ଭୁବନେଶ୍ବର: ରାଜ୍ୟରେ ଏକ ନୂଆ କଥା ଦେଖିବାକୁ ମିଳିଛି। ତାହା ହେଲା ଯେ, ରାଜ୍ୟର ରାଜ୍ୟପାଳ ଜଣେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଆଜି ଅପରାହ୍ନରେ ରାଜ୍ୟପାଳ ହରିବାବୁ କୁମ୍ଭମପଟି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ରୁଦ୍ଧ ଦ୍ବାରରେ ଉଭୟ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ।
ତେବେ ରାଜ୍ୟପାଳ ଯିବା ପରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବେ ମୋତେ ସାକ୍ଷାତ କରିବାକୁ ଆସିଥିଲେ। ତାଙ୍କ ସହିତ ମୋ ବିଭାଗର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ କଥା ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ। ସେ ନେଇ ଦଳର ସଭାପତି ମୁଖ୍ୟମନ୍ତ୍ରୀ ବିଚାର ବିମର୍ଶ କରୁଛନ୍ତି।
ତେବେ ରାଜ୍ୟପାଳ ଚାହିଁଥିଲେ ମନ୍ତ୍ରୀଙ୍କୁ ତାଙ୍କ ବସଭବନକୁ ଡାକିପାରି ଥାଆନ୍ତେ। ହେଲେ ସେ ତାହା ନ କରି ପୃଥୀରାଜ ହରିଚନ୍ଦନଙ୍କୁ ସରକାରୀ ବାସ ଭବନକୁ ଖୋଦ ରାଜ୍ୟପାଳ ଆସିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।