Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ବ୍ଲକ ଅଧ୍ୟକ୍ଷାଙ୍କ ମିଥ୍ୟା ସତ୍ୟ ନେଇ ବିଡିଓ ଙ୍କୁ ଓକିଲ ନୋଟିସ

ଜୁନାଗଡ: କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର ବଣିଜୋରା ସମିତି ସଭ୍ୟ ଭାବେ ନାମାଙ୍କନ ଦାଖଲ ସମୟରେ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ ଓକିଲ ସୁଶୀଲ କୁମାର ପଣ୍ଡା ଜୁନାଗଡ ବିଡିଓ ଙ୍କୁ ଲିଗାଲ ନୋଟିସ ଦେଇ ସେହି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର ଆଇନ ଅନୁସାରେ ଗତ ୧୭.୦୬.୨୦୨୩ ରେ ଜୁନାଗଡ ବ୍ଲକ ରୁ ମିଳିଥିବା ନୋମିନେସନ ପତ୍ର ର ଫଟୋ କପି ଅନୁସାରେ ଶ୍ରୀମତୀ ମେହେର ଙ୍କ କୌଣସି ଶିକ୍ଷା ଗତ ଯୋଗ୍ୟତା ଉଲ୍ଲେଖ କରାଯାଇ ନ ଥିବା ବିଷୟ ଓକିଲ ଶ୍ରୀପଣ୍ଡା ଉଲ୍ଲେଖ କରିଛନ୍ତି।

ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪ ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ୧୯୯୧ ର ସଂଶୋଧନ ସେକ୍ସନ ୪୫ ଅନୁସାରେ ନୋମିନେସନ ସମୟରେ ଯେଉ ପ୍ରାର୍ଥୀ ଫୌଜଦାରୀ କେଶ, ସମ୍ପତ୍ତି ଓ ଋଣ ତଥା ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଠିକ ତଥ୍ୟ ସହିତ ସତ୍ୟପାଠ ଦାଖଲ କରିବ ନାହି ତେବେ ସେହି ପ୍ରାର୍ଥୀ ଙ୍କର ନାମାଙ୍କନ ପତ୍ର ଗ୍ରହଣୀୟ ହେବ ନାହି ବୋଲି ଆଇନ ରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ଶ୍ରୀମତୀ ମେହେରଙ୍କ ସମିତି ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ତଥା ଜୁନାଗଡ ବିଡିଓ ଅଣଦେଖା କରି ନିଜ ଦାୟିତ୍ବ ସମ୍ପନ୍ନ କର୍ତ୍ତବ୍ୟ ର ଅବହେଳା କରିଥିବା ଓକିଲ ଶ୍ରୀ ପଣ୍ଡା ଉକ୍ତ ପତ୍ର ରେ ଉଲ୍ଲେଖ କରିଛନ୍ତି।

ସେହି କ୍ରମରେ ଜୁନାଗଡ ବିଡିଓ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜିଲ୍ଲାପାଳଙ୍କୁ ସେହି କ୍ରମରେ ସୁପାରିଶ କରିବାକୁ ଓକିଲ ଶ୍ରୀ ପଣ୍ଡା ଅନୁରୋଧ କରିଥିବା ଜଣାପଡିଛି। ଅନ୍ୟଥା ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହେବାକୁ ଚେତାବନୀ ଦେଇଥିବା ଜଣାପଡିଛି। ଜୁନାଗଡ ବିଡିଓ ଶ୍ରୀମତୀ ମେହେରଙ୍କ ସତ୍ୟପାଠ କୁ ନାକଚ କରିବା ବଦଳରେ ଅଣଦେଖା କରି ସମିତି ସଭ୍ଯ ନାମାଙ୍କନ ପତ୍ରକୁ ଗ୍ରହଣ କରିଦେଇଥିବା ପ୍ରକାଶ।
ଜୁନାଗଡ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଞ୍ଚ ନିଜ ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ।

ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଜଜ ନିଶିଥ ନିଶାଙ୍କ,ବାଣପୁର ଜେଏମଏଫସି ସ୍ନାତକୀ ଦାସ, ଚିଲିକା ଜେଏମଏଫସି ବିକାଶ ଗୋଏଲ, ଉଭୟ ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗର ରେଜିଷ୍ଟ୍ରାର, ପଦସ୍ଥ ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ,ତହସିଲଦାର ଟି.ପଦ୍ମନାଭ ଦୋରା ବିଶେଷ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଆଇନଜୀବୀ ଙ୍କ ପକ୍ଷରୁ ଉଭୟ ଅତିଥିଙ୍କୁ ପାଛୋଟି ନିଆଯାଇ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

