Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅତିଥି ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ, ପିଲାମାନଙ୍କ ପାଠପଢ଼ାରେ ବିଘ୍ନ: ଓଷ୍ଟା
ଆଜିର ଖବର

ଅତିଥି ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ, ପିଲାମାନଙ୍କ ପାଠପଢ଼ାରେ ବିଘ୍ନ: ଓଷ୍ଟା

July 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା
ଭୁବନେଶ୍ୱର: ରାଜ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ବହୁମାତ୍ରାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଇଯିବା ପରେ ଏବେ ବିଦ୍ୟାଳୟଗୁଡ଼ିକ କମ୍ ସଂଖ୍ୟକ ଶିକ୍ଷକ ବା କେତେକ ସ୍ଥାନରେ ଜଣେ ଦୁଇଜଣ ଶିକ୍ଷକରେ ଚାଲୁଅଛି। ଶିକ୍ଷାବର୍ଷ ଆରମ୍ଭରୁ ସରକାର ଅତିଥି ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ କରୁଥିବାରୁ ଏହା ଅଗଣିତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧକ ସାଜୁଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।
ପ୍ରକାଶଥାଉକି, ରାଜ୍ୟରେ ୨୦୦୪ ମସିହା ଠାରୁ ଅନୁଦାନ ପାଇ ଆସୁଥିବା ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହୋଇଗଲାଣି। ପ୍ରତିମାସରେ ଅନେକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଉଛନ୍ତି। ଏହି ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ବ୍ୟବସ୍ଥା ନଥିବାରୁ ଧୀରେ ଧୀରେ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଘୋର ଅଭାବ ଦେଖାଦେଉଛି। ପ୍ରାୟ ୬୫୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଇତିମଧ୍ୟରେ ଅବସର ନେଲେଣି ଓ ତନ୍ମଧ୍ୟରୁ କେତେକ ମୃତ୍ୟୁବରଣ ମଧ୍ୟ କଲେଣି। ଏହି ବିଦ୍ୟାଳୟ ଗୁଡ଼ିକ ଜଣେ  କିମ୍ବା ଦୁଇଜଣ ଶିକ୍ଷକରେ ଚାଲୁଅଛି, ଯାହାର ଭାଗ୍ୟ ଓ ଭବିଷ୍ୟତ ସରକାରଙ୍କ ହାତରେ। ସ୍ଥାୟୀ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା ନକରି ସରକାର ଅତିଥି ଶିକ୍ଷକମାନଙ୍କୁ ନେଇ କାମ ଚଳାଉଛନ୍ତି। ସେ ପ୍ରକ୍ରିୟାରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଛି। ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଶିକ୍ଷାବର୍ଷ ଆରମ୍ଭରୁ ଶିକ୍ଷକ ନିଯୁକ୍ତି କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନପାରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।
କେତେକ ଜିଲ୍ଲାରେ ନିଯୁକ୍ତି ସମ୍ପର୍କରେ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟ କେତେକ ଜିଲ୍ଲାରେ ଆଜିସୁଦ୍ଧା ଅତିଥି ଶିକ୍ଷକ ନିଯୁକ୍ତି ସମ୍ପର୍କରେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଅନ୍ୟ ବିଭାଗର ସରକାରୀ ଦପ୍ତର ମାନଙ୍କରେ ଏହି ବର୍ଗର କର୍ମଚାରୀ ମାନଙ୍କ କ୍ଷେତ୍ରରେ ଏହି ପାରିଶ୍ରମିକ ୨୦ ହଜାର ଟଙ୍କା ରହିଥିଲା ବେଳେ ଅତିଥି ଶିକ୍ଷକମାନଙ୍କ କ୍ଷେତ୍ରରେ ଏହାକୁ ସମାନ ଭାବେ ଲାଗୁ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅବସର ନେବାପରେ ପିଲାମାନଙ୍କର କ୍ରୀଡ଼ା, ବ୍ୟାୟାମ ଆଦି ଶିକ୍ଷଣରେ ବାଧା ଉପୁଜୁଛି। ତେଣୁ ଅବସର ପରେ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ କ୍ରୀଡ଼ା ଶିକ୍ଷକମାନଙ୍କୁ ମଧ୍ୟ ଅତିଥି ଶିକ୍ଷକ ଭାବେ ନିଯୁକ୍ତିର ବ୍ୟବସ୍ଥା କରାଯାଉ। ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା କିପରି ସୁରୁଖୁରୁରେ ଚାଲିବ ତାହାକୁ ନେଇ ଅଭିଭାବକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ଜନପ୍ରିୟ ସରକାର ତାଙ୍କର ଏକବର୍ଷ ପୂର୍ତ୍ତି ପାଳନ କରିଥିଲେ ମଧ୍ୟ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ବ୍ୟବସ୍ଥାରେ ସେପରି କିଛି ନୂତନତ୍ୱ ପରିଲକ୍ଷିତ ହୋଇନାହିଁ। ବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ପ୍ରଦାନ କରିବା ପର୍ଯ୍ୟନ୍ତ ସରକାର ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ କରି ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନିଳମଣୀ ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।
OSSTA ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026
Latest News

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.