ୍ଧି ଦେଇଛନ୍ତି, ଯାହା ତାଙ୍କର ସୁଦୀର୍ଘ ରାଜନୀତିର କେବଳ ସେବାକୁ ସେ ଗୁରୁତ୍ଵ ଦେଇ ମଡେଲ ଖୋର୍ଦ୍ଧା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ନିଜର ସଭାପତି ଭାଷଣରେ କହିଲେ ଯେ ମାନ୍ୟବର ସାଂସଦ ଓ ବିଧାୟକ ଖୋର୍ଦ୍ଧା ଜିଲ୍ଲା କୁ ରାଜ୍ୟରେ ମଡେଲ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି। ଦିବ୍ୟାଙ୍ଗ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ସହୋଜୋଗ ଯୋଗାଇ ଦେବ ବୋଲି ସେ ପ୍ରକାଶ କରିଥିଲେ।

ଭାରତୀୟ ତୈଳ ନିଗମ, ଭୁବନେଶ୍ୱର ମୁଖ୍ୟ ସାଧାରଣ ପରିଚାଳକ ରୋହିତ କୁମାର କହିଲେ ଯେ ଦିବ୍ୟାଙ୍ଗ ଜନଙ୍କୁ ଆଇ ଓ ସି ଏଲ୍ ସାମାଜିକ ଦାୟିତ୍ଵ ବହନ ପାଣ୍ଠିରୁ ଯେଉଁ ଟ୍ରାଇ ସାଇକେଲ ପ୍ରୋତ୍ସାହନ ଦେଉଛନ୍ତି ତାହା ବିଭାଗ ପାଇଁ ଅତି ଖୁସିର କଥା। ଭାରତ ବିଶ୍ୱରେ ମାନବ ସମ୍ବଳରେ ଏକ ନମ୍ୱର୍ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ।

ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏ ଭି ଅଶୋକ କୁମାର, ୟୁନିଟ ମୁଖ୍ୟ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ନିଗମ (ଆ ଲି ମ ସି ଓ) ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପ ସାଧାରଣ ପରିଚାଳକ, ଭାରତୀୟ ତୈଳ ନିଗମ ଏ କେ ପଣ୍ଡା ଧନ୍ୟବାଦ୍ ପ୍ରଦାନ କରିଥିଲେ। ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହୀଆଲ, ତହସିଲଦାର , ଖୋର୍ଦ୍ଧା ବିଭାସ ପାଣିଗ୍ରାହୀ ମଞ୍ଚାଷିନ ଥିଲେ। ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡା ଓ ମୀନାକ୍ଷୀ ମଲ୍ଲ, ଅଧ୍ୟାପକ ଓ ଅଧ୍ୟାପିକା,ସତ୍ୟଭାମାଦେଇ କଲେଜ, ଜଟଣୀ ସଭା ପରିଚାଳନା କରିଥିଲେ।

ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବାଦନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତଥା ସଭାର ସଭାପତି ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସମସ୍ତଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀ, ଭାରତୀୟ ତୈଳ ନିଗମ, ଭୁବନେଶ୍ୱର ଶାଖା ଅଧିକାରୀ ଓ କର୍ମଚାରୀ, ଜିଲ୍ଲାପ୍ରଶାସନ ଅଧିକାରୀ ଓ କର୍ମଚାରୀ, ଦିବ୍ୟାଙ୍ଗ ଓ ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଭାରତୀୟ ତୈଳ ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.