Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ
ଆଜିର ଖବର

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ ଦ୍ୱାରା ଦେଶବ୍ୟାପୀ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ମାଧ୍ୟମରେ ନାଗରିକଙ୍କୁ ସୁଲଭ ବ୍ୟାଙ୍କ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯାଉଛି। ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇସାରିଛି ଏବଂ ଏହାକୁ ତିନି ମାସର ଅବଧି ମଧ୍ୟରେ ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ଭୁବନେଶ୍ୱରରେ ୟୁକୋ ବ୍ୟାଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ଏବଂ ପିଆଇବି ଭୁବନେଶ୍ୱର ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଗଭୀର କରିବା ଏବଂ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପହଞ୍ଚାଇବାର ପ୍ରୟାସକୁ ଆହୁରି ବ୍ୟାପକ କରିବା ଲାଗି ଏସଏଲବିସି ନିଷ୍ପତ୍ତି ନେଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନର ଅଗ୍ରଗତି ଏବଂ ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋକପାତ କରାଯାଇଛି।

ଦେଶବ୍ୟାପୀ ଚାଲିଥିବା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନର ଲକ୍ଷ୍ୟ ହେଉଛି, ବିଶେଷକରି ଅନୁନ୍ନତ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ, ଆନୁଷ୍ଠାନିକ ଆର୍ଥିକ ସେବାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ, ୟୁକୋ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଏବଂ ଏସଏଲବିସି ଓଡ଼ିଶାର ସଂଯୋଜକ ଗୌତମ ପାତ୍ର ଏହି ଅଭିଯାନର ଅଗ୍ରଗତି ଓ ଭବିଷ୍ୟତର ରୂପରେଖ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଅଭିଯାନର ସଫଳ କାର୍ଯ୍ୟକାରିତା ପାଇଁ ୨୧ ଜୁନ୍ ୨୦୨୫ରେ ରାଜ୍ୟସ୍ତରୀୟ ରଣନୀତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟ, ଲିଡ୍ ଜିଲ୍ଲା ପରିଚାଳକ (ଏଲଡିଏମ୍), ନାବାର୍ଡ, ଆରବିଆଇର ପ୍ରତିନିଧି ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ।

ଓଡ଼ିଶାରେ, ଏହି ଅଭିଯାନ ରାଜ୍ୟର ସବୁ ପଞ୍ଚାୟତରେ ପହଞ୍ଚିବ। ସମସ୍ତ ସରକାରୀ କ୍ଷେତ୍ର ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଆରଆରବି ସହିତ ସମନ୍ୱୟ ରଖି ଓଡ଼ିଶା ପାଇଁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି), ସମସ୍ତ ୩୦ଟି ଲିଡ୍ ଜିଲ୍ଲା ପରିଚାଳକ ଏହି ଅଭିଯାନର କାର୍ଯ୍ୟକାରିତା ତଦାରଖ କରୁଛନ୍ତି। ଅଭିଯାନରେ ମୁଖ୍ୟତଃ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କର ପିଏମ ଜନଧନ ଆକାଉଣ୍ଟ ଖୋଲିବା ସହିତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ଅଚଳ ଜନଧନ ଆକାଉଣ୍ଟଗୁଡ଼ିକୁ ପୁନଃ ସଚଳ କରିବା ଉପରେ ଜୋର ଦିଆଯାଇଛି। ଏହାବ୍ୟତୀତ ଡିଜିଟାଲ ଠକେଇ ସମ୍ପର୍କରେ ସଚେତନତା ସୃଷ୍ଟି, ଦାବି ହୋଇନଥିବା ଜମାରାଶି ପ୍ରାପ୍ତ କରିବା ଏବଂ ଅଭିଯୋଗ ସମାଧାନର ସୁବିଧା ଯୋଗାଇ ଦିଆଯାଇଛି। ଆବଶ୍ୟକତା କ୍ଷେତ୍ରରେ ଜମା ଖାତାରେ ନାମାଙ୍କିତ ବ୍ୟକ୍ତିଙ୍କ ନାମର ସଂଶୋଧନ କରାଯାଇଛି।

ରାଜ୍ୟରେ ଜୁଲାଇ ୨୧ ସୁଦ୍ଧା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନରେ ୬୭୪୨ଟି ପିଏମ ଜନଧନ ଆକାଉଣ୍ଟ ଖୋଲାଯାଇଛି। ୮୭୭୯ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୪ ହଜାର ୪୫ ଜଣ, ଅଟଳ ପେନସନ ଯୋଜନାରେ ୨,୯୩୮ ଜଣ ପଞ୍ଜୀକରଣ କରିଥିବା ବେଳେ ୧୭ ହଜାରରୁ ଅଧିକ ହିତାଧିକାରୀଙ୍କୁ ଇ-କେୱାଇସି ଏବଂ ଅନ୍ୟାନ୍ୟ ବ୍ୟାଙ୍କ ସେବା ଯୋଗାଇ ଦିଆଯାଇଛି।