୨୫ ଜୁଲାଇ ୨୦୨୩ ସନ୍ଧ୍ୟାରେ ରାଷ୍ଟ୍ରପତି ଅତୁଟ-ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବେ ଏବଂ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ନୂଆ ଅଟ୍ଟାଳିକା  ପାଇଁ ଶିଳାନ୍ୟାସ କରିବେ।

୨୬ ଜୁଲାଇ ୨୦୨୩ରେ ରାଷ୍ଟ୍ରପତି କଟକ ଠାରେ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ଦିନ ସେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେବେ।

ଜୁଲାଇ ୨୭ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନ ପରିସରରେ ଅତି ପଛୁଆ ଜନଜାତି ସମୁଦାୟର ସଦସ୍ୟମାନଙ୍କ ସହିତ ମତବିନିମୟ କରିବେ। ସେହିଦିନ, ସେ ଚଳିତ ବର୍ଷର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଷୟବସ୍ତୁ, ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶବ୍ୟାପୀ ଆଲୋଚନାଚକ୍ର ଓ ସମ୍ମିଳନୀ ଆୟୋଜନ କରାଯିବ। ଏଥିସହିତ ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ଠାରେ ଏହାର ‘‘ଲାଇଟ୍‌ହାଉସ୍‌ କମ୍ପ୍ଲେକ୍ସ’’ ପାଇଁ ଶିଳାନ୍ୟାସ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ: ବରିଷ୍ଠ ଆଇନ୍‌ଜୀବି

ଭୁବନେଶ୍ୱର: ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ। ଆଇନ୍‌ଜୀବିଙ୍କ ବୃତିରେ ଅନେକ ପରିବର୍ତ୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍‌ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଗୋପାଳ କୃଷ୍ଣ ମହାନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ)ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବି ଶାଶ୍ୱତ କୁମାର ଆଚାର୍ଯ୍ୟ ଆଇନ୍‌ଗତ ପେସାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ନିକଟରେ ବର୍ତମାନ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଯୁବାବସ୍ଥା ଓ ସମୟ। ତେଣୁ ଯୁବାବସ୍ଥାରେ ନିଜର ସମସ୍ତ ଶକ୍ତି ଓ ହାତରେ ଥିବା ସମୟର ଉପଯୁକ୍ତ ବିନିଯୋଗ କରିବାର ଆବଶ୍ୟକତା ରହିଛି।

ସେହିପରି ମୁଟ୍ କୋର୍ଟ, ଇନ୍‌ଟର୍ଣ୍ଣସିପ୍‌, ମକ୍ ଟ୍ରାଏଲ୍‌ ଓ ପାର୍ଲାମେଂଟାରୀ ଡିବେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ବର୍ତ୍ତମାନ ସମୟରେ ଆଇନ୍ ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସେ ଅବଗତ କରାଇଥିଲେ।

ସେହିପରି ନିଜ କ୍ୟାରିୟର ଗଢ଼ିବା ପାଇଁ ଉପଯୁକ୍ତ ପ୍ରସ୍ତୁତି, କଠିନ ପରିଶ୍ରମ, ଜ୍ଞାନ ଆହରଣ ନିମନ୍ତେ ଇଚ୍ଛାଶକ୍ତି ଓ କୋର୍ଟରେ ବିଚାରପତି ଓ ଯେଉଁ ପକ୍ଷଙ୍କ ନିମନ୍ତେ ମାମଲା ଲଢ଼ୁଛନ୍ତି ସେମାନଙ୍କ ପ୍ରତି ଅନୁରକ୍ତି ରହିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌. ଏ. କେ. ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଉପଦେଶ ଦେବା ସହ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ସେହିପରି ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ନିଲ୍‌ର ଉପଦେଷ୍ଟା ତଥା ସିନିୟର ପ୍ରଫେସର (ଡକ୍ଟର) ଜୟଦେବ ପତି, ସିନିୟର ପ୍ରଫେସର (ଡକ୍ଟର) ପ୍ରବୀର କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ସମେତ ହାଇକୋର୍ଟର ୬ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ହାଇକୋର୍ଟର ୬ ଜଣ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ସୁପାରିଶ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡିଶା ହାଇକୋର୍ଟର ଜଷ୍ଟିସ ଚିତ୍ତରଂଜନ ଦାସ ଅଛନ୍ତି। ସେ କୋଲକାତା ହାଇକୋର୍ଟକୁ ସ୍ଥାନାନ୍ତର ହେବେ। ସେହିଭଳି ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା, ଯାହାଙ୍କୁ ପାଟନା ହାଇକୋର୍ଟକୁ ପଠାଇବାକୁ ସୁପାରିଶ କରାଯାଇଛି।

