ଭୁବନେଶ୍ଵର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକଠାରେ ରାସନକାର୍ଡ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ କାର୍ଡ ବିତରଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୧୨ହଜାର ରାସନ କାର୍ଡ ବଣ୍ଟନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଜତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଚଳିତ ଖରିଫ ଧାନ କିଣା ଲାଗି ପଞ୍ଜିକରଣ ଆରମ୍ଭ ହୋଇଥିବାରୁ ଚାଷୀମାନେ ପଞ୍ଜିକରଣ କରିବା ସହ ଧାନ ବିକିବା ପାଇଁ ସେ କହିଛନ୍ତି।
କାର୍ଯ୍ୟକ୍ରମରେ ବିଧାୟକ ଅଶୋକ ଦାସ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ବିଡିଓ ତନିତା କର, ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ ଓ ପୌରାଧ୍ୟକ୍ଷା ନବନୀତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।