ଶ୍ରୀ ପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଆରବିଆଇ, ଭୁବନେଶ୍ୱର ନିଷ୍କ୍ରିୟ ଆକାଉଣ୍ଟ, ଦାବିହୀନ ଜମା, ଆରବିଆଇ ସମନ୍ୱିତ ଲୋକପାଳ ଯୋଜନା ଏବଂ ଡିଜିଟାଲ୍ ଠକେଇ ନିବାରଣ ଭଳି ବିଷୟ ଉପରେ ସଚେତନତା ସାମଗ୍ରୀ ପ୍ରଦାନ କରିଛି। ଏହି ସାମଗ୍ରୀଗୁଡ଼ିକୁ ସମସ୍ତ ଲିଡ୍ ଜିଲ୍ଲା ପରିଚାଳକ ଏବଂ ବ୍ୟାଙ୍କଗୁଡ଼ିକୁ ବଣ୍ଟନ କରାଯାଇଛି। ଡିଜିଟାଲ୍ ସୁରକ୍ଷା, ଦାବିହୀନ ଜମା ଦାବି କରିବା ପାଇଁ ପ୍ରକ୍ରିୟା ଏବଂ ଉପଲବ୍ଧ ଅଭିଯୋଗ ସମାଧାନ ବ୍ୟବସ୍ଥା ଉପରେ ଜନସଚେତନତା ବୃଦ୍ଧି କରିବା ପାଇଁ ଶାଖା ପରିସରରେ ଓ ଗ୍ରାମ ପଞ୍ଚାୟତର ପ୍ରଚାର ସ୍ଥଳଗୁଡ଼ିକରେ ଏସବୁ ସୂଚନା ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରାଯାଉଛି।

୩୦ ଜୁନ୍ ୨୦୨୫ ସୁଦ୍ଧା, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ମୋଟ ୨,୩୧,୭୮,୯୩୧ଟି ଆକାଉଣ୍ଟ ଖୋଲାଯାଇଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ୨,୧୯,୫୦,୨୧୫ ଜଣ ବ୍ୟକ୍ତି ପଞ୍ଜୀକୃତ ହୋଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ୯୨,୩୨,୨୦୭ ଜଣ ପଞ୍ଜୀକୃତ ହୋଇଛନ୍ତି। ଏହାବ୍ୟତୀତ ଅଟଳ ପେନସନ୍ ଯୋଜନାରେ ମୋଟ ୨୯,୫୬,୧୨୬ ଜଣ ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ, ମୋଟ ୨୨,୮୧୫ଟି ଦାବି ସମାଧାନ ସହିତ ୪୫୬.୩୦ କୋଟି ଟଙ୍କା ପୈଠ କରାଯାଇଛି । ସେହିପରି, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ, ୪,୮୨୯ଟି ଦାବି ସମାଧାନ ସହିତ ମୋଟ ୯୫.୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସାଧାରଣ ଜନତାଙ୍କ ନିକଟରେ ଏହି ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ପ୍ରସାରଣ କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଶ୍ରୀ ପାତ୍ର ସ୍ୱୀକାର କରିଥିଲେ। ସେ କହିଥିଲେ, ଏହି ଅଭିଯାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ, ଯାହାର ଲକ୍ଷ୍ୟ ସମାଜର ସମସ୍ତ ବର୍ଗକୁ ଆର୍ଥିକ ମୁଖ୍ୟଧାରାରେ ସାମିଲ କରିବା।

ଏହି ସାମ୍ବାଦିକ ସମ୍ମିଳନୀରେ ପିଆଇବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର; ଭୁବନେଶ୍ୱର ଜୋନ ୟୁକୋ ବ୍ୟାଙ୍କର ଉପମହାପ୍ରବନ୍ଧକ ଏବଂ ଜୋନାଲ ମ୍ୟାନେଜର ଭାଗବତ ସିଂହ ଭାକୁନି; କଟକ ଜୋନର ୟୁକୋ ବ୍ୟାଙ୍କର ଉପମହାପ୍ରବନ୍ଧକ ଏବଂ ଜୋନାଲ ମ୍ୟାନେଜର ସୁଶ୍ରୀ ବର୍ଷା; ଏବଂ ଏସଏଲବିସି ଓଡ଼ିଶାର ପ୍ରଭାରୀ ସହାୟକ ମହାପ୍ରବନ୍ଧକ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ।

ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ ଏସଏଲବିସି ଓଡ଼ିଶା ଓଡିଶା ଗ୍ରାମ ପଞ୍ଚାୟତ ପିଆଇବି ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.