ଏହା ବ୍ୟତୀତ ତ୍ରିପୁରା ହାଇକୋର୍ଟର ଜଷ୍ଟିସ ଶୁଭାଶିଷ ତଲପାତ୍ରାଙ୍କୁ ଓଡିଶା ହାଇକୋର୍ଟ, ମଣିପୁର ହାଇକୋର୍ଟର ଜଷ୍ଟିସ ଲାନୁସୁଙ୍ଗକୁମ ଜାମୀରଙ୍କୁ ଗୌହାଟି ହାଇକୋର୍ଟ, ଜାମ୍ମୁ କାଶ୍ମୀରରେ ଏବଂ ଲଦାଖ ହାଇକୋର୍ଟର ଜଷ୍ଟିସ ଧୀରଜ ସିଂ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ପୁରୁଶୈନ୍ଦ୍ର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟ ପଠାଇବା ପାଇଁ ସୁପାରିଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ନେଇ ମାର୍ଚ୍ଚ ୫ ରେ ହେବ ଜନଶୁଣାଣି: ସମାଜବାଦୀ ପାର୍ଟିର ସ୍ୱାଗତ

ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ସ୍ଥାନ ଢିଙ୍କିଆରେ ପୁନଶ୍ଚ ଜନଶୁଣାଣି କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି। ଆଜିର ଆଦେଶନାମାରେ ମାନ୍ୟବର କୋର୍ଟ କହିଛନ୍ତି ଯେ, ଜନଶୁଣାଣିରେ କିଭଳି ଢିଙ୍କିଆର ସାଧାରଣ ଲୋକ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନେଇପାରିବେ ଏବଂ ଜନଶୁଣାଣି ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ହୋଇପାରିବ ଏହାକୁ ନିଜେ ଜଗତସିଂହପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ନିଶ୍ଚିତ କରିବାକୁ ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି।

କୋର୍ଟଙ୍କର ଏହି ଆଦେଶ ଅଶାନ୍ତ ଢିଙ୍କିଆର ସାଧାରଣ ଲୋକଙ୍କ ପାଇଁ ଏକ ସଞ୍ଜିବନୀ ସଦୃଶ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରକାଶ କରିବା ସହିତ ହାଇକୋର୍ଟଙ୍କ ଏହି ଆଦେଶକୁ ସ୍ୱାଗତ କରିଛନ୍ତି। ଢିଙ୍କିଆବାସୀ ନିର୍ଭୟରେ ଉକ୍ତ ଜନଶୁଣାଣିରେ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସର୍ବନମ୍ନ ମାନବିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଶ୍ରୀ ବେହେରା ଢିଙ୍କିଆବାସୀ ଓ ଢିଙ୍କିଆବାସୀଙ୍କ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବା ରାଜନୈତିକ ଓ ଗଣସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ଏହି ନୂତନ ବିଚାରପତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ନୂତନ ୩ ବିଚାରପତିଙ୍କ ମଧ୍ୟରୁ ଜଣେ ଆଇନଜୀବୀଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ଦୁଇ ଜୁଡିସିଆଲ ଅଫିସରଙ୍କୁ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଆଇନଜୀବୀ ମୃଗାଙ୍କ ଶେଖର ନୂଆ ବିଚାରପତି ହୋଇଥିବାବେଳେ  ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା: ଜରୁରୀ ମାମଲାର ଶୁଣାଣି ପାଇଁ ଏଭଳି ହେବ ଆବେଦନ

କଟକ: ଓଡିଶା ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ମେ’ ୨୦ ତାରିଖରୁ ୨୭ ତାରିଖ ଯାଏଁ ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ହାଇକୋର୍ଟରେ କରୋନା ସଂକ୍ରମଣ ବୃଦ୍ଧି ଓ କିଛି କର୍ମଚାରୀ ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନିକଟରେ ଆବେଦନ କରାଯାଇପାରିବ।