The Samikhsya Desk: ଖୁବ ଶିଘ୍ର ବାଲେଶ୍ବର ପିଡିତାଙ୍କୁ ନ୍ୟାୟ ମିଳିବ। ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଆଜି ବାଲେଶ୍ବର ଗସ୍ତ କରି ଏହା କହିଛନ୍ତି କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେ ଆଜି ବାଲେଶ୍ବର ଗସ୍ତ କରି ଏହି ତଦନ୍ତ ଉପରେ ତଦାରଖ କରିଛନ୍ତି। କିପରି ପରିସ୍ଥିତିରେ ସୌମ୍ୟାଶ୍ରୀ ଆତ୍ମଦାହ କଲା ତାହାର ତଥ୍ୟ ସଂଗ୍ରହ କରାଯାଉଛି। ଖୁବ ଶିଘ୍ର ପିଡିତାଙ୍କୁ ନ୍ୟାୟ ମିଳିବ ବୋଲି ଡିଜି କହିଛନ୍ତି।
ସେହି ସମୟରେ ଯେଉଁ ଭିଡିଓ କରାଯାଇଥିଲା ସେଥିରୁ ବହୁତ କିଛି ତଥ୍ୟ ହସ୍ତଗତ ହୋଇଛି। ଏଥିସହିତ ଡିଜିଟାଲ ପ୍ରମାଣ ସଂଗ୍ରହ କରାଯାଇଛି। ସୋସିଆଲ ମିଡିଆରେ ଯେଉଁମାନେ ଯାହା କହିଛନ୍ତି କିନ୍ତୁ ତଦନ୍ତ ବେଳେ ତାହା ଭିନ୍ନ ପ୍ରକାରର କଥା କହିଛନ୍ତି ବୋଲି ଡିଜି କହିଛନ୍ତି। ଆଜି ସେ ବାଲେଶ୍ବରର ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି କଥା କହିଛନ୍ତି। ସେ ଏଫଏମ କଲେଜଙ୍କ ପ୍ରିନସପାଲ ରୁମକୁ ଯାଇ ତଦାରଖ କରିଛନ୍ତି। ସେଠାକାର ଅଧିକାରୀଙ୍କ ସହିତ କଥା ହୋଇଛନ୍ତି।