Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ
ଆଜିର ଖବର

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
uditpradhan
ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

ଭୁବନେଶ୍ବର: ଛାତ୍ରୀ ନିର୍ଯ୍ୟାତନା ବିରୋଧରେ ହାଙ୍ଗାମ କରୁଥିବା ପ୍ରଦେଶ କଂଗ୍ରେସ ଏବେ ଅଡୁଆରେ। କାରଣ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବାର ଜଣାପଡିଛି। ଫଳରେ ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ଅଡୁଆରେ ପଡିଯାଇଛି। ଯେଉଁ ଛାତ୍ର କଂଗ୍ରେସ ଛାତ୍ରୀ ଦୁଷ୍କର୍ମ ନେଇ ସ୍ବର ଉତ୍ତୋଳନ କରୁଥିଲା ବର୍ତ୍ତମାନ ତାହାର ମୁଖିଆ ଏପରି କରିବା ଚର୍ଚ୍ଚା ପାଲଟିଛି।

ପିଡିତାଙ୍କ ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୧୮ ତାରିଖରେ ପିଡିତା ତାଙ୍କର ଜଣେ ବାନ୍ଧବୀଙ୍କ ସହିତ ମାଷ୍ଟରକ୍ୟାଣ୍ଟିନ ଛକରେ ଉଦିତ ସହିତ ଦେଖାହେଲା। ବାନ୍ଧିବୀ ଜଣଙ୍କ ଉଦିତଙ୍କ ସହିତ ପିଡିତାଙ୍କୁ ପରିଚିତ କରାଇଥିଲା। ଏହାପରେ ଗାଡିରେ ସମସ୍ତେ ନୟାପଲ୍ଲୀର ଏକ ହୋଟେଲକୁ ଯାଇଥିଲେ। ସେଠାରେ ମଦ ପିଇଥିଲେ ମଧ୍ୟ ପିଡିତା ମଦ ପିଏ ନାହିଁ ବୋଲି କହିଥିଲେ। ଏହାପରେ ତାଙ୍କୁ ଥଣ୍ଡାପାନୀୟ ଦିଆଯାଇଥିଲା।

କୌଶଳ କ୍ରମେ ଉଦିତ ସେହି ଥଣ୍ଡା ପାନୀୟରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ। ଫଳରେ ପିଡିତା ଜଣଙ୍କ ତାହା ପିଇବା ପରେ ମୁଣ୍ଡ ବୁଲାଇ ହୋଇଥିଲା। ଏହାପରେ ଶିଘ୍ର ତାଙ୍କୁ ଘରେ ଛାଡି ଦେବାକୁ ସେ ଉଦିତଙ୍କୁ ଅନୁରୋଧ କରିଥିଲେ। ହେଲେ ଉଡିତ ତାହା କରି ନ ଥିଲେ। ଏହାପରେ ପିଡିତା ଆଉ କିଛି ଜାଣିପାରି ନାହାଁନ୍ତି। କିଛି ସମୟ ପରେ ତାଙ୍କର ଚେତା ଆସିବା ପରେ ସେ ଜାଣିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି।

ଏ କଥା ଉଦିତଙ୍କୁ ଜଣାଇବାରୁ ସେ ତାଙ୍କୁ ଧମକ ଦେଇଥିଲେ। ସେ ଛାତ୍ର ନେତା ଥିବାରୁ ସେହି ଭୟରେ ପିଡିତା କିଛି କରିପାରି ନ ଥିଲେ। ଭୟରେ ସେ ତାଙ୍କ ବିରୋଧରେ ହଠାତ ଅଭିଯୋଗ କରିପାରି ନ ଥିଲି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଉଦିତ ଗିରଫ ହେବା ପରେ ମଞ୍ଚେଶ୍ବର ଥାନାରେ ବହୁ ଛାତ୍ର ନେତା ଏକାଠି ହୋଇଛନ୍ତି। ଆଜି ତାଙ୍କୁ କୋର୍ଟ ଫରୱାର୍ଡ କରାଯିବ।

nsui ଉଦିତ ପ୍ରଧାନ କଂଗ୍ରେସ ଛାତ୍ରୀ ଦୁଷ୍କର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Latest News

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.