କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମାନସ ରଞ୍ଜନ ପାଠକ। ହାଇକୋର୍ଟର ନୂତନ କୋଠାରେ ଥିବା ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଛନ୍ତି। ଗତ ମେ’ ୨୬ ତାରିଖରେ ସୁପ୍ରିମ୍କୋର୍ଟ କଲେଜିୟମ ବୈଠକରେ ହୋଇଥିବା ସୁପାରିସ ଅନୁଯାୟୀ ଗୌହାଟୀ ହାଇକୋର୍ଟର ବିଚାରପତି ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବଦଳି ପାଇଁ ସୁପାରିସ କରାଯାଇଥିଲା।
ଏହି ଶପଥ ଗ୍ରହଣ ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଓଡିଶା ହାଇକୋର୍ଟର ଅନେକ ବିଚାରପତି, ଅବସରପ୍ରାପ୍ତ ବିଚାରପତି